ନୟାଗଡ଼,(ନୟାଗଡ଼ ଦର୍ପଣ): ବଡ଼ ଦାଣ୍ଡ ଭାରି ଭିଡ଼ ଟିକେ ହାଉଲେ ଯିବୁ, ନରେନ୍ଦ୍ର ପୋଖରୀ ଚହଲି ପଡିବ ମାଇଲେ ଖପରା କାତି ସଙ୍ଗୀତରେ ଭାବମୟ ହୋଇ ପଡିଛନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁ। ନୟାଗଡ଼ରେ ବାହୁଡ଼ା ଯାତ୍ରା ଅବସରରେ ବଡ଼ ଏକାଦଶୀ ଦିନ ଚତୁର୍ଦ୍ଧାମୂର୍ତ୍ତୀ ସୁନାବେଶରେ ରଥ ଉପରେ ଦର୍ଶନ ଦେବା ଅବସରରେ ଭଜନ ଅମୃତ ଧାରାରେ ଭିଜିଥିଲେ ଭକ୍ତବୃନ୍ଦ । ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭଜନ ସନ୍ଧ୍ୟାକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟ ଭୁଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଏବଂ ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ସ୍ଥାନୀୟ କଳାକାର ସଙ୍ଗୀତ ପ୍ରେମୀ ବୁଲୁ ମିଶ୍ରଙ୍କ ସଂଯୋଜନାରେ “ଅନୁଗୁଳସ୍ଥିତ ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା” ଦଳ ଭଜନ ପରିବେଷଣ କରିଥିଲେ। ସ୍ବନାମଧନ୍ୟ ଭଜନ ଗାୟକ ବାଦଲ ଆଚାର୍ଯ୍ୟ, ସ୍ଵପ୍ନଜିତ୍ ସାମନ୍ତରା, ବାବୁଲି ନନ୍ଦ ପ୍ରମୁଖଙ୍କ ଭଜନ ଭକ୍ତମାନଙ୍କୁ ମନ୍ନମୁଗ୍ଧ କରି ଦେଇଥିଲେ । ସମସ୍ତଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ବିଶିଷ୍ଟ ଭଜନ ଗାୟକ ସୁର ଗନ୍ଧର୍ବ ନବକିଶୋର ମିଶ୍ର ଭଜନ ପରିବେଷଣ କରିଥିଲେ।
