Blog

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୋମଣ୍ଡ ଠାରେ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ସଭା ଗୋବିନ୍ଦ ଚନ୍ଦ୍ର ଦଳେଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ସରପଞ୍ଚ ଦିପୀକା ସେଠୀ, ସ୍ୱତନ୍ତ୍ର ଅତିଥି ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ,ମୁଖ୍ୟବକ୍ତା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରଘୁନାଥ ମଲିକ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ବଟକୃଷ୍ଣ ପଣ୍ଡା, ଶେଷଦେବ ସାହୁ,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପରିଷଦର ସଭାପତି ରାମେଶ୍ୱର ପଣ୍ଡା, ସଚ୍ଚିଦାନନ୍ଦ ଦାସ, ସୁକାନ୍ତ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ,ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ, ପୂର୍ବତନ ପରିଚାଳନା କମିଟି ଅଧ୍ୟକ୍ଷ ପବିତ୍ର ମୋହନ ପ୍ରଧାନ ଆସନ ଅଳଂକୃତ କରିଥିଲେ।ଅବସର ଗ୍ରହଣ କରିଥିବା ଶିକ୍ଷକ…

Read More

ନୟାଗଡ଼ରେ ଆଉ ଏକ ରୋଟାରୀ କ୍ଳବ ଗଠନ ନିମନ୍ତେ ରୋଟାରୀ ସଂସ୍ଥାର ଅନୁମତି ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୯୦ମସିହାରେ ଗଠିତ ନୟାଗଡ଼ ରୋଟାରୀ କ୍ଳବ ଗଠନ ପର ରୋଟାରୀ ଆନ୍ତର୍ଜାତିକ ସଂସ୍ଥା, ଆମେରିକା, ନୟାଗଡ଼ରେ ଆଉ ଏକ ନୂତନ ରୋଟାରୀ କ୍ଳବ ଗଠନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ରୋଟାରୀ କ୍ଳବ ଅଫ ନୟାଗଡ଼ ଏକ୍ସିଲେନ୍ସିର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ରୋଟାରୀ ଅଫିସରୁ ରୋଟାରୀ କାର୍ଯ୍ୟକାରୀ ସମ୍ପାଦକ ବରିଷ୍ଠ ରୋଟାରୀଆନ ସୁଶାନ୍ତ କୁମାର ମହାପାତ୍ରଙ୍କ ଠାରୁ ଅନୁମତି ପତ୍ର ଗ୍ରହଣ କରିଛନ୍ତି। ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକ କୁହନ୍ତି “ରୋଟାରୀ” ଏବଂ ସେବା ତାଙ୍କ ଜୀବନ। ଏଥି ସହିତ ନୂତନ ରୋଟାରୀ କ୍ଳବ ପାଇଁ ସେ ଦୈନିକ ସମୟଦେବେ ବୋଲି ପ୍ରକାଶ କରିଛନ୍ତି।

Read More

ଇଟାମାଟିରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ

ଇଟାମାଟି, (ନୟାଗଡ଼ ଦର୍ପଣ): ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଆୟୋଜିତ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ନୟାଗଡ଼ ବ୍ଲକ ଇଟାମାଟି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଔଷଧ ସହ ନିଶୁଳ୍କ ଫିସିଓଥେରାପି ସେବା ଯୋଗାଇ ଦିଆଯାଇଥିଲା। ଆଗାମୀ ଦିନରେ ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଯଥାସମ୍ଭବ ଜନସେବା ମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସାଇସିଦ୍ଧି ଫାଉଣ୍ଡେସନର ଫାଉଣ୍ଡର ସାଇ ଶୁଭମ୍ କହିଛନ୍ତି। ମେଡ଼ିସିନ ବିଭାଗ ଡାକ୍ତର ବିଶ୍ୱଜିତ୍ ମହାନ୍ତି, ଶିଶୁ ବିଭାଗ ଡାକ୍ତର ଶୁଭ ସନ୍ଦୀପ ମହାନ୍ତି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦିଲ୍ଲିପ ନାୟକ,  ସର୍ଜରୀ ବିଭାଗ ଡାକ୍ତର ଅଂଶୁମାନ ରଥଙ୍କ  ଭଳି ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା। ଦିବ୍ୟରଞ୍ଜନ ମିଶ୍ରଙ୍କ ଦ୍ଵାରା ଫିଜିଓଥେରାପି ସେବା ପ୍ରଦାନ କରାଯାଇଥିଲା। ଫାର୍ମାସୀ ମନୋଜ କୁମାର ପଣ୍ଡାଙ୍କ…

Read More

ଗୋରୁ ମାଲିକଙ୍କୁ ଦଶପଲ୍ଲା ଏନଏସିର ଚେତାବନୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଦେଇ ଯାଇଛି ୫୭ନଂ. ଜାତୀୟ ରାଜପଥ। ଏଥି ସହିତ ଦାପଲ୍ଲା ଏନଏସିରେ ଅନେକ ବଜାର ବି ରହିଛି। ସୁବଠି ଗୋରୁମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଗୋରୁ ପଲ ରାସ୍ତାଘାଟରେ ଶୋଇ ରହୁଥିବା ଓ ଅବାଧ ବିଚରଣ କରୁଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟୁଛି। ଏନେଇ ଏନଏସି ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ଏନଏସି ପକ୍ଷରୁ ଗୋରୁମାଲିକମାନଙ୍କୁ ତାଗିଦ କରାଯାଇଛି। କାରଣ କ୍ଷୁଧାର୍ତ୍ତ ଗୋରୁମାନଙ୍କୁ ଖାଇବାକୁ ନ ଦେଇ ମାଲିକମାନେ ଦୁହିଁବା ପରେ ରାସ୍ତା ଉପରକୁ ଛାହି ଦେଉଛନ୍ତି। ଲୋକେ ଖାଦ୍ୟ ସାମଗ୍ରୀ ସାଇକେଲରେ ରଖି ବଜାର କଲାବେଳେ ଗୋରୁମାନେ ଆସି ଖାଇ ଦେଉଛନ୍ତି। ଏଭଳି ସ୍ଥଳେ ଗୋରୁ ଏବଂ ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଗୋକୁଛନ୍ତି। ଏଣେ ଦୁର୍ଘଟଣାରେ ଲୋକେ ଆହତ ହେଉଥିବାବେଳେ ବସ୍‌ ଓ ଟ୍ରକ ଧକ୍କାରେ ଗୋରୁମାନେ ମଧ୍ୟ ଆହତ ହେଉଥିବା…

Read More

‘ଦଶପଲ୍ଲା ଭୂଗୋଳ’ ପୁସ୍ତକ ଉନ୍ମୋଚିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପୁରାତନ ଗଡଜାତ ରାଜ୍ୟ ଦଶପଲ୍ଲାର ଭୌଗୋଳିକ ପରିସୀମା, ବାତାବରଣ, ଜଳବାୟୁ, ପ୍ରସିଦ୍ଧ ସ୍ଥାନ, ବାଣିଜ୍ୟ, ଶିକ୍ଷା, ରାଜନୈତିକ ଅବସ୍ଥା, ଗମନାଗମନ, ପର୍ବତମାଳା ଏବଂ ଗାଁର ନାମକରଣକୁ  ଆଧାର କରି ଭାରତ ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୪୦ ମସିହାରେ ଦଶପଲ୍ଲା ଇଷ୍ଟେଟ ସହକାରୀ ଦେୱାନ ନୀଳମଣୀ ବିଷୋୟୀଙ୍କ ପ୍ରଥମ ସଂସ୍କରଣ ଦଶପଲ୍ଲା ଭୂଗୋଳ ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ କରିଥିଲେ। ଏହି ପୁସ୍ତକ ‘ଦଶପଲ୍ଲା ଭୂଗୋଳ’ର ୨ୟ ସଂସ୍କରଣ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ‘ଅକ୍ଷ’ ପ୍ରକାଶିନୀ ଆନୁକୂଲ୍ୟରେ ଲେଖକ ଗାଳ୍ପିକ ହାଡିବନ୍ଦୁ ମହାଖୁଡଙ୍କ ଦ୍ୱାରା  ଶନିବାର ଦିନ ପ୍ରକାଶ ପାଇଛି । ଏହି ପୁସ୍ତକକୁ ଦଶପଲ୍ଲା ରାଜା ସାହେବ ଦିଗ୍‌ବିଜୟ ଚନ୍ଦ୍ର ଦେଓଭଞ୍ଜଙ୍କ କର କମଳରେ ରାଜନଅର ଅଭିଷେକ ମହଲରେ ପୁସ୍ତକକୁ ଅନାବରଣ କରିଛନ୍ତି। ଏ ଅବସରରେ ଳେକକ ଶ୍ରୀ ମହାଖୁଡଙ୍କୁ ଉଚ୍ଚ…

Read More

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନୟାଗଡ଼ରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ତଥା ୩୩ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ…

Read More

ଜିଲ୍ଲା ସ୍ତରୀୟ ତିନି ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଏସ.ଜି. ଫାଉଣ୍ଡେସନ ଅନୁଷ୍ଠାନର ସ୍ମାର୍ଟ ସ୍କିଲ ପ୍ରକଳ୍ପ ଦ୍ଵାରା ନୟାଗଡ଼ ସହରସ୍ଥିତ ହୋଟେଲ ନୀଳମାଧଵ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟତଃ ଓଡଗାଁ ଏବଂ ଦଶପଲ୍ଲା ବ୍ଲକରେ ରିୱାର୍ଡ ପ୍ରକଳ୍ପ ମାଧ୍ୟମରେ ଗଠନ କରାଯାଇଥିବା ଜଳ ବିଭାଜିକା କମିଟି ଗୁଡିକର ସାଙ୍ଗଠନିକ ଅଭିବୃଦ୍ଧି, ପ୍ରାକୃତିକ ସମ୍ପଦର ପରିଚାଳନା, ଜଳ ବାୟୁ ବିପତ୍ତିର ପରିଚାଳନା ଓ ଆର୍ଥିକ ସୁପରିଚାଳନା ବିଷୟରେ ଆଲୋଚନା କରାଯାଇଥିଲା। ଜଳ ବିଭାଜିକା ଅଞ୍ଚଳ ଗୁଡ଼ିକରେ କୃଷକ, ମହିଳା ଓ ଭୂମି ହୀନ ଲୋକମାନଙ୍କର କୃଷି ଓ ଜୀବନ ଜୀବିକାମାନରେ କିପରି ଅଭିବୃଦ୍ଧି ହୋଇପାରିବ ଏବଂ କୃଷି ଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ନିର୍ଧାରଣ ଏବଂ ସଠିକ ଉପାୟରେ ବଜାରୀକରଣ ହୋଇପାରିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମରେ…

Read More

ରଥଯାତ୍ରାରେ ଚିନ୍ମୟ ମିଶନ ପକ୍ଷରୁ ହାଲୁଆ ବଣ୍ଟନ କରାଯିବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ରଥଯାତ୍ରା ଅବସରରେ ନୟାଗଡ଼ ଚିନ୍ମୟ ମିଶନ ଶାଖା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ହାଲୁଆ ବଣ୍ଟନ କରାଯିବ। ଏ ନେଇ ଚିନ୍ମୟ ମିଶନ ପକ୍ଷରୁ ପିଟିଏସ ସ୍ଥିତ ଭାରତ ବିକାଶ ପରିଷଦ ସଭା ଗୃହରେ ଅନୁଷ୍ଠିତ ମାସିକ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚିନ୍ମୟ ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ବରିଷ୍ଠ ସଦସ୍ୟା ଡ. ବିଦ୍ୟୁତପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୁରୁ ବନ୍ଦନା ଏବଂ ଗୀତା ଆବୃତ୍ତି କରାଯାଇ ଏହା ଉପରେ ବ୍ୟାଖ୍ୟା କରାଯାଇଥିଲା। ଚିନ୍ମୟ ମିଶନ ନୟାଗଡ଼ ଶାଖାର ନିଜସ୍ୱ ଗୃହ ନଥିବାରୁ ଗୃହ ନିର୍ମାଣ ନିମନ୍ତେ ଏକ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି…

Read More

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ ତମ ଶ୍ରାଦ୍ଧଦିବସ ଅବସରରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସମାଜ’ ଅନୁଷ୍ଠାନ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ତମ ଶ୍ରାଦ୍ଧଦିବସ ଅବସରରେ ନୟାଗଡ ଗାନ୍ଧୀ ବିଚାର ପ୍ରଚାର ପ୍ରସାର ମଞ୍ଚ ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିଶିଷ୍ଟ ସମାଜସେଵୀ ତଥା ନୂତନ ରୋଟାରୀ କ୍ଲବ ସଭାପତି ପ୍ରମୋଦ ପଟ୍ଟନାୟକ, ମଞ୍ଚର ଆବାହକ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ, କେସି କ୍ଲବ ସମ୍ପାଦକ ତଥା ନୂତନ ରୋଟାରୀ କ୍ଲବ ସମ୍ପାଦକ ସଂଗ୍ରାମ ଗୁମାନସିଂ, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସାଆନ୍ତ ପ୍ରମୁଖ ଗୋପବନ୍ଧୁଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ।

Read More

ରାସ୍ତାରେ ବସି ସରକାରଙ୍କୁ ଚେତାଇଲେ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ତୀବ୍ରତର ହୋଇଛି । ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ଅନୁଷ୍ଠିତ ହୋଇଛି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି…

Read More