ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇ ନୟାଗଡ଼ ସହରରେ ଜମି ଚିହ୍ନଟ ପାଇଁ ଜିଲ୍ଲପାଳଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏବଂ ନୟାଗଡ଼ ସହରରେ ଆମ ପବିତ୍ର ଦେଶ ଭାରତ ବର୍ଷର ସମ୍ଭିଧାନ ପ୍ରଣେତା ଡଃ.ଭିମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଏଯାବତ୍ ସ୍ଥାପନା ହେଇପାରିନାହିଁ। ସେଥିପାଇଁ ସିନ୍ଦୁରିଆ ସ୍ଥିତ ଡଃ. ବି.ଆର୍ ଆମ୍ବେଦକର କ୍ଲବ ସଦସ୍ଯମାନେ ମିଳିତଭାବେ ବାବା ସାହେବ ଆମ୍ୱେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସର୍ବସମ୍ମତ ଭାବେ ନିଷ୍ପତି କରି ଜିଲ୍ଲପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିପାଇଁ ନୟାଗଡ଼ ସହରର ପ୍ରମୁଖ ଛକରେ ୧୦୦ ବର୍ଗ ଫୁଟ ସରକାରୀ ଜମି ଚିହ୍ନଟ କରାଯାଉ। ଅଗଷ୍ଟ ୧୫ ସ୍ବାଧିନତା ଦିବସ ଭଳି ପବିତ୍ର ତିଥିରେ ମହାମନୀଷୀ ସମ୍ଭିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ ବୋଲି ଜିଲ୍ଲପାଳଙ୍କୁ ଅନୁରୋଧ କରିଛନ୍ତି। ସ୍ଥାନୀୟ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ରଣପୁର କଂଗ୍ରେସ ନେତା ତଥା ସମାଜସେଵୀ ବିଭୂପ୍ରସାଦ ମିଶ୍ର ଏବଂ ଡ଼ ଭୀମରାଓ ଆମ୍ବେଦକର ଅନୁଷ୍ଠାନ ସଭାପତି କୈଳାସ ଦଳେଇ, ସମ୍ପାଦକ ଜିତେନ୍ଦ୍ର କୁମାର ଦଳେଇ, କୋଷାଧ୍ୟକ୍ଷ ବିଶାଲ ଦଳେଇ, ସହ ସମ୍ପାଦକ ସୁରେନ୍ଦ୍ର କୁମାର ନାୟକଙ୍କ ସମେତ କ୍ଲବ ସଦସ୍ୟମାନେ ଯୋଗ ଦେଇଥିଲେ।

Related posts