ଓଡଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣରେ ପଛୁଆବର୍ଗ ଜାତିକୁ ଅଣଦେଖା କରାଯାଇଥିବା କହିଲା କଂଗ୍ରେସ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷୀତ ଓଡଗାଁ ଏନଏସି ନିର୍ବାଚନ ପାଇଁ କରାଯାଇ ଥିବା ପ୍ରସ୍ତାବିତ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆବର୍ଗ ଜାତି ସମୂହଙ୍କୁ ଅଣଦେଖା କରାଯିବା ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଥିବା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଗତ ୧୯ ମେ ପ୍ରକାଶିତ ଆସନ ସଂରକ୍ଷଣ ତାଲିକାରେ ପାଛୁବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ଥିବାବେଳେ ଗତ ୫ ଜୁନରେ ସଂଶୋଧିତ ସଂରକ୍ଷଣ ତାଲିକାରେ ୨୦୨୨ ଓଡିଶା ସଂଶୋଧିତ ପୌର ଆଇନ ଆଳ ଦେଖାଇ ପଛୁଆବର୍ଗଙ୍କୁ ଆସନ ସଂରକ୍ଷଣ ତାଲିକାରୁ ବାଦ ଦେଇ ସେମାନଙ୍କର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି କଂଗ୍ରେସ ନେତା କହିଛନ୍ତି। ଜାତୀୟ ସ୍ତର ଚାକିରୀ କ୍ଷେତ୍ରରେରେ ପଛୁଆବର୍ଗଙ୍କୁ ୨୭ପ୍ରତିଶତ ଏବଂ ଓଡିଶା ରାଜ୍ୟରେ ୧୧.୫ପ୍ରତିଶତ ସଂରକ୍ଷଣ ଭଳି ସାମ୍ବିଧାନିକ ଅଧିକାର…

Read More

ପିତ୍ତଳରେ ଝଲସିବ ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର କବାଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଇଷ୍ଟ ତଥା ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର ପିତ୍ତଳରେ ଝଲସିବ। ବହୁ ବର୍ଷର ଅପେକ୍ଷା ପରେ ଆଜି ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ନବ ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାରିଣୀ ବୈଠକ ମନ୍ଦିର ସଭାଗୃହରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପିତ୍ତଳ କବାଟର ନିର୍ମାଣ ନିମନ୍ତେ ପ୍ରାୟ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ସମସ୍ତ ଅର୍ଥ ଭକ୍ତମାନେ ଦାନ ଅର୍ଥରେ ପ୍ରଦାନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏତଦ ବ୍ୟତୀତ ମନ୍ଦିର ଆୟ ବୃଦ୍ଧି, ଆଗାମୀ ପଣାଯାତ୍ରା, ମନ୍ଦିର ନୀତିକାନ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ କିଷାନ କୁମାର ଦାସ, ଉପସଭାପତି ଦାଶରଥି…

Read More

ନୟାଗଡ଼ କଳାପରିଷଦରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସହ ବିଶ୍ୱ ପରିବେଶ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ କଳାପରିଷଦ ଏବଂ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପାଣିପୋଇଲା ସ୍ଥିତ ନୟାଗଡ଼ କଳାପରିଷଦ ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ପ୍ରଭାସିନି ନନ୍ଦଙ୍କ ସଭାପତିତ୍ବରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ଉକ୍ତ ଶିବିରକୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱ ପରିବେଶ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ଲକ୍ଷ, ଉଦେଶ୍ୟ ସମ୍ବନ୍ଧରେ ଅନ୍ତେବାସୀ ଓ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ରହିବା ଅସମ୍ଭବ, ସଭିଏଁ ଆସନ୍ତୁ ଗଛ ଲଗାଇବା ଓ ପରିବେଶକୁ…

Read More

Give Blood Save Life ତରଫରୁ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଇକିରି ଗ୍ରାମର ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଶୁଭାଶିଷ ନାୟକଙ୍କ ଆବାହକତ୍ଵରେ ଇଟାମାଟି ଓ ଆଖପାଖ ଗ୍ରାମର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ପରିବେଶପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଶିଷ୍ଠ ସମାଜସେବୀ ଭାଗିରଥି ବାଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହେବା ସହିତ ନିକୁଲର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ଏହାକୁ ସଞ୍ଚାଳନ କରଥିଲେ। ପ୍ରଦୀପ୍ତ ପଟ୍ଟନାୟକଙ୍କ ପରିବେଶ ଓ ବୃକ୍ଷ ରୋପଣ ସମ୍ପର୍କତ ସ୍ୱାଗତ ସଂଗୀତରେ ସମସ୍ତଙ୍କୁ ମନକୁ ବେସ୍ ଛୁଇଁଥିଲା। ପରିବେଶ ଦିବସ ୨୦୨୫ର ବିଷୟବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରାସ୍ତ କରିବା ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ହେବା ସହିତ ପରିବେଶ ପ୍ରତି ଆମେ କିପରି ସଚେତନ ହୋଇପାରିବା…

Read More

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇ ନୟାଗଡ଼ ସହରରେ ଜମି ଚିହ୍ନଟ ପାଇଁ ଜିଲ୍ଲପାଳଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏବଂ ନୟାଗଡ଼ ସହରରେ ଆମ ପବିତ୍ର ଦେଶ ଭାରତ ବର୍ଷର ସମ୍ଭିଧାନ ପ୍ରଣେତା ଡଃ.ଭିମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଏଯାବତ୍ ସ୍ଥାପନା ହେଇପାରିନାହିଁ। ସେଥିପାଇଁ ସିନ୍ଦୁରିଆ ସ୍ଥିତ ଡଃ. ବି.ଆର୍ ଆମ୍ବେଦକର କ୍ଲବ ସଦସ୍ଯମାନେ ମିଳିତଭାବେ ବାବା ସାହେବ ଆମ୍ୱେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସର୍ବସମ୍ମତ ଭାବେ ନିଷ୍ପତି କରି ଜିଲ୍ଲପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିପାଇଁ ନୟାଗଡ଼ ସହରର ପ୍ରମୁଖ ଛକରେ ୧୦୦ ବର୍ଗ ଫୁଟ ସରକାରୀ ଜମି ଚିହ୍ନଟ କରାଯାଉ। ଅଗଷ୍ଟ ୧୫ ସ୍ବାଧିନତା ଦିବସ ଭଳି ପବିତ୍ର ତିଥିରେ ମହାମନୀଷୀ ସମ୍ଭିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ ବୋଲି ଜିଲ୍ଲପାଳଙ୍କୁ ଅନୁରୋଧ କରିଛନ୍ତି। ସ୍ଥାନୀୟ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ରଣପୁର କଂଗ୍ରେସ ନେତା ତଥା ସମାଜସେଵୀ…

Read More

କମ୍ରେଡ ଅଧିକାରୀ ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଲାଠିପଡା ଜୟପ୍ରକାଶ ଯୁବସଙ୍ଘ ପରିସରରେ ଦିବଂଗତ କମ୍ୟୁନିଷ୍ଟ ନେତା ଅଧିକାରୀ ବେହେରାଙ୍କ ଦ୍ଵାଦଶାହ ଅବସରରେ ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏକ ଶୋଭାଯାତ୍ରାରେ ଲାଠିପଡା ଗ୍ରାମ ପରିକ୍ରମା ପରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଅଧିକାରୀ ବେହେରା ଥିଲେ କୃଷକ ଶ୍ରମିକ ଶ୍ରେଣୀର ପ୍ରିୟ ସାଥୀ, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସାଲିସହୀନ ସଂଗ୍ରାମୀ, ଲାଠିପଡା ଆଞ୍ଚଳିକ ବିକାଶର ସ୍ଵପ୍ନ ଦ୍ରଷ୍ଟା ପୁରୁଷ। ତାଙ୍କର ବିୟୋଗରେ ଅଞ୍ଚଳ ତାର ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶୋକ ବାର୍ତ୍ତାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କୈଶୋରରୁ କଟକରେ ରାଜମିସ୍ତ୍ରୀ ଭାବେ କାମକରି ମାଳତୀ ଦେବୀ, ବିଶ୍ଵନାଥ ପଣ୍ଡିତଙ୍କ ଭଳି ସଂସ୍କାରବାଦୀ ବିପ୍ଳବୀମାନଙ୍କ ସହିତ ମିଶି ସମାଜବାଦୀ ଆଦର୍ଶରେ ଅନୁପ୍ରାଣୀତ ହେବା, ଏହାପରେ ନିଜ ଜନ୍ମସ୍ଥାନ…

Read More

ନୟାଗଡ଼ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ  କର୍ଣ୍ଣଦେବ ସମାଦ୍ଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଏବଂ ଏସ.ଡି.ପି.ଓ. ଜ୍ୟୋତିରଂଜନ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ଉପଜିଲ୍ଲାପାଳ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ପରେ ପରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରଥଯାତ୍ରା ଦିନଠାରୁ ପଲିଥିନ୍ ଓ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରାଯିବ। ଏଥିରେ ସମସ୍ତେ ସମ୍ମତି ଜଣାଇଥିଲେ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଦନୁରୂପେ ତାଙ୍କ ଭାଷଣ ରଖିଥିଲେ ।…

Read More

ଅବସରଦିନ ପୂର୍ଣ୍ଣାଙ୍ଗ ପେନସନ୍ ସହ ଅନ୍ୟାନ୍ୟ ଦେୟ ପାଇଲେ ଶିକ୍ଷା ବିଭାଗର କର୍ମଚାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ଅବସର ନେଉଥିବା ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ  ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଙ୍କ ସଭାପତିତ୍ବରେ  ଅବସରକାଳୀନ ବିଦାୟୀ ସଭା ଅନୁଷ୍ଠିତ ହୋଇଥିଲା।  ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ରେ ଥିବା ବିଭିନ୍ନ ବିଦ୍ୟାଳୟର ପାଞ୍ଚ ଜଣ ଶିକ୍ଷକ ତଥା ଶିକ୍ଷା କର୍ମଚାରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା   ସହ ପୂର୍ଣ୍ଣାଙ୍ଗ ପେନସନ୍, କମ୍ୟୁଟେସନ, ଗ୍ରାଚୁଇଟି ଆଦି  ପ୍ରଦାନ କରିଛନ୍ତି। ଅବସର ଗ୍ରହଣ କରିଥିବା…

Read More

ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ନୟାଗଡ଼ ବ୍ଲକ ଅନ୍ତର୍ଗତ ସାନ ପଣ୍ଡୁସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବନମାଳୀ ପରିଡ଼ାଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି ।  ସାନ ପଣ୍ଡୁସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବନିତା ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ, ଧନେଶ୍ୱର ସେଠି, ବ୍ଲକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନ, ସମ୍ପାଦକ ସୁରେଶ ସେଠି, ସନ୍ତୋଷ ସାହୁ,ପ୍ରଫୁଲ୍ଲ ଜେନା, ଚିତ୍ତରଞ୍ଜନ ଦାଶ,ଶରତ ପାଳ, ବିଦ୍ୟାଳୟ କମିଟି ସଭାପତି ଗୋପବନ୍ଧୁ ଭୂୟାଁ ପ୍ରମୁଖ ଯୋଗଦାନ…

Read More

କବିସମ୍ରାଟଙ୍କ ସାଧନା ପୀଠରେ ଭଞ୍ଜଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠତମ କବି। ଉପମା, ଅଳଙ୍କାର,ଶ୍ଳେଷ, ଶବ୍ଦ, ଅର୍ଥ,ସାଙ୍ଗୀତିକତାର ପ୍ରୟୋଗାତ୍ମକ ଶୈଳୀରେ ସେ ଥିଲେ କାଳଜୟୀ, ଅନତିକ୍ରମଣୀୟ ମୂର୍ଦ୍ଧନ୍ୟ ସାରସ୍ବତ ସ୍ରଷ୍ଟା ବୋଲି କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଭଞ୍ଜଜୟନ୍ତୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ଣ୍ଣନା କରିଛନ୍ତି ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ମଇ ୩୦ ସନ୍ଧ୍ୟାରେ ମାଳିସାହି ଗତୀଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ମାଳିସାହି ଗତୀଶ୍ଵର ମହାଦେବ ଓ ଢେଙ୍କଣା ରଘୁନାଥଙ୍କର ଆଶୀର୍ବାଦରେ କିଭଳି ଘୁମୁସର ରାଜପୁତ୍ର ଉପେନ୍ଦ୍ର କବିସମ୍ରାଟରେ ପରିଣତ ହୋଇ ବୈଦେହୀଶ ବିଳାସ,…

Read More