Blog

୪୩ ବର୍ଷ ପରେ ପୁନର୍ମିଳନ, ରଣପୁର ମହାବିଦ୍ୟାଳୟ ୧୯୯୨ ବ୍ୟାଚର ବନ୍ଧୁମିଳନ ଓ ଗୁରୁ ସମ୍ବର୍ଦ୍ଧନା ସଭା

ରଣପୁର,(ନୟାଗଡ଼ ଦର୍ପଣ) : ରଣପୁର ମହାବିଦ୍ୟାଳୟର ୧୯୯୨ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ନେହମୟ ବନ୍ଧୁମିଳନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୩ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ମିଳନ ଉତ୍ସବ ଶିକ୍ଷା, ସ୍ମୃତି ଓ ଗୁରୁଭକ୍ତିର ଅମୂଲ୍ୟ ଦୃଶ୍ୟ ସୃଷ୍ଟି କରିଥିଲା।ଏହି ଅବସରରେ ତତ୍କାଳୀନ ଅଧ୍ୟାପକମାନଙ୍କୁ ସମ୍ମାନ ଓ କୃତଜ୍ଞତାର ପ୍ରତୀକ ସ୍ୱରୂପ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମଟି ମନୋଜ ବିଶ୍ୱାଳ, ଭଗବାନ ପରିଡା ଓ ବିଳାସିନୀ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ପ୍ରାୟ ୪୦ ଜଣ ପୁରାତନ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ପୁରୁଣା ଦିନର ସ୍ମୃତି, କଲେଜ ଜୀବନର ଅନୁଭୂତି ଓ ଗୁରୁ–ଶିଷ୍ୟ ସମ୍ପର୍କର ମାଧୁର୍ୟକୁ ସ୍ମରଣ କରି ସ୍ମୃତି ରୋମନ୍ଥନ କରିଥିଲେ। ଆନନ୍ଦ, ଆତ୍ମୀୟତା…

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ୧୩୬ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ନୟାଗଡ଼ ତରଫରୁ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରିଥିଲେ।…

Read More

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦଯାପିତ, ଆତ୍ମନିର୍ଭରତା ବିକଶିତ ଭାରତର ମୂଳମନ୍ତ୍ର

ନୟାଗଡ, (ନୟାଗଡ଼ ଦର୍ପଣ): ମତ୍ସ୍ୟ ପାଳନ ଓ ଗୋ ପାଳନ ଗ୍ରାମାଞ୍ଚଳ ସମୃଦ୍ଧିର ଶ୍ରେଷ୍ଠ ପନ୍ଥା ।ଚାଷୀର ଆୟ ବହୁଗୁଣିତ କରିବାରେ ମତ୍ସ୍ୟ ଓ ପ୍ରାଣିପାଳନ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସରକାରଙ୍କ ପକ୍ଷରୁ ଏହି କ୍ଷେତ୍ର ପ୍ରତି ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇ ଅନେକ ଯୋଜନା ପ୍ରଣୟନ କରାଯାଉଛି। ପ୍ରତ୍ୟେକ ପରିବାର ଏହି ଚାଷକୁ ପାଥେୟ କରି ଆତ୍ମ ନିର୍ଭର ହୋଇପାରିଲେ ବିକଶିତ ଭାରତ ସ୍ବପ୍ନ ସାକାର ହୋଇପାରିବ ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମ୍ ପଡିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଯାପନ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ ଯେ ନୟାଗଡ଼ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ପାଳନ ଦୃଷ୍ଟିରୁ ଏକ ଉନ୍ନତ ଜିଲ୍ଲା।…

Read More

ଫାଇନାଲରେ ମର୍ଦ୍ଧାବାଡ଼ି କ୍ରିକେଟ କ୍ଳବର ବିଜୟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଗତ ୨୪ ତାରିଖରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତରେ ଥିବା ଏମବିସିସି କ୍ରିକେଟ କ୍ଲବ ତରଫରୁ ଏମବିସିସି ଚାମ୍ପିୟନ ଟ୍ରଫି ନାମରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଆଜି ଥିଲା ଏହାର ଅନ୍ତିମ ଦିନ ଅର୍ଥାତ ଫାଇନାଲ ଖେଳ। ଏଥିରେ ମର୍ଦ୍ଧାବାଡ଼ି କ୍ରିକେଟ ଦଳ ଓ ଏମବିସିସି କ୍ରିକେଟ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ ଜିତି ମର୍ଦ୍ଧାବାଡ଼ି କ୍ରିକେଟ ଦଳ ବ୍ୟାଟିଂ କରି ନିଜ ଦଳର ସମସ୍ତ ଉଇକେଟ ହରାଇ ୧୦୪ ରନ ହାସଲ କରିଥିଲା। ପରେ ବିପକ୍ଷ ଦଳ ଏମବିସିସି କ୍ରିକେଟ କ୍ଲବ ବ୍ୟାଟିଂ କରି ସମୁଦାୟ ୯ ଓଭର ଖେଳି ସମସ୍ତ ଉଇକେଟ ହରାଇ ୮୬ରନ ହାସଲ କରି ପରାଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଦଶପଲ୍ଲା ବ୍ଲକର…

Read More

ନୟାଗଡ଼ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମ ଗ୍ରାଉଣ୍ଡରେ ଆୟୋଜିତ ଏହି ମେଳାକୁ ଗୋ-ପୂଜନ ମାଧ୍ୟମରେ ଉଦ୍ଘାଟନ କରିଥିଲେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ। ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ପ୍ରାଣିପାଳକଙ୍କ ରୋଜଗାରକୁ ବହୁଗୁଣିତ ତଥା ସେମାନଙ୍କ ଜୀବିକାର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ନିରନ୍ତର ପ୍ରୟାସରତ । ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେଉଥିବା ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧି ରେ ଏହି ଦୁଇ କ୍ଷେତ୍ରର ଅଧିକ ଗୁରୁତ୍ବ ଥିବାରୁ ଶିକ୍ଷିତ ଯୁବ ଗୋଷ୍ଠୀ ଏହି କ୍ଷେତ୍ରରେ ସେମାନଙ୍କର ଭବିଷ୍ୟତ ଗଢିବାକୁ ବିଧାୟକ ଶ୍ରୀ ସ୍ୱାଇଁ ଆହ୍ବାନ ଦେଇଥିଲେ। ଏହି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ସମ୍ମାନିତ ଅତିଥି…

Read More

ମଧ୍ୟଖଣ୍ଡ ପୂଜ୍ୟପୂଜା ସମିତିର ପ୍ରସ୍ତୁତି ବୈଠକ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ କଲ୍ୟାଣ ମଣ୍ଡପ ନିକଟରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠଠାରେ ପୂଜ୍ୟପୂଜା ସମିତି, ମଧ୍ୟଖଣ୍ଡର କର୍ମକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଆଗାମୀ ଜାନୁୟାରୀ ୧୦ତାରିଖ ମଧ୍ୟଖଣ୍ଡ ହାଇ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ତିରୋଧାନ ଦିବସ, ଜାନୁୟାରୀ ୨୬ସାଧାରଣତନ୍ତ୍ର ଦିବସ ଓ ଜାନୁୟାରୀ ୩୦ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ ତଥା ସ୍ଵାଧିନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ ଉତ୍ସବ ପାଳନ ନିମନ୍ତେ ସ୍ଥିର କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାଧର ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ସ୍ଥିର କରାଯାଇଛି। ଏହି ବୈଠକରେ ପୂଜ୍ୟପୂଜା ସମିତିର ସଭାପତି ଶରତ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ,…

Read More

ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ନିର୍ମାଣ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ  ନେଇ ୭ଟି ବ୍ଲକରୁ ଦାବି ହେଉଛି । ଏନେଇ ଆଜି ନୟାଗଡ଼ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨ତାରିଖ ଶୁକ୍ରବାର ଦିନ ସକାଳ ୧୦ ଘଟିକାରେ ନୟାଗଡ଼ ଜିଲ୍ଲା ସଦରମହକୁମାରେ ଏକ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ ୭ଟି ବ୍ଲକର ଜନସାଧାରଣ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଏହା ସହିତ ବିଭିନ୍ନ ସଂଗଠନ ମଧ୍ୟ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିବ। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ନୟାଗଡ଼ ଜିଲ୍ଲା ସଦରମହକୁମାରେ…

Read More

ଅତିରିକ୍ତ ବିଦ୍ୟୁତ ସିକ୍ୟୁରିଟି ଏଏସଡ଼ି ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବୀ କଲା କଂଗ୍ରେସ

ଘରୋଇ ଉପଭୋକ୍ତାଙ୍କୁ ୩୦୦ରୁ ୪୦୦ ୟୁନିଟ ମାଗଣା ବିଜୁଳି ଓ କୃଷି କ୍ଷେତ୍ରରେ ଚାଷୀଙ୍କୁ ଦେୟ ମୁକ୍ତ ବିଜୁଳି ଯୋଗାଣ ଦାବୀ ନୟାଗଡ଼, (ନୟାଗଡ଼ ଦର୍ପଣ): ଆମ କୋଇଲା, ଆମ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି। ଅଥଚ ସମଗ୍ର ଦେଶରେ ଘରୋଇ ବିଜୁଳି ଉପଭୋକ୍ତାମାନେ ସବୁଠାରୁ ଅଧିକ ଶୋଷିତ ଓ ଅବହେଳିତ। ଓଡିଶାରୁ କୋଇଲା ନେଇ ପଞ୍ଜାବ ପରି ରାଜ୍ୟ ୨୦/୨୫ ଭାଗ କୃଷି ଉପଭୋକ୍ତାଙ୍କୁ ସମ୍ପୂର୍ଣ ତଥା ମୋଟ ୩୦ରୁ ୩୫% ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ଲେଖାଏଁ ବିଜୁଳି ଦେୟ ଛାଡ଼ କରିଥିବାବେଳେ ଓଡ଼ିଶାର ମାତ୍ର 2% କୃଷି ଉପଭୋକ୍ତା ଓ ୭ରୁ ୮% ଘରୋଇ ଉପଭୋକ୍ତାଙ୍କୁ ଗୋଟିଏ ୟୁନିଟ ମଧ୍ୟ ମାଗଣାରେ ଦିଆଯାଉ ନାହିଁ। ଓଡିଶାରେ ବ୍ୟବହୃତ ହେଉଥିବା ମୋଟ ୭୦% ବିଜୁଳି ଶିଳ୍ପକ୍ଷେତ୍ରକୁ ଦିଆ ଯାଉଛି।…

Read More

ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱର ସର୍ବପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଦଳୀୟ ଅରଟ ଚିହ୍ନିତ ପତାକା ସ୍ଥାନୀୟ ଛାୟାପଥ ଖେଳପଡିଆ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସେବାଦଳ କର୍ମୀମାନଙ୍କ ଉପସ୍ଥିତିରେ ଉତ୍ତୋଳନ କରିଥିଲେ। ମଧ୍ୟାହ୍ନରେ ଗଣିଆ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କ୍ଷୀର ସ୍ନାନ କରାଇ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଦିବସ ସଭାରେ ଜିଲ୍ଲା ସଭାପତି ଶ୍ରୀ ଦାଶ, ୧୮୮୫ ଡିସେମ୍ବର ୨୮ ତାରିଖ ମୁମ୍ବାଇର ଗୋକୁଳଦାସ ତେଜପାଳ ସଂସ୍କୃତ ମହାବିଦ୍ୟାଳୟରେ କଂଗ୍ରେସ ଦଳ ସୃଷ୍ଟି ହୋଇ ୧୯୨୦-୪୭ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅହିଂସା ଅସ୍ତ୍ରରେ ଇଂରେଜ ମାନଙ୍କ ଶାସନ ହଟାଇ…

Read More

ପିଲାଦିନର ଅଭୁଲା ସ୍ମୃତିକୁ ମନେ ରଖିବାର ସ୍ଵତନ୍ତ୍ର ପ୍ରୟାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ନୟାଗଡ଼ ବ୍ଲକ ଚନ୍ଦ୍ରଶେଖର ପୁରରେ ଏକାଠି ହେଲେ ୨୦୦ରୁ ଉର୍ଦ୍ଧ୍ବ ଝିଅ। ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମହାଦେବ ଓ ଦୁଆଣ୍ଟ ନଦୀକୂଳର ସୁଲୁସୁଲିଆ ପବନ, ଗାଁ ମାଟିର ମହକ ସମସ୍ତ ଝିଅ ବୋହୂମାନଙ୍କୁ ଆକୃଷ୍ଟ କରିଛି। ଦୂରଦୂରାନ୍ତରେ ଝିଅମାନେ ବିବାହ ହୋଇଥିବାରୁ ଗୋଟିଏ ସମୟରେ ଏକାଠି ହୋଇପାରୁ ନଥିଲେ। ପୁରୁଣା ବର୍ଷକୁ ବିଦାୟ ଦେବା, ନୂତନ ବର୍ଷକୁ ସ୍ଵାଗତ କରିବା ପାଇଁ କନିଷ୍ଠ ବରିଷ୍ଠଙ୍କୁ ଏକାଠି କରି ଗ୍ରାମର ଲାଇବ୍ରେରୀ ଘରର ପରିସର ଭିତରେ ନିଜେ ଝିଅମାନେ ଭୋଜିଭାତ ଓ ନାଚଗୀତ ର ଆୟୋଜନ କରିଥିଲେ। ଏହାର ସମସ୍ତ ଖର୍ଚ୍ଚ ସୁଜାତା ତ୍ରିପାଠୀ ଖୁସିରେ ଦେଇଥିଲେ ଓ ନିଜେ ଖୁସି ଅନୁଭବ କରିଥିଲେ। ଏଥିରେ ସହଯୋଗ କରିଥିଲେ ସୁଶାନ୍ତି ପୃଷ୍ଟି, ସଂଯୁକ୍ତା ନନ୍ଦ, ରଞ୍ଜୁବାଳା ନନ୍ଦ, ମମତା…

Read More