ନେତ୍ରୋତ୍ସବ ଉପଲକ୍ଷେ ନୟାଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ନେତ୍ରୋତ୍ସବ ଉପଲକ୍ଷେ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ଦେବୋତ୍ତର ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ସାଂସ୍କୃତିକ ମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରତିଷ୍ଠିତ ସମାଜିକ, ସାଂସ୍କୃତିକ, ସାହିତ୍ୟ, ସଙ୍ଗୀତ ଅନୁଷ୍ଠାନମାନଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଭଜନ ସମାରୋହରେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଜୟଶ୍ରୀ ଦେବୀ, ପ୍ରଭାତ ଦାଶ, ନବକିଶୋର ମିଶ୍ର, ଅନିତା ରାମ, ବିଜୟାନନ୍ଦ ମହାପାତ୍ର, ସରୋଜ ମିଶ୍ର, ମାଧବ ଡାକୁଆ, କାଳିଦାସ ମହାପାତ୍ର, ଗୋପୀନାଥ ସେଠୀଙ୍କ ସମେତ ଅନେକ ଶିଶୁ କଳାକାର କଣ୍ଠଦାନ କରିଥିଲେ। କବି ଅଶୋକ ମଲ୍ଲଙ୍କ ସଂଯୋଜନାରେ ପରିବେଷିତ ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ପ୍ରାୟୋଜକ ଭାବେ ନାଟ୍ୟଧାରା, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ପରମ୍ପରା, ସୁଧା ସାଂସ୍କୃତିକ ଅନୁଷ୍ଠାନ, ରାଗେଶ୍ରୀ ନିଲୟମ, ସଣ୍ଡେ ଆର୍ଟ ଆଣ୍ଡ କ୍ରାଫ୍ଟ, ଉଦୟ ସଂଗୀତୟନ, ଶ୍ରୀ ସୃଜନ, ମୈତ୍ରୀ ଯୁବ ସଂସଦ, ମା’ ଫାଉଣ୍ଡେସନ, ଆର୍ଟ ପଏଣ୍ଟ, ନୟାଗଡ଼ ଜିଲ୍ଲା ଲେଖକ ପରିଷଦ, ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ, ସୋହମ ପ୍ରମୁଖ ସହଯୋଗ କରିଥିଲେ।

Related posts