ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ର କଣ୍ଠଶିଳ୍ପୀ ମାନେ ବାହୁଡ଼ା ଦଶମୀ ରେ ମାଉସୀ ମା ଙ୍କ ନିକଟ ମଞ୍ଚରେ ଭଜନ ପରିବେଷଣ କରିଥିଲେ ।ଏହି ଭଜନ ସମାରୋହକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ ଓ ସଙ୍ଗୀତ ଗୁରୁ ପ୍ରଭାତ କୁମାର ଦାସ ଉପସ୍ଥିତ ରହି ନୟାଗଡ ଐତିହ, ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ। ପରମ୍ପରା ପରିଷଦ ର କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଜୟାନନ୍ଦ ମହାପାତ୍ର, ଭୂମିକା ମହାପାତ୍ର, ବୈଦୁର୍ଯ୍ୟନାଥ କର, ରାମ ପ୍ରସାଦ ମଲ୍ଲିକ, ପୁରୁଷୋତ୍ତମ ମହାପାତ୍ର, ନୈନିକା ପଟ୍ଟନାୟକ ଓ ଶିଶୁ କଣ୍ଠଶିଳ୍ପୀ ଆରୟାନ୍ ରାଜ ସେଠୀ, ସୃଜନିକା ଦାଶ ଭଜନ ପରିବେଷଣ କରିଥିଲେ। ଏହାକୁ ସଂଯୋଜନା କରିଥିଲେ ଉପସ୍ଥାପକ ଗୋପୀନାଥ ସେଠୀ । ପ୍ରାୟ ୨୦୦ ଭକ୍ତ ଏହି ଭଜନ ସମାରୋହକୁ ଉପଭୋଗ କରିଥିଲେ। ପରିଷଦର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ଭଜନ ସମାରୋହକୁ ପରିଚାଳନା କରିଥିଲେ ଏବଂ ନୟାଗଡର ଦେବୋତ୍ତର ବିଭାଗ ଦ୍ଵାର ଏହି ଭଜନ ସମାରୋହର ଆୟୋଜନ କରାଯାଇଥିଲା।
