ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହେଲା ମେମୁ ଟ୍ରେନ୍‌,ବାରମ୍ବାର ଅଚଳ ହେଉଥିବା ଏହି ଟ୍ରେନ ବଦଳାଇବା ପାଇଁ ନୟାଗଡ଼ ନାଗରିକ ମଞ୍ଚର ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆଗାଁ ରୋଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନଟି ଆଜି ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହୋଇ ଯାଇଥିଲା । ନୂଆଗାଁ ରୋଡ଼ରୁ ଅପରାହ୍ନ ୪:୧୫ରେ ଏହି ଟ୍ରେନ ଛାଡ଼ିବାର କିଛି କିଲୋମିଟର ଦୂର ତଥା ମହୀପୁର ଷ୍ଟେସନ ପହଞ୍ôଚବା ପୂବରୁ ନୂଆଗାଁ ଜଙ୍ଗଲ ମଧ୍ୟରେ ଏହାର ଇଞ୍ଜିନ ଅଚଳ ହୋଇଯାଇଥିଲା । ଏହାର ଲୋକ ପାଇଲଟ ଟ୍ରେନ ନିର୍ମାଣ କରିଥିବା କମ୍ପନୀ ସହିତ ଯୋଗାଯୋଗ କରି ଟ୍ରେନ ମରାମତି କରିବା ପରେ ଟ୍ରେନଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଛାଡ଼ିଥିଲା । ଫଳରେ ଏଥିରେ ଭୁବନେଶ୍ୱର ଯିବା ପାଇଁ ବସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନା ଯୋଗ୍ୟ ଯେ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଏକମାତ୍ର ମେମୁ ଟ୍ରେନଟି ବାରମ୍ବାର ଅଚଳ ହେଉଥିବା ବେଳେ ଏହି ଟ୍ରେନକୁ…

Read More

ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ହୋଲି ଫାମିଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ, ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପୋକ୍ସ ଏବଂ ସାଇବର ନିରାପତ୍ତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଶିକ୍ଷୟତ୍ରୀ ଅନିତା ସାହୁ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ କର୍ମଚାରୀ, ଆଇନସେବାର ମାଧ୍ୟମ ବର୍ଣନା କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକ୍ସ ଏବଂ ସାଇବର ନିରାପତ୍ତା ବୁଝାଇଥଲେ । ସଦସ୍ୟ ମହମ୍ମଦ ଉମର ମଲ୍ଲିକ ଏବଂ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଛାତ୍ର ଶୃଙ୍ଖଳା ଜାତୀୟତା ଏବଂ ନିରାପତା ଉପରେ ମତବ୍ୟକ୍ତ କରିଥିଲେ । ଅଧକ୍ଷା ସୁଶ୍ରୀ ହେଲନା ଜର୍ଜ, ପବିତ୍ର କୁମାର ବଡ଼ସେଠ, ଏହିପରି ସଚେତନତା କାର୍ଯ୍ୟକ୍ରମ ର ଉପାଦେୟତ ଉପଲବ୍ଧି କରିଥିଲେ ।…

Read More

ଦିନରାତି ସିସିଟିଭି ନଜରରେ ନୟାଗଡ଼ ସହର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଅପରାଧ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସର ବଡ଼ ପଦକ୍ଷେପ। ସହରାଞ୍ଚଳରେ ଚୋରି ଡକାୟତି ଓ ବିଭିନ୍ନ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ସିସି ଟିଭି କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ଘଟୁଥିବା ଅଘଟଣର ଟିକିନିଖ୍ ଖବର ସିସିଟିଭି ନଜରରେ ରହିବ। ନୟାଗଡ଼ ଟାଉନ ଥାନା ନିକଟସ୍ଥ ଏସଡିପିଓ ଅଫିସର କାର୍ଯ୍ୟାଳୟରେ ଆଜି ସିସିଟିଭି କଣ୍ଟ୍ରୋଲ ରୁମ ଓ ପୁଲିସ ଅତିଥ୍ ଭବନର ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଆଜି ଉଦଘାଟନ କରିଛନ୍ତି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାସିଶ ସାହୁ, ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା…

Read More

ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୧ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍‌ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ କାର୍ଯ୍ୟକ୍ଷମ ଥିଲାବେଳେ ଅବଶିଷ୍ଟ ୪ଗୋଟି ବନ୍ଦ ଅଛି । ଜିଲ୍ଲାରେ ନୂତନ ୩ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ଖୋଲାଯିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ନିଷ୍ପତି ନିଆଯାଇଛି । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ଏବଂ ଟେକ୍ନୋଲୋଜିର ଅପବ୍ୟବହାର କରିବା ଦ୍ଵାରା ଲିଙ୍ଗ ଅନୁପାତ ହ୍ରାସ ହେବା, ସାମାଜିକ ବ୍ୟବସ୍ଥାକୁ ବିକୃତ କରିବାର ଏକ ପ୍ରମୁଖ କାରଣ । ତେଣୁ…

Read More

ପବିତ୍ର ବାହୁଡା ଅବସରରେ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ବାହୁଡା ଯାତ୍ରା ଅବସରରେ ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଏବଂ ଦେବୋତ୍ତ ବିଭାଗର ମିଳିତ ସହଯୋଗରେ ଭଜନ ସମାରୋହ ପୁରୁଣା ସହର ବଡ଼ଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଭଜନ ସମାରୋହ କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଦାମୋଦର ସାହୁ ମିଳିତ ଭାବେ ଉଦଘାଟନ କରିଥିଲେ। ପରମ୍ପରା ସମ୍ପାଦକ ଡ. ନିର୍ମଳ ଶୁରଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଭଜନ ସମାରୋହରେ ଜିଲ୍ଲାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ଏହି କ୍ରମରେ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ,ପୂର୍ଣ୍ଣଚନ୍ଦ୍ର ମିଶ୍ର,ସୁଶ୍ରୀ ମହାପାତ୍ର, ବିଜୟାନନ୍ଦ ମହାପାତ୍ର, ଭୂମିକା ମହାପାତ୍ର, ରଞ୍ଜନ ଦାଶ, ଯଶୋବନ୍ତ ପଟ୍ଟନାୟକ,ସୃଜନିକା ଦାଶ,ଗୋପୀନାଥ ସେଠୀ, ପ୍ରଦୀପ୍ତ ରଥ,ଶିବରାମ ଗାଆଣ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ କବୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ଦ୍ଵାରା ରଚିତ…

Read More

ଗୋଡ଼ିପାଟଣା ଗ୍ରାମରେ ବିଧାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟ ଆଗେଇ ଚାଲିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଆଦର୍ଶରେ ପରିଣତ ହୋଇଛି । ବିଧାୟକ ଡ଼ଃ. ସାହୁଙ୍କ ଶାନ୍ତି ଓ ଉନ୍ନତିକୁ ବେଶ ଗୁରୁତ୍ୱ ଦେଇଆସିଛନ୍ତି । ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ପଞ୍ଚାୟତ ହରେକୃଷ୍ଣପୁର (ଗୋଡ଼ିପାଟଣା) ଗ୍ରାମକୁ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗସ୍ତ କରିଛନ୍ତି । ଗ୍ରାମରେ ଚାଲିଥିବା ବିଶ୍ୱଶାନ୍ତି ଯଜ୍ଞରେ ବିଧାୟକ ଯୋଗ ଦେଇଛନ୍ତି । ଗ୍ରାମବାସୀ ବିଧାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବିଧାୟକଙ୍କୁ ସ୍ୱାଗତ କରିଥିବା ବେଳେ ଗ୍ରାମର ଯୁବକଙ୍କଠାରୁ…

Read More

ବିଶ୍ୱ ସଙ୍ଗୀତ ଦିବସ ଅବସରରେ ଗଠିତ ହେଲା ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତ ଧାରା’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜୁନ ୨୧ ବିଶ୍ୱ ସଙ୍ଗୀତ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଙ୍ଗୀତାନୁଷ୍ଠାନ ମାନଙ୍କୁ ନେଇ ଗଠିତ ହେଲା ‘ସଙ୍ଗୀତଧାରା’ । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭୂ ମାନଙ୍କୁ ଲୋକ ଲୋଚନକୁ ଆଣି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ ସହିତ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗୀତଧାରାର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। ବିଧିବଦ୍ଧ ଭାବେ ଗଠିତ ହୋଇଥିବା ସଙ୍ଗୀତ ଧାରାର ମୁଖ୍ୟ ପୃଷ୍ଠପୋଷକ ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ରହିଥିବା ବେଳେ ଉପଦେଷ୍ଟା ଭାବେ ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ର ଏବଂ ଲକ୍ଷ୍ମୀଧର ମହାପାତ୍ର ରହିଛନ୍ତି। ସେହିପରି ସଭାପତି ଭାବେ ଡ. ବିଜୟ ଚୌଧୁରୀ, ଉପସଭାପତି ଡ. ନିର୍ମଳ ଶୁରଦେଓ, ସମ୍ପାଦକ ପ୍ରଶାନ୍ତ ଦାଶ, ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ…

Read More

ଗୋଛା ମାଳରେ ଆଦିବାସୀ ମେଳି

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ୱାନରେ ଓଡଗାଁ ବ୍ଲକ ଗୋଛା ମାଳରେ ଆଦିବାସୀ ନେତା ଦୁତିକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ମେଳି ସଭା ଅନୁଷ୍ଠିତ ହୋଇଯାଇଛି ତା୧୯.୦୬.୨୩ରେ ! ଆଦିବାସୀ ଅଧିକାର ସଂଗ୍ରାମର ନେତୃତ୍ୱ ନେଉଥିବା ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଏହି ସଭାରେ କ୍ଷୋଭ ପ୍ରକାଶକରି କହିଥିଲେ ଯେ ବିକାଶ ଯୋଜନା ଆଳରେ ଆଦିବାସୀମାନଂକୁ ସେମାନଙ୍କ ପ୍ରକୃତିଦତ୍ତ ଅଧିକାର ଉପରେ ଆଘାତ ପୂର୍ଵକ ବଞ୍ଚିତ କରାଯାଉଛି!ବନ ଉନ୍ନୟନ ନିଗମ ଓଡଗାଁ ବ୍ଲକର ସହସ୍ରାଧିକ ହେକଟର ପତିତ ଅନାବାଦୀ ଜମି ଆଦିବାସୀମାନଙ୍କ ଭୋଗ ଦଖଲରୁ ଛଡାଇଆଣି କାଜୁ ରୋପଣ କରିଛନ୍ତି ଏବଂ ଗ୍ରାମବାସୀଙ୍କ ଅଗୋଚରରେ କାଜୁ ମାଫିଆ ମାନଙ୍କୁ ଶାଗମାଛ ଦରରେ ଟେକିଦେଇ ପ୍ରଚୁର କିଳାପୋତେଇ ଅର୍ଜନ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି!କୌଣସି ପରିସ୍ଥିତିରେ ବି ବାହାର କାଜୁ ମାଫିଆମାନଙ୍କୁ ଆଦିବାସୀ ମାଳରେ…

Read More

ନେତ୍ରୋତ୍ସବ ଉପଲକ୍ଷେ ନୟାଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ନେତ୍ରୋତ୍ସବ ଉପଲକ୍ଷେ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ଦେବୋତ୍ତର ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ସାଂସ୍କୃତିକ ମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରତିଷ୍ଠିତ ସମାଜିକ, ସାଂସ୍କୃତିକ, ସାହିତ୍ୟ, ସଙ୍ଗୀତ ଅନୁଷ୍ଠାନମାନଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଭଜନ ସମାରୋହରେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଜୟଶ୍ରୀ ଦେବୀ, ପ୍ରଭାତ ଦାଶ, ନବକିଶୋର ମିଶ୍ର, ଅନିତା ରାମ, ବିଜୟାନନ୍ଦ ମହାପାତ୍ର, ସରୋଜ ମିଶ୍ର, ମାଧବ ଡାକୁଆ, କାଳିଦାସ ମହାପାତ୍ର, ଗୋପୀନାଥ ସେଠୀଙ୍କ ସମେତ ଅନେକ ଶିଶୁ କଳାକାର କଣ୍ଠଦାନ କରିଥିଲେ। କବି ଅଶୋକ ମଲ୍ଲଙ୍କ ସଂଯୋଜନାରେ ପରିବେଷିତ ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ପ୍ରାୟୋଜକ ଭାବେ ନାଟ୍ୟଧାରା, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ପରମ୍ପରା, ସୁଧା ସାଂସ୍କୃତିକ ଅନୁଷ୍ଠାନ,…

Read More

ସେବାଉତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ l ଏନେଇ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଗତ ୬ ବର୍ଷ ଧରି ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ସପ୍ତମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ଏହି ସେବା ଉତ୍ସବ ଅନୁଷ୍ଠିତ ହେବ l ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ…

Read More