ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ଉଦଘାଟିତ ହେଲା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ୨୦୨୪ । ନୟାଗଡ଼ ସହର ସ୍ଥିତ ରୋଟାରି ଭବନ ଠାରେ ଅଷ୍ଟମ ବର୍ଷ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ନୟାଗଡ଼ର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ସେହି ଭଳି ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମାଜସେବୀ ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା, ବିଶିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାଶ, ଯୁବ ବ୍ୟବସାୟୀ ଚନ୍ଦନ ସାହୁ, ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସେବା ଓ ଦାନର ମହାନ ପର୍ବକୁ ଉଦ୍ଜୀବିତ କରିବା ପାଇଁ ଯୁବପିଢ଼ି ଆଗକୁ ଆସିବା ଦରକାର ବୋଲି ଅତିଥି ମାନେ ମାତବ୍ୟକ୍ତ କରିଥିଲେ। ସେହିଭଳି ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ପାଇଁ ସେବା ଉତ୍ସବ ଏକ ନିଆରା ପ୍ରୟାସ ବୋଲି ପୁରୀ ସାଂସଦ ଡ଼. ପାତ୍ର କହିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିଥିଙ୍କ ଦ୍ୱାରା କୁନିପ୍ରତିଭା ମାନଙ୍କୁ ପୁରସ୍କାର ଦିଆଯିବା ସହ କିଛି ଅଭାବୀ ବ୍ୟକ୍ତିଙ୍କୁ ବସ୍ତ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଜୟେନ୍ଦ୍ର ବେହେରା ସଂଯୋଜନା କରିଥିଲା ବେଳେ ଗୁଲସନ କୁମାର ଦାଶ, ସୁନୀଲ କୁମାର ନାୟକ, ସୋମ୍ୟା ସୋୟାମ ପ୍ରଭା, ପରମେଶ୍ୱର ସାହୁ, ବର୍ଷା ପ୍ରୟାଦର୍ଶିନୀ ପ୍ରମୁଖ ପରିଚାଳନା କରିଥିଲେ।
Related posts
-
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ... -
ନୟାଗଡ଼ ଜିଲ୍ଳାରେ ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଭାରୀଯାନରେ ପରିବହନ ନିଷିଦ୍ଧ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩... -
ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ...