ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାର ଶ୍ରମ ବିଭାଗ ନିର୍ଦ୍ଦେଶ ମୁତାବକ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଦ୍ୱିପାକ୍ଷିକ ସହାୟତା ପ୍ରଦାନର ଶୁଭାରମ୍ଭ ଶ୍ରୀମତୀ ସ୍ୱଧା ଦେବ ସିଂ, ଭା.ପ୍ର.ସେ. ଜିଲ୍ଲାପାଳ ନୟାଗଡ଼ଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୯୫ଜଣ ଆବେଦନକାରୀଙ୍କୁ ଟ.୫୮,୩୨,୪୦୦/-ର ଅର୍ଥ ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି । ଏଥିରେ ୬୭ଜଣଙ୍କୁ ବିବାହ କାଳୀନ ସହାୟତା ବାବଦରେ ଟ.୩୧,୫୦,୦୦୦/- , ୧୩ଜଣ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୨୬,୦୦,୦୦୦/-, ୧୦ଜଣ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ଟ.୫୦,୦୦୦/- ଏବଂ ୫ଜଣଙ୍କୁ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା ସହାୟତା ବାବଦରେ ଟ.୩୨,୪୦୦/- ପ୍ରଦାନ କରାଯାଇଥିଲା । ଏହି ଭଳି ୧୫ଦିନିଆ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ ନୂତନ ଭାବେ କରାଯାଇଥିବାରୁ ଶ୍ରମିକ ଭାଇଭଉଣୀଙ୍କ ତରଫରୁ…
Read MoreCategory: ନୟାଗଡ଼ ବ୍ଲକ
ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ଓଡିଶା ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନଙ୍କ ସମେତ ୩୬ ଗୋଟି ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ। ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟରହିଲେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ବ୍ଳକର ୩୬ଗୋଟି ପଞ୍ଚାୟତର ୪୭୫୮୩ ଜଣ ହିତାଧିକାରୀଙ୍କ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ…
Read Moreଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତ ଦାନ କଲେ ସାଂସଦ ଡକ୍ଟର ସମ୍ବିତ୍ ପାତ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଗୃହରେ ଦୈନିକ ଖବର କାଗଜ ‘ସମାଜ’ ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରରେ ମୁଖ୍ଯ ଅତିଥି ଭାବେ ପୁରୀର ମାନ୍ଯବର ସାଂସଦ ଡକ୍ଟର ସମ୍ବିତ୍ ପାତ୍ର ଯୋଗଦେବା ସହିତ ନିଜେ ରକ୍ତ ଦାନ କରି “ରକ୍ତ ଦାନ ମହତ ଦାନ ” ବାର୍ତ୍ତା ଦେଇଥିଲେ। ନୟାଗଡ଼ ରକ୍ତ ଭଣ୍ଡାରରେ ଆବଶ୍ଯକତା ଠାରୁ ବହୁତ କମ୍ ରକ୍ତ ଥିବାରୁ ନିଜେ ରକ୍ତ ଦାନ କରି ନୟାଗଡ଼ ଜନସାଧାରଣ ତଥା ଯୁବବର୍ଗଙ୍କୁ ରକ୍ତ ଦାନ କରି ଅନ୍ୟ ମୁହଁରେ ହସ ଫୁଟାଇ…
Read Moreନୟାଗଡ଼ରେ ସୁନାବେଶ ଭଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ବଡ଼ ଦାଣ୍ଡ ଭାରି ଭିଡ଼ ଟିକେ ହାଉଲେ ଯିବୁ, ନରେନ୍ଦ୍ର ପୋଖରୀ ଚହଲି ପଡିବ ମାଇଲେ ଖପରା କାତି ସଙ୍ଗୀତରେ ଭାବମୟ ହୋଇ ପଡିଛନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁ। ନୟାଗଡ଼ରେ ବାହୁଡ଼ା ଯାତ୍ରା ଅବସରରେ ବଡ଼ ଏକାଦଶୀ ଦିନ ଚତୁର୍ଦ୍ଧାମୂର୍ତ୍ତୀ ସୁନାବେଶରେ ରଥ ଉପରେ ଦର୍ଶନ ଦେବା ଅବସରରେ ଭଜନ ଅମୃତ ଧାରାରେ ଭିଜିଥିଲେ ଭକ୍ତବୃନ୍ଦ । ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭଜନ ସନ୍ଧ୍ୟାକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟ ଭୁଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଏବଂ ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ସ୍ଥାନୀୟ କଳାକାର ସଙ୍ଗୀତ ପ୍ରେମୀ ବୁଲୁ ମିଶ୍ରଙ୍କ ସଂଯୋଜନାରେ “ଅନୁଗୁଳସ୍ଥିତ ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା” ଦଳ ଭଜନ ପରିବେଷଣ କରିଥିଲେ। ସ୍ବନାମଧନ୍ୟ…
Read Moreଶ୍ରୀଗୁଣ୍ଡିଚା ଭଜନ ସମାରୋହର ୧୦ମ ସନ୍ଧ୍ୟା, ଗୀତିକାର ଶରତ ପାତ୍ରଙ୍କୁ ସଙ୍ଗୀତଧାରା ସମ୍ମାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଦଶମ ସନ୍ଧ୍ୟାରେ ସଂଗୀତାନୁଷ୍ଠାନ ସଙ୍ଗୀତଧାରା,ନୟାଗଡ଼ ପକ୍ଷରୁ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଗୁରୁ ପ୍ରଭାତ କୁମାର ଦାଶ, ଗୁରୁ ରଜନୀକାନ୍ତ ମହାପାତ୍ର, ଡ.ଆଶୁତୋଷ ମିଶ୍ର,ପ୍ରଦୀପ୍ତ କୁମାର ରଥ, ବିଜୟାନନ୍ଦ ମହାପାତ୍ର, କାଳିଦାସ ମହାପାତ୍ର,ଭୂମିକା ମହାପାତ୍ର, ମାଧବ ଡାକୁଆ,ସୁଚିସ୍ମିତା ଦୋରା, ଓମ ପ୍ରକାଶ ପାତ୍ର,ଗୋପୀନାଥ ସେଠି ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାର ପ୍ରତିଷ୍ଠିତ ଭକ୍ତି ସଙ୍ଗୀତ ଗୀତିକାର ଶରତ ପାତ୍ରଙ୍କୁ ସଙ୍ଗୀତଧାରା ସମ୍ମାନ-୨୦୨୪ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋପୀନାଥ ସେଠି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ, ସଭାପତି ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦକ ପ୍ରଶାନ୍ତ କୁମାର…
Read Moreବାହୁଡ଼ା ଦଶମୀରେ ପରମ୍ପରା ପକ୍ଷରୁ ଭଜନ ସମାରୋହ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ର କଣ୍ଠଶିଳ୍ପୀ ମାନେ ବାହୁଡ଼ା ଦଶମୀ ରେ ମାଉସୀ ମା ଙ୍କ ନିକଟ ମଞ୍ଚରେ ଭଜନ ପରିବେଷଣ କରିଥିଲେ ।ଏହି ଭଜନ ସମାରୋହକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ ଓ ସଙ୍ଗୀତ ଗୁରୁ ପ୍ରଭାତ କୁମାର ଦାସ ଉପସ୍ଥିତ ରହି ନୟାଗଡ ଐତିହ, ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ। ପରମ୍ପରା ପରିଷଦ ର କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଜୟାନନ୍ଦ ମହାପାତ୍ର, ଭୂମିକା ମହାପାତ୍ର, ବୈଦୁର୍ଯ୍ୟନାଥ କର, ରାମ ପ୍ରସାଦ ମଲ୍ଲିକ, ପୁରୁଷୋତ୍ତମ ମହାପାତ୍ର, ନୈନିକା ପଟ୍ଟନାୟକ ଓ ଶିଶୁ କଣ୍ଠଶିଳ୍ପୀ ଆରୟାନ୍ ରାଜ ସେଠୀ, ସୃଜନିକା ଦାଶ ଭଜନ ପରିବେଷଣ କରିଥିଲେ। ଏହାକୁ ସଂଯୋଜନା…
Read Moreନିଶା ସେବନ ବିରୋଧରେ ସଚେତନତା ସୃଷ୍ଟି ଅଭିଯାନ
ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ “ମାଆ ଫାଉଣ୍ଡେସନ” ଓ “ବାଣୀଧାରା” ନୟାଗଡ଼ ଠାରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ…
Read Moreନୟାଗଡ଼ରେ ଉଦଘାଟିତ ହେଲା ୮ମ ଜିଲ୍ଲାବ୍ୟାପି ସେବା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ଉଦଘାଟିତ ହେଲା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ୨୦୨୪ । ନୟାଗଡ଼ ସହର ସ୍ଥିତ ରୋଟାରି ଭବନ ଠାରେ ଅଷ୍ଟମ ବର୍ଷ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ନୟାଗଡ଼ର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ସେହି ଭଳି ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମାଜସେବୀ ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା, ବିଶିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାଶ, ଯୁବ ବ୍ୟବସାୟୀ ଚନ୍ଦନ ସାହୁ, ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ…
Read Moreଖୁଣ୍ଟୁବନ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ତଥା ପରିବେଶବିତ ସୁକାନ୍ତ ଚନ୍ଦ୍ର ଚୌଧୁରୀ ଯୋଗଦେଇଥିଲେ। ଏ ବର୍ଷ ବିଶ୍ୱ ଯୁବ ଦକ୍ଷତା ଦିବସ ଦିବସର ବାର୍ତ୍ତା ‘ଶାନ୍ତି ଏବଂ ନିରନ୍ତର ବିକାଶ ପାଇଁ ଯୁବ କୌଶଳ’ ସହିତ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ୍ ଏବଂ ନିରନ୍ତର ବିକାଶ ଉପରେ ଆଲୋକପାତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଜୱାନ ଦାସ, ଜିତେନ୍ଦ୍ର କୁମାର ବରାଳ, ସଂଯୋଜନା ଅଧ୍ୟାପକଙ୍କ ସମେତ ଅନୁଷ୍ଠାନର ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶିଳ୍ପ ତାଲିମ କେନ୍ଦ୍ର ପରିସର ମଧ୍ୟରେ ବୃକ୍ଷରୋପଣ, ଏକକ ବ୍ୟବହୃତ ପ୍ଲାଷ୍ଟିକ ସଂଗ୍ରହ, ରକ୍ତ…
Read Moreବାହୁଡା ଯାତ୍ରା ଅବସରରେ ରୋଟାରୀ କ୍ଳବ୍ ତରଫରୁ ଅନ୍ନପୂର୍ଣ୍ଣା ଦିବସ ଓ ଜଳଛତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବ୍ ତରଫରୁ ଆଜି ଅପରାହ୍ନ ୧୨ଟା ୩୦ ମିନିଟ୍ ସମୟରେ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବ ରେ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇ ଥିଲା। ଏହା ସହିତ ଅପରାହ୍ନ ୦୪ଟା ସମୟରେ ନୟାଗଡ଼ ବଡଦାଣ୍ଡରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ୨୦୦୦ ବଟଲ୍ ଜଳବଣ୍ଟନ କରାଯାଇ ଥିଲା। କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ଆରିଫ୍ ଖାନ୍, ଶ୍ରୀଧର ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ, ଜି ରଶ୍ମିରାଜ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପୃଷ୍ଟି ଆଦି ବହୁ ସଦସ୍ଯ ଯୋଗଦେଇ ଥିଲେ।
Read More