ନିଶା ସେବନ ବିରୋଧରେ ସଚେତନତା ସୃଷ୍ଟି ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ “ମାଆ ଫାଉଣ୍ଡେସନ” ଓ “ବାଣୀଧାରା” ନୟାଗଡ଼ ଠାରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପବିତ୍ର ବାହୁଡା଼ ଯାତ୍ରା ଅବସରରେ ପ୍ରଥମେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପରେ, ନୟାଗଡ଼ ରଥ ଦାଣ୍ଡରେ ସଂଗଠନର ସ୍ବେଚ୍ଛାସେବୀ ମାନେ ଅନୈତିକ ଡ୍ରଗ୍ସ୍ ବିରୋଧି ସ୍ଲୋଗାନ ଦେଇ ଅନୈତିକ ନିଶା ସେବନର ଅପକାରିତା ବିଷୟରେ ଛାତ୍ର ଏବଂ ଯୁବକ ମାନଙ୍କୁ ସଚେତନ କରାଇ ଥିଲେ।

ଏହି ଅବସରରେ ନୟାଗଡ଼ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ନୟାଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା ଯୋଗ ଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ର ବିଭିନ୍ନ ସ୍ବେଚ୍ଛାସେବୀ ଏବଂ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିବା ବେଳେ ବରିଷ୍ଠ ସମାଜସେବୀ ଦାମ ସାର୍, ସୌମ୍ୟ ରଞ୍ଜନ ପ୍ରଧାନ, ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ, ସାମାଜିକ କର୍ମୀ କାମାକ୍ଷା ପ୍ରସାଦ ଦାସ ,ରେଡକ୍ରସ ଭଲେଣ୍ଟର୍ ମୁଖ୍ୟ ବିଭୂତି ଭୂଷଣ ପଟ୍ଟନାୟକ, ମାନସ ମହାପାତ୍ର, ଗୋପୀନାଥ ସେଠି, ବିଭୁ ପ୍ରସାଦ ପଟ୍ଟନାୟକ, ବିଜୟାନନ୍ଦ ମହାପାତ୍ର, ପ୍ରତାପ ଷଡ଼ଙ୍ଗୀ, ବିପ୍ଳବ ସତ୍ୟସୁନ୍ଦର୍ ଦାସ, ସୁଶାନ୍ତ ପଟ୍ଟନାୟକ, ମନୋଜ ସାମନ୍ତରାୟ, ଲକି ପଣ୍ଡା, ରବି ଖୁଣ୍ଟିଆ, ବୁଲ୍ ବୁଲ୍, ବାପି ସାହୁ ପ୍ରଭୃତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମାଆ ଫାଉଣ୍ଡେସନର ସମ୍ପାଦକ ରଞ୍ଜନରଶ୍ମି ଜେନା ପରିଚାଳନା କରୁଥିବା ବେଳେ “ବାଣିଧାରା” ର ପରିଚାଳନା ଟ୍ରଷ୍ଟି ଆଇନଜୀବୀ ଗତିକୃଷ୍ନ ଶତପଥି ଏହାର ରୂପରେଖ ପ୍ରସ୍ତୁତ କରିଥିଲେ।

Related posts