ନୂଆଗାଁ ବ୍ଲକ୍ ଯୁବ ,ଛାତ୍ର ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାର ପଲ୍ଲୀ ପଞ୍ଚାୟତ ମା’ ପେଟେଇ ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆହ୍ବାନ କ୍ରମେ ବ୍ଲକ୍ ଯୁବ ଛାତ୍ର ଜନତା ଦଳର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ବିଜେଡ଼ି ଉପସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ, ‘ଆତ୍ମା’ ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାମାନେ ଅତିଥି ଭାବେ ଯୋଗଦେଇ ଯୁବ, ଛାତ୍ର ସଂଗଠନକୁ ଅଧିକ ସୁଦୃଢ କରିବା, ତୃଣମୂଳ…

Read More

ଗାଁକୁ ଗଲାନି ଆମ୍ବୁଲାନ୍ସ, ୨ କିମି ଭାରା କରି ବୋହିଲେ କର୍ମଚାରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗାଁ’କୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଯାହାକୁ ନେଇ ରୋଗୀଙ୍କୁ ୨ କିମି ଏକ ଖଟିଆରେ ଭାରା କରି ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ ସେବତୀ କହଁର କିଛି ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ମାତ୍ର ଆଜି ଗୁରୁତର ହୋଇ ପଡିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ହେଲେ ଗାଁକୁ ରାସ୍ତା ନଥିବା ହେତୁ ପ୍ରାୟ ୨କିମି ଦୂରରେ ଆମ୍ବୁଲାନ୍ସଟି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ରାକେଶ ମହାନ୍ତି, ହେଲପର୍ ରତ୍ନାକର ମହାନ୍ତି ଏବଂ ଇଏମ୍ଟି ସୁଧାଶୁଂ ଶେଖର ଜାନୀ ଚାଲିଚାଲି ଗାଁରେ ପହଁଚିଥିଲେ। ଶେଷରେ ଖଟିଆକୁ ଭାରାକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା…

Read More

ସାମ୍ବାଦିକ କଲ୍ୟାଣ ପାଣ୍ଠି ପାଇଁ କେଉଁ ବ୍ୟବସ୍ଥା ଅଛି ବିଧାନସଭାରେ ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ବିଧାନସଭା ର ମୌସୁମୀ ଅଧିବେଶନରେ ଅଣ ତାରିକା ପ୍ରଶ୍ନ ସଂଖ୍ୟା ୨୦୭୫ ରେ ରାଜ୍ୟରେ ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ କି କି ବ୍ୟବସ୍ଥା ଅଛି ଓ ଏ ବାବଦକୁ ଗତ ଦୁଇ ବର୍ଷ ମଧ୍ୟରେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ସେ ଉପରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଏହି ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ ଓଡ଼ିଶା ୱର୍କିଂ ଜର୍ନାଲିଷ୍ଟସ୍ ୱେଲ ଫେୟାର ଫଣ୍ଡ ରୁଲ୍ସ ୨୦୦୬ ନିୟମ ଅନୁଯାୟୀ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଗୋପବନ୍ଧୁ ୱାର୍କିଂ ଜର୍ନାଲିଷ୍ଟସ ହେଲଥ ବୀମା ୨୦୧୬ ମସିହାରେ ପ୍ରଣୟନ କରାଯାଇ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ…

Read More

ନୂଆଗାଁ ରେଳ ଷ୍ଟେସନକୁ ଦାସିଆ ଅଜାଙ୍କ ନାମରେ ନାମିତ ପାଇଁ ଦିଆଗଲା ପ୍ରସ୍ତାବ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନକୁ ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ନାମରେ ନାମିତ କରିବା ପାଇଁ ରେଳ ଷ୍ଟେସନ ଉଦ୍ଘାଟନ ଦିନ ଦଶପଲ୍ଲା ବିଧାୟକଙ୍କ ସମେତ ନୂଆଗାଁ ବ୍ଲକର ଜନ ସାଧାରଣ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗ ଜେନେରାଲ ମ୍ୟାନେଜର ସାରଦ କୁମାର ଶ୍ରୀବାସ୍ତବଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ବିଧାୟକଙ୍କ ସହିତ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦାଶରଥି ସଂଗ୍ରହାଳୟର ସମ୍ପାଦକ ଦୀପକ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ରେଳ ବିଭାଗର ବରିଷ୍ଠ ପବ୍ଲିକ ରିଲେସନ ଅଫିସର ନିରାକାର ଦାସ ସହଯୋଗ କରିଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

Read More

ବିଶ୍ୱରେ ପ୍ରଥମ ଦଶପଲ୍ଲାର ଯୁବକ ଜ୍ୟୋତି ରଂଜନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆମେରିକାରେ ଚମକ ଦେଖାଇଛନ୍ତି ଦଶପଲ୍ଲାର ପୁଅ। ଆମେରିକାର ପୋର୍ଟଲ୍ୟାଣ୍ଡ ଠାରେ ପୃଥିବୀର ସମସ୍ତ ଦେଶର ଉଦ୍ଭିଦ ବୈଜ୍ଞାନିକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଶିଖର ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍‌ଏସି ଅଧୀନସ୍ଥ ଜରିପାଟଣା ଗ୍ରାମର ଜୟକୃଷ୍ଣ ବେହେରାଙ୍କ ପୁଅ ଜ୍ୟୋତି ରଂଜନ ବେହେରା(୨୬)। ଏବେ ସେ ଆମେରିକାର ଇଷ୍ଟ ଟେନେସି ଷ୍ଟେଟ୍ ୟୁନିଭରସିଟିର ବାୟୋଲୋଜିକାଲ୍ ପିଏଚ୍ଡି ଗବେଷଣାରେ ଅଧ୍ୟୟନରତ ଅଛନ୍ତି। ଗତ ୯ ତାରିଖ ଠାରୁ ପୋର୍ଟଲ୍ୟାଣ୍ଡ ଠାରେ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପୃଥିବୀର ପ୍ରାୟ ଦେଶର ୧ହଜାର ୫ଶହ ବୈଜ୍ଞାନିକ ଭାଗ ନେଇଥିଲେ। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ହୋଇ ଚାଲିଥିବା ବେଳେ ଏହାକୁ କିଭଳି ପ୍ରତିକାର କରାଯାଇପାରିବ ତାହାରି ଉପରେ ସମାଧାନର…

Read More

ଜାତୀୟ ବୀମା କମ୍ପାନୀର ଶାଖା ଅଫିସ ଉଠାଇ ନେବା ପ୍ରତିବାଦରେ ଗଣବିକ୍ଷୋଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ବୀମା କମ୍ପାନୀର ନୟାଗଡ଼ ଶାଖାକୁ ଉଠାଇ ନେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତିର ପ୍ରତିବାଦରେ ଆଜି ସି.ଆଇ.ଟି.ୟୁ.ର ଆହ୍ୱାନରେ ନୟାଗଡ଼ଠାରେ ଧାରଣା ଓ ବିକ୍ଷୋଭ ଜରିଆରେ ଚେତାବନୀ ଦିଆଯାଇଛି। ସି.ଆଇ.ଟି.ୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମ୍ପାନୀର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସଭା ଅନୁଷ୍ଠିତ ହୋଇଥିଲା। ଏହି ଧାରଣାରେ ଶତାଧିକ ବୀମା କର୍ମଚାରୀ, ବୀମା ଏଜେଣ୍ଟ ଓ ବୀମାଧାରୀ ଯୋଗ ଦେଇଥିବା ବେଳେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ବଦ୍ଧପରିକର ହୋଇଥିଲେ। ୧୯୮୭ମସିହାରୁ ଲାଭଦାୟକ ଭାବେ ବ୍ୟବସାୟ କରି ଆସୁଥିବା ଶାଖା ଏହି ତିନି ବର୍ଷ ହେଲା କରୋନାମାଡରେ କ୍ଷତି ସହିଥାଇପାରେ, ମାତ୍ର ଆନ୍ତର୍ଜାତୀୟ ବିଭୀଷିକାରେ ତମାମ ପୃଥିବୀ କ୍ଷତିଗ୍ରସ୍ତ ହୋଇଥିଲା ବେଳେ କ୍ଷତିର ଆଳ ଦେଖାଇ ଜାତୀୟ ସସ୍ଥାମାନଙ୍କୁ କର୍ପୋରେଟ ପୁଞ୍ଜିର ବଶତା ସ୍ବୀକାର କରାଉଥିବା କେନ୍ଦ୍ର ସରକାରଙ୍କ…

Read More

୨୨୦କୋଟି ଟଙ୍କା ହେରଫେର ଘଟଣାରେ ଦଶପଲ୍ଲାରେ ହରିଆଣା ପୋଲିସ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ହରିଆନାର କ୍ରାଇମବ୍ରାଞ୍ଚର ଗୋଟିଏ ଦଳ ସୁଦୂର ଦଶପଲ୍ଲାକୁ ଆସି ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି । ସୂଚନାଅନୁଯାୟୀ, ଦଶପଲ୍ଲା ଏନ୍‌ଏସି ଅଞ୍ଚଳର ଖଣ୍ଡପଡା ଗ୍ରାମର ବିଦେଶୀ ଦାସ ନାମକ ଜନୈକ ବ୍ୟକ୍ତି ଯିଏକି ଠେଲାଗାଡିରେ ଗୁପ୍ ଚୁପ୍ ବ୍ୟବସାୟ କରନ୍ତି। ସେ ପ୍ରାୟ ଏକ ବର୍ଷ ତଳେ ତାଙ୍କ ମୋବାଇଲର ଏୟାରଟେଲ ନମ୍ବର ଟିକୁପୋର୍ଟାବିଲିଟି କରି ଜିଓ କରିଦେବାକୁ କଂପାନି ସହ ଯୋଗାଯୋଗ କରିଥିଲେ। କଂପାନି ମଧ୍ୟ ନିୟମ ଅନୁଯାୟୀ ତାଙ୍କୁ ଆଧାର କାର୍ଡ, ଭୋଟର କାର୍ଡ, ସିମ୍ ନମ୍ବର ମଧ୍ୟ ମାଗିଥିଲେ । ତଦନୁଯାୟୀ ବିଦେଶୀ ତାଙ୍କୁ ସବୁ ଜେରକ୍ସ ଦେଲାପରେ ତାଙ୍କ ନମ୍ବରଟି ଜିଓକୁ ପୋର୍ଟାବିଲିଟି ହୋଇଗଲା। କିନ୍ତୁ ପୂର୍ବରୁ ଥିବା ଏୟାରଟେଲ ନମ୍ବର ଟିକୁ କେହି ଦୁର୍ବୃତ୍ତ ଅନ୍ୟ ଏକ ସିମକୁଟ୍ରାନ୍‌ସ୍‌ମିଟ୍ ତଥା ଇନଷ୍ଟଲ କରି ତା ମାଧ୍ୟମରେ…

Read More

ପାରାଢିପି ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନୟାଗଡ ଭୂମିକା ଚକ୍ଷୁ ଚିକିତ୍ସାଳୟ, ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଯୁବ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରଚେଷ୍ଟା ଯୋଗୁଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଭୂମିକା ଚକ୍ଷୁ ଚିକିତ୍ସାଳୟର ଟେକ୍ନିକାଲ ଆସିଷ୍ଟାଣ୍ଡ ପଦ୍ମିନୀ ପତି, ପାରାମେଡିକ କର୍ମଚାରୀ ଧରିତ୍ରୀ ପ୍ରଧାନ, ବନ୍ଦିତା ଦଳାଇ, ବର୍ଷାରାଣୀ ସାହୁ ପ୍ରମୁଖ ଶିବିରରେ ଯୋଗ ଦେଇଥିବା ଲୋକମାନଙ୍କ ଚକ୍ଷୁ ଚିକିତ୍ସା…

Read More

କେସି କ୍ଳବର ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଗାମୀ ୨୦ ତାରିଖରେ ହେବାକୁ ଥିବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କୃଷ୍ଣଚନ୍ଦ୍ର କ୍ଳବର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆଜି ପୂର୍ବାହ୍ନରେ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସହରରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରୁ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ବକ୍ତୃତା, ସଙ୍ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଧର୍ମେଶ ରାୱଲ ବକ୍ତୃତାରେ ପ୍ରଥମ ସ୍ଥାନ ଅଧକାର କରିଥିବା ବେଳେ ଶ୍ରେୟାଶ୍ରୀ ମିଶ୍ର ଦ୍ୱିତୀୟ ଏବଂ ସୁପ୍ରିୟା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସଙ୍ଗୀତ ପ୍ରତିଯୋଗୀତାରେ ରୁଦ୍ରାଶିଂ ଆଚାର୍ଯ୍ୟ ପ୍ରଥମ,ଦିପ୍ତୀମୟୀ ନାୟକ ଦ୍ୱିତୀୟ ଏବଂ ସ୍ୱୟଂ ଶ୍ରୀୟା,ପାୟଲ ପ୍ରିୟଦର୍ଶିନୀ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗୀତାରେ…

Read More

ଶରଣକୁଳ ଲଡୁବାବା ପୀଠରେ କାଉଡ଼ିଆଙ୍କ ଭିଡ଼

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇ ବର୍ଷ କାଳ କରୋନା ପାଇଁ ଶ୍ରାବଣ ମାସରେ କାଉଡିଆ ମାନେ ପାଣିଭାର ଆଣିବା ଉପରେ ରୋକ ଲାଗିଥିବା ବେଳେ ଏଇ ବର୍ଷ କଟକଣା ନ ଥିବାରୁ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ବିଜେ ପ୍ରତକ୍ଷ୍ୟ ଓ ପାତାଳ ଗର୍ଭୁତ। ଛତ୍ରାକାର ଲିଙ୍ଗ ପ୍ରଭୁ ଲଡୁବାବଙ୍କ ପୀଠରେ ଏଇ ବର୍ଷ ଶ୍ରାବଣମାସ ପ୍ରଥମ ସୋମବାର ଦିନ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ବ ବୋଲବମ ଭକ୍ତ ଆସି ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରଭୁ ଲଡୁବାବଙ୍କ ମସ୍ତକରେ ପାଣି ଢାଳି ଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ମାନସିକ କରିଥିବା କାଉଡ଼ିଆମାନେ କଣ୍ଟିଲୋ ନୀଳମାଧଵ ପୀଠ ମହାନଦୀରୁ ପାଣି ଉଠାଇ ସେଠାରେ ହୋମଯଜ୍ଞ ପରେ ପାଣି ଭାର ଧରି ପ୍ରାୟ ୬୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସିଥିଲେ । ଶରଣକୁଳ ମନ୍ଦିର ପ୍ରଶାସନ…

Read More