ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଅପରାଧ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସର ବଡ଼ ପଦକ୍ଷେପ। ସହରାଞ୍ଚଳରେ ଚୋରି ଡକାୟତି ଓ ବିଭିନ୍ନ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ସିସି ଟିଭି କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ଘଟୁଥିବା ଅଘଟଣର ଟିକିନିଖ୍ ଖବର ସିସିଟିଭି ନଜରରେ ରହିବ। ନୟାଗଡ଼ ଟାଉନ ଥାନା ନିକଟସ୍ଥ ଏସଡିପିଓ ଅଫିସର କାର୍ଯ୍ୟାଳୟରେ ଆଜି ସିସିଟିଭି କଣ୍ଟ୍ରୋଲ ରୁମ ଓ ପୁଲିସ ଅତିଥ୍ ଭବନର ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଆଜି ଉଦଘାଟନ କରିଛନ୍ତି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାସିଶ ସାହୁ, ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କ ସହ ଜିଲ୍ଲାର ସମସ୍ତ ଏସ୍ଡ଼ିପିଓ ଏବଂ ଥାନା ଅଧିକାରୀ ଯୋଗଦେଇଥିଲେ।
ଦିନରାତି ସିସିଟିଭି ନଜରରେ ନୟାଗଡ଼ ସହର
