ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ୱାନରେ ଓଡଗାଁ ବ୍ଲକ ଗୋଛା ମାଳରେ ଆଦିବାସୀ ନେତା ଦୁତିକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ମେଳି ସଭା ଅନୁଷ୍ଠିତ ହୋଇଯାଇଛି ତା୧୯.୦୬.୨୩ରେ ! ଆଦିବାସୀ ଅଧିକାର ସଂଗ୍ରାମର ନେତୃତ୍ୱ ନେଉଥିବା ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଏହି ସଭାରେ କ୍ଷୋଭ ପ୍ରକାଶକରି କହିଥିଲେ ଯେ ବିକାଶ ଯୋଜନା ଆଳରେ ଆଦିବାସୀମାନଂକୁ ସେମାନଙ୍କ ପ୍ରକୃତିଦତ୍ତ ଅଧିକାର ଉପରେ ଆଘାତ ପୂର୍ଵକ ବଞ୍ଚିତ କରାଯାଉଛି!ବନ ଉନ୍ନୟନ ନିଗମ ଓଡଗାଁ ବ୍ଲକର ସହସ୍ରାଧିକ ହେକଟର ପତିତ ଅନାବାଦୀ ଜମି ଆଦିବାସୀମାନଙ୍କ ଭୋଗ ଦଖଲରୁ ଛଡାଇଆଣି କାଜୁ ରୋପଣ କରିଛନ୍ତି ଏବଂ ଗ୍ରାମବାସୀଙ୍କ ଅଗୋଚରରେ କାଜୁ ମାଫିଆ ମାନଙ୍କୁ ଶାଗମାଛ ଦରରେ ଟେକିଦେଇ ପ୍ରଚୁର କିଳାପୋତେଇ ଅର୍ଜନ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି!କୌଣସି ପରିସ୍ଥିତିରେ ବି ବାହାର କାଜୁ ମାଫିଆମାନଙ୍କୁ ଆଦିବାସୀ ମାଳରେ ଲୁଣ୍ଠନ କରିବାର ସୁଯୋଗ ଦିଆଯିବନାହିଁ ବୋଲି ସଭାରେ ଦୃଢ ନିଷ୍ପତ୍ତି ନିଆଯାଇଛି! ଘରଡ଼ିହ ପଟା ଓ ଚାଷଜମି ନଥିଵା ଆଦିବାସୀ ମାନଙ୍କ ଭୂମି ସମସ୍ୟା ସମାଧାନ ପାଇଁ ଅଧିକାର ମଞ୍ଚ ବିହିତ ପଦକ୍ଷେପ ନେବାପାଇଁ ସ୍ଥିର କରା ଯାଇଛି! କୃଷକନେତା ପବିତ୍ର ଇନ୍ଦ୍ରଜିତ ଆନ୍ଦୋଳନ ସହିତ ସଂଗଠନର ଖସଡ଼ା ଉପସ୍ଥାପନ କରିଥିଲାବେଳେ ଆଦିବାସୀ ନେତା ଜଗବନ୍ଧୁ ଜାନି, ସୁରେନ୍ଦ୍ର ପ୍ରଧାନ, ପଞ୍ଚାନନ ଜେନା, ଟୁନା ପ୍ରଧାନ, ଶାନ୍ତି ପ୍ରଧାନ ଭାଗ
ଗୋଛା ମାଳରେ ଆଦିବାସୀ ମେଳି
