ଗଣିଆରେ ସେବା ଉତ୍ସବ, ମାଗଣା ସ୍ବାସ୍ଥ୍ୟ ଶିବିରରେ ସାମିଲ ହେଲେ ୨ଶହ ରୋଗୀ

ଗଣିଆ, (ନୟାଗଡ଼ ଦର୍ପଣ):- ଗଣିଆରେ ଅନୁଷ୍ଠିତ ହେଲା ସେବା ଉତ୍ସବ। ଚଳିତ ମାସ ୧୫ ତାରିଖ ଠାରୁ ୨୫ ତାରିଖ ଯାଏଁ ଦଶ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ସେବା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଷ୍ଟମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ଗଣିଆ ବ୍ଲକର କୁଞ୍ଜବିହାରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୨ ଶହ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ସୁବିଧା ପାଇଥିଲେ । ସେବା ଉତ୍ସବ ସମିତି ପକ୍ଷରୁ ପ୍ରତିବର୍ଷ ଗଣିଆ ବ୍ଲକର ବିଭିନ୍ନ ଅପହଂଚ ଅଂଚଳରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଥିବା ବେଳେ ଚଳିତ ଥର ଏହି ସେବା ଉତ୍ସବରେ ବିଭିର୍ଣ୍ଣ ବର୍ଗର ଲୋକ ସାମିଲ ହୋଇଥିଲେ।

ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ବାବଧାନତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ଼ ଅରବିନ୍ଦ ଦାସ, ଫାର୍ମାଶିଷ୍ଟ ବଂଶୀଧର ସାହୁ, ରଂଜନ ନନ୍ଦ, ବସନ୍ତ କୁମାର ଉପସ୍ଥିତ ରହି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସେବା ସମିତି ସଦସ୍ୟ ଗୁଲସନ କୁମାର ଦାସ, ଜ୍ଞାନ ଦର୍ଶନ ମିଶ୍ର, ନାରାୟଣ ଦଳେଇ, ବ୍ରଜ ସୁନ୍ଦର ବେହେରା ମହେଶ୍ୱର ମାଝୀ, ସୀତାରାମ ସାହୁ, ରବୀନ୍ଦ୍ର ମହାରଣା, ପପୁ ନାୟକ, ସୁମନ ମୁଇକା, ରଂଜନ କୁମାର ବେହେରା, ଶ୍ରୀମାନ ଅଭିଜିତ କର, ରାଜେନ୍ଦ୍ର ଜେନା, ଅଂଶୁମାନ ସେଠି, ଚିନ୍ମୟ ପ୍ରସାଦ ବେହେରା, ଗୋପାଳ ଚନ୍ଦ୍ର ସାହୁ, କାହ୍ନା ସାହୁ, ସଞ୍ଜୟ ସ୍ୱାଇଁ, ସିଦ୍ଧାନ୍ତ କୁମାର ପ୍ରଧାନ, ବିଭୁ ପ୍ରସାଦ ଦାଶ, ପ୍ରଶାନ୍ତ କୁମାର ସାହୁ, ଅମିତ କୁମାର ସାହୁ, ଶୁଭଶିଷ ନାୟକ, ଯୁଧିଷ୍ଠିର ବେହେରା, ଆଶୁତୋଷ ସାହୁ, ସାଇ ଶ୍ରୀ ପୃଷ୍ଟି, ଶ୍ଵେତା ରଶ୍ମି ମହାରଣା, ସ୍ଵାତି ସାରଣୀ ସାହୁ, ଜ୍ୟୋତ୍ସନା ରାଣୀ ପୃଷ୍ଟି, ସ୍ମୃତିଶିଖା ପରିଡା, ବର୍ଷା ପ୍ରିୟଦର୍ଶିନୀ, ସୋମ୍ୟା ସୋୟାମ ପ୍ରଭା ପ୍ରମୁଖ ସାମିଲ ହୋଇଥିଲେ। ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସେବା କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖରେ ଓଡ଼ଗାଁ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଉଦଯାପନୀ ହେବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts