ନୟାଗଡ଼, (ନୟାଗଡ଼ ଦର୍ପଣ): ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ତଥା ପରିବେଶବିତ ସୁକାନ୍ତ ଚନ୍ଦ୍ର ଚୌଧୁରୀ ଯୋଗଦେଇଥିଲେ। ଏ ବର୍ଷ ବିଶ୍ୱ ଯୁବ ଦକ୍ଷତା ଦିବସ ଦିବସର ବାର୍ତ୍ତା ‘ଶାନ୍ତି ଏବଂ ନିରନ୍ତର ବିକାଶ ପାଇଁ ଯୁବ କୌଶଳ’ ସହିତ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ୍ ଏବଂ ନିରନ୍ତର ବିକାଶ ଉପରେ ଆଲୋକପାତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଜୱାନ ଦାସ, ଜିତେନ୍ଦ୍ର କୁମାର ବରାଳ, ସଂଯୋଜନା ଅଧ୍ୟାପକଙ୍କ ସମେତ ଅନୁଷ୍ଠାନର ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶିଳ୍ପ ତାଲିମ କେନ୍ଦ୍ର ପରିସର ମଧ୍ୟରେ ବୃକ୍ଷରୋପଣ, ଏକକ ବ୍ୟବହୃତ ପ୍ଲାଷ୍ଟିକ ସଂଗ୍ରହ, ରକ୍ତ ଦାନ, ସହିତ ପେଣ୍ଟିଂ ଏବଂ କୁଇଜ୍ ଭଳି ବିଭିନ୍ନ ପ୍ରକାରର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଆଜିର ଏହି ଉତ୍ସବରେ ସୁନ୍ଦର ନୃତ୍ୟ ଗୀତ ସହ ଦିବସଟିକୁ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ।
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...