ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପୁରୁଣା ରାଜବାଟୀ ପରିସରରେ ଆଜି ଏକ ଉତ୍ସାହପୂର୍ଣ୍ଣ ରାଜନୈତିକ ପରିବେଶ ସୃଷ୍ଟି ହୋଇଥିଲା। ନବଘନପୁର ଗ୍ରାମର ଯୁବନେତା କବିରାଜ ସାହୁଙ୍କ ନେତୃତ୍ୱରେ ପ୍ରାୟ ୩୫୦ରୁ ଅଧିକ ଯୁବକ ଘଡୁଆଳ ଠାରୁ ଏକ ବିଶାଳ ବାଇକ୍ ରାଲି କରି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପୁରୁଣା ରାଜବାଟୀକୁ ପାଛୋଟି ଆଣି ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ କବିରାଜ ସାହୁ ପ୍ରତ୍ୟୁଷାଙ୍କୁ ନବଘନପୁର ଗ୍ରାମ ପଞ୍ଚାୟତରେ ଏକ ବିରାଟ “ମିଶ୍ରଣ ପର୍ବ” ଆୟୋଜନ ପାଇଁ ତାରିଖ ଘୋଷଣା କରିବାକୁ ଅନୁରୋଧ କରିଥିଲେ। ପ୍ରତ୍ୟୁଷା ଏହି ଅନୁରୋଧକୁ ସ୍ୱୀକାର କରି ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ମିଶ୍ରଣ ପର୍ବରେ ନବଘନପୁର ଗ୍ରାମ ପଞ୍ଚାୟତର ପ୍ରାୟ ୨୦୦୦ରୁ…
Read MoreCategory: ନୟାଗଡ଼ ବ୍ଲକ
ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ବାଇଧର ସାହୁଙ୍କ ପରଲୋକ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ବାଇଧର ସାହୁଙ୍କର ଗତ କାଲି ରାତ୍ର ୯ଟା ସମୟରେ ତାଙ୍କ ନିଜ ବାସଭବନରେ ପରଲୋକ ଘଟିଛି। ଶ୍ରୀ ସାହୁ ଜଣେ ସୁଦକ୍ଷ, ନିଷ୍ଠାବାନ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ବହୁ ପିଢ଼ିର ଛାତ୍ରଛାତ୍ରୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ବିୟୋଗରେ ଶିକ୍ଷାଜଗତ, ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ପରମପିତା ପରମେଶ୍ୱରଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ।
Read Moreରୋଟାରୀ କ୍ଲବ୍ ନୟାଗଡ଼ରେ ବନ୍ଧୁତ୍ୱ ଦିବସ ପାଳିତ, ଫ୍ରେଣ୍ଡସିପ୍ ବ୍ୟାଣ୍ଡ ଓ ଛେନାପୋଡ଼ରେ ବଢ଼ିଲା ବନ୍ଧନ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍, ନୟାଗଡ଼ ପକ୍ଷରୁ ବନ୍ଧୁତ୍ୱ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ୍ର ସଦସ୍ୟମାନେ ଯୋଗଦେଇ ପରସ୍ପରକୁ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ବନ୍ଧୁତ୍ୱର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସମସ୍ତେ ଏକାଠି ଛେନାପୋଡ଼ କାଟି ବନ୍ଧୁତ୍ୱ ଦିବସ ପାଳନ କରିଥିଲେ। ସଦସ୍ୟମାନେ ସମାଜରେ ସୌହାର୍ଦ୍ଦ, ପାରସ୍ପରିକ ସହଯୋଗ ଓ ମାନବିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ବନ୍ଧୁତ୍ୱର ବନ୍ଧନକୁ ଆହୁରି ନିବିଡ଼ କରିବା ସହ ସମସ୍ତଙ୍କ ମଧ୍ୟରେ ସମ୍ପ୍ରୀତିର ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Read Moreପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଓ ବେଶଭୁଷା ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବାଲୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିଶୁମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ଜ୍ଞାନବିଜ୍ଞାନ ମେଳା ଓ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ବିଜ୍ଞାନ ମେଳାରେ ୪୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏହି ବିଜ୍ଞାନମେଳାରେ ବିଚାରକ ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଓ ପ୍ରସନ୍ନ କୁମାର କୁଣ୍ଡ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିଥିଲେ ଏବଂ କୁନିକୁନି ବୈଜ୍ଞାନିକମାନେ ଭବିଷ୍ୟତରେ ବୈଜ୍ଞାନିକ ହୋଇ ଦେଶ ଓ ଜାତିର ଗୌରବ ବୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ। ବେଶଭୂଷା ପ୍ରତିଯୋଗିତାରେ ନିର୍ଣ୍ଣାୟକ ଭାବେ ବୀଣାପାଣି ଶିଶୁମନ୍ଦିର, ବଡ଼କୁଟୁଣୀର ସମ୍ପାଦକ ସୁଶାନ୍ତ କୁମାର ନାୟକ ଏବଂ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ଗୋତିସାହିର ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି ଯୋଗଦେଇ ମୂଲ୍ୟାଙ୍କନ କରିବା…
Read Moreସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା: ୬୩ ବିଜ୍ଞାନ ପ୍ରକଳ୍ପରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା–୨୦୨୬ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ଉଦ୍ଭାବନୀ ଶକ୍ତିର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ଦାଶ ଦୀପ ପ୍ରଜ୍ୱଳନ କରି ମେଳାର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସଞ୍ଜୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହଜିଲ୍ଲା ପ୍ରମୁଖ କେଶବ ଚନ୍ଦ୍ର ରାଉତରାୟ ଆଧୁନିକ ସମାଜରେ ବିଜ୍ଞାନର ଗୁରୁତ୍ୱ ଓ ଉପଯୋଗିତା ସମ୍ପର୍କରେ ଶିଶୁମାନଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ। ଶେଷରେ ଜିଲ୍ଲା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ। ମେଳାରେ ମୋଟ ୬୩ଟି ବିଜ୍ଞାନ…
Read Moreମାଙ୍କପଲ୍ଲୀରେ ରୋଟାରୀ କ୍ଲବ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟସ୍ଥ ମାଙ୍କପଲ୍ଲୀ ଗ୍ରାମରେ ରୋଟାରୀ କ୍ଲବ ପକ୍ଷରୁ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବର ସଭାପତି ବାସୁଦେବ ସାହୁ ଏବଂ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଗ୍ରାମବାସୀ ଏବଂ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୨୦୦ରୁ ଅଧିକ ଅଁଳା, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ସଜନା ଚାରା ବଣ୍ଟନ କରାଯାଇଥିଲା। ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରିଆନ ପ୍ରଶନ୍ନ ବସନ୍ତିଆ, ପ୍ରକାଶ ପଟ୍ଟନାୟକ, ମିହିର ନାୟକ, ଜି ରଶ୍ମିରାଜ, ମଦନ ମୋହନ ମହାପାତ୍ର, ଶ୍ରୀଧର ସାହୁ, ପ୍ରବୀର ପୃଷ୍ଟି, ଅବିନାଶ ସାହୁ, ଦେବାଶିଷ ପଟ୍ଟନାୟକ, ଭାଗିରଥି ସାହୁ…
Read Moreଅବସର ଗ୍ରହଣ କଲେ ପ୍ରଧାନଶିକ୍ଷକ
ନୟାଗଡ଼, (ନୟାଗଡ଼ ଦର୍ପଣ): ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଏନ୍.ସି.ସି ଶିକ୍ଷକ ଅଜୟ କୁମାର୍ ମିଶ୍ର ନିକଟରେ ପ୍ରଧାନଶିକ୍ଷକ ଭାବରେ ପଦୋନ୍ନତି ପାଇ ଗତ ଜୁନ୍ ଚାରି ତାରିଖରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦେଇ ଆଜି ସରକାରୀ ଚାକିରିରୁ ଅବସର ନେଲେ। ଶ୍ରୀଯୁକ୍ତ ମିଶ୍ର ଜଣେ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ବେଳେ ପରେ ନିଜକୁ ଜଣେ ଏନ୍. ସି. ସି ଅଧିକାରୀ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ। ତାଙ୍କର ଅବସରକାଳୀନ ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିଲେ। ଆଜିର ସଭାରେ ନୟାଗଡ଼ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ…
Read Moreନୟାଗଡ଼ ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ, ୨୬୦ଜଣ ନୂତନ ହିତାଧିକାରୀ ପାଇଲେ ସହାୟତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର ନୂତନ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପର୍କିତ ଏକ ସ୍ୱତନ୍ତ୍ର ବୈଠକ ସହ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନୂତନ ଭାବେ ମଞ୍ଜୁରୀପ୍ରାପ୍ତ ୨୬୦ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବୈଠକରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନ, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ନିର୍ଦ୍ଦିଷ୍ଟ ସମୟରେ ସହାୟତା ପହଞ୍ଚାଇବା ଏବଂ ସରକାରୀ ସେବାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଲୋକାଭିମୁଖୀ କରିବା ଉପରେ ବିସ୍ତୃତ ଆଲୋଚନା…
Read Moreପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଭୋଟର ତାଲିକା ଅନ୍ତର୍ଭୁକ୍ତିକୁ ନେଇ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ କଂଗ୍ରେସର ଫେରାଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ୧୨୨–ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା (SIR-୨୦୨୬)ରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତିକୁ ନେଇ ଭାରତୀୟ ଜାତୀୟ କଂଗ୍ରେସର ବୁଥ୍ ଲେଭଲ୍ ଏଜେଣ୍ଟ (BLA-1) ଲକ୍ଷ୍ମୀଧର ତ୍ରିପାଠୀ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ବୁଥ୍ ନଂ–୮୫ର କ୍ରମିକ ନଂ–୨୯୭ (EPIC: RAU0029355)ରେ ଶ୍ରୀମତୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତି ସମୟରେ ବିଶେଷ ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ପାଳନ କରାଯାଇ ନଥିବା ସନ୍ଦେହ ରହିଛି। ଆବେଦନରେ ଦର୍ଶାଯାଇଛି ଯେ ତାଙ୍କ ନାମ ୨୦୦୨ ମସିହାର ରାଞ୍ଚି ଭୋଟର ତାଲିକାର “ମ୍ୟାପିଂ” ଆଧାରରେ ସାମିଲ କରାଯାଇଥିବା କୁହାଯାଉଥିଲେ ମଧ୍ୟ, ସେହି ସମୟରେ ସେ ପ୍ରକୃତରେ ଭୋଟର ଥିଲେ କି ନାହିଁ…
Read Moreନୟାଗଡ଼ରେ ସମ୍ଭାଗ ସ୍ତରୀୟ ଶିଶୁ ବାଟିକା ପ୍ରମୁଖ କାର୍ଯ୍ୟଶାଳା ଉଦ୍ଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପ୍ରାଙ୍ଗଣରେ ବିଗତ ଦୁଇ ଦିନ ଧରି ଚାଲିଥିବା ସମ୍ଭାଗ ସ୍ତରୀୟ ଆଧାର ସ୍ତର ଶିଶୁ ବାଟିକା ପ୍ରମୁଖ କାର୍ଯ୍ୟଶାଳା ରବିବାର ସମାରୋପ ହୋଇଯାଇଛି। ଏହି କାର୍ଯ୍ୟଶାଳାରେ ସମ୍ଭାଗ ଅଧୀନ ୧୩୬ଟି ବିଦ୍ୟାଳୟର ୮୬ ଜଣ ଗୁରୁଜୀ ଓ ଗୁରୁମା ଅଂଶଗ୍ରହଣ କରି ଶିଶୁମାନଙ୍କର ସର୍ବାଙ୍ଗୀଣ ବିକାଶ, ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାଦାନର ନୂତନ ପଦ୍ଧତି ସମ୍ପର୍କରେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ। ସମାରୋପ ଉତ୍ସବରେ ପ୍ରାନ୍ତ ମାଧ୍ୟମିକ ଶୈକ୍ଷିକ ସଂଯୋଜକ ଆଶିଷ କୁମାର ରଥ, ନୟାଗଡ଼ ଜିଲ୍ଲା ସହ ପ୍ରମୁଖ କେଶବ ଚନ୍ଦ୍ର ରାଉତରାୟ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ପବିତ୍ର କୁମାର ପଣ୍ଡା, ବିଭାଗ ନିରୀକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ପ୍ରାନ୍ତ ଶିଶୁ ବାଟିକା ସହ ପ୍ରମୁଖ ରୀନା ରାଉତରାୟ, ସମ୍ଭାଗ ଶିଶୁ…
Read More