ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଇନ୍ଦ୍ରଜାଲ’। ସମୁଦ୍ରକୂଳର ଏକ କ୍ଷୁଦ୍ର ମତ୍ସ୍ୟଜୀବୀ ପଲ୍ଲୀରୁ ରୁଷିଆର ବରଫାବୃତ ସହର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଅନନ୍ୟ ପ୍ରେମ କାହାଣୀକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅଭିନୀତ ହୋଇଯାଇଛି ଏହି ହୃଦୟସ୍ପର୍ଶୀ ତଥା ରୋମାଞ୍ଚଭରା ପ୍ରେମ ପ୍ରଣୟ ନାଟକ। ବିଶିଷ୍ଟ ନାଟ୍ୟକାର ଦୀପିକା ଦାସଙ୍କ ଦ୍ୱାରା ରଚିତ ଏହି ନାଟକକୁ ନିପୁଣତାର ସହ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଦେବାନନ୍ଦ ନାୟକ (ସୋନୀ)। ବିଶ୍ୱାସ ଓ ସଂଘର୍ଷର ଆଖ୍ୟାନନାଟକର କଥାବସ୍ତୁ ଗୋପାଳପୁରର ଜଣେ ସାଧାରଣ ଟୁରିଷ୍ଟ ଗାଇଡ୍ ‘ଶ୍ରୀନୁ’ ଏବଂ ରୁଷିଆରୁ ଉଚ୍ଚତର ଗବେଷଣା ଶେଷ କରି ଫେରିଥିବା ତା’ର ପିଲାଦିନର ସାଥୀ ‘ଲୀନା’କୁ କେନ୍ଦ୍ର କରି ଗତିଶୀଳ। ବହୁ ବର୍ଷ ପରେ ପିଲାଦିନର ସେହି ନିଷ୍ପାପ…
Read MoreBlog
ନୟାଗଡ଼ ପୋଲିସ କବଜାରେ ୬ସାଇବର ଠକ, ବାହାର ରାଜ୍ୟକୁ ଲମ୍ବିଛି ଚେର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହେବସହ ୬ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ସେମାନେ ହେଉଛନ୍ତି ଶରଣକୁଳ ଥାନା ବଧିସାହିର ସୁନୀଲ କୁମାର ସାହୁ, ଚଡେୟାପଲ୍ଲୀ ଗାର ସୋନୁ ନିଗମ ବିଶ୍ବାଳ, ଶଙ୍କର ଚୌଦୁରି, ବଡ଼ପୁଟୁ ଅଞ୍ଚଳ ଚନ୍ଦ୍ର ନାହାକ, ଓଡ଼ଗାଁ ଥାନା ରଙ୍ଗଣୀପାଟଣା ଅଞ୍ଚଳର ରମେଶ ଡାକୁଆ, ଶ୍ରୀଧର ନାହାକ । ପୋଲିସ ପୂର୍ବରୁ ସୁନୀଲ, ଚନ୍ଦ୍ର, ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅନ୍ୟ ୩ ଅଭିଯୁକ୍ତ ସୋନୁ, ଶଙ୍କର, ରମେଶକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ପୋଲିସ ୧୯ ଲକ୍ଷ ୩୨ ହଜାର ୫୪୪ ଟଙ୍କା, ୨୨ଟି ପାସ ବୁକ, ୧୨ଟି ଏଟିଏମ…
Read Moreଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ଘ. ୪. ୩୦ମି. ସମୟରେ ସମ୍ମାନୀୟ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୦୧. ୦୪. ୨୦୨୬ ରୁ ୧୪. ୦୪. ୨୦୨୬ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ନବବର୍ଷ ସମୟକୁ “ଓଡ଼ିଆ ପକ୍ଷ ” ପାଳନ କରାଯିବାକୁ ନିର୍ଦେଶ ରହିଥିବାରୁ ନୟାଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କିପରି ସୁଚାରୁରୂପେ କରାଯିବ ସେଥିପାଇଁ ଆଲୋଚନା କରାଗଲା l ଏହି ସବୁ କାର୍ଯ୍ୟକ୍ରମରେ କିପରି ଜନସାଧାରଣ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଗଲା l ବ୍ଲକସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମ ଲୋକାଭିମୁଖୀ କରାଯିବାକୁ ସମ୍ମାନୀୟା ଜିଲ୍ଳାପାଳଙ୍କର ପରାମର୍ଶ ରହିଲା l ଏହି କାର୍ଯ୍ୟକ୍ରମରେ ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,…
Read Moreଓଡିଶା ଦିବସ -୨୦୨୬ ଏବଂ ନୟାଗଡ଼ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନୟାଗଡ,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୪ଘଟିକାରେ ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ମାଜିଷ୍ଟ୍ରେଟ ମଧୁମିତା ରଥଙ୍କ ଅଧକ୍ଷତାରେ ଓଡିଶା ଦିବସ -୨୦୨୬ ଏବଂ ନୟାଗଡ଼ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଓଡ଼ିଶା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକର ଆଲୋଚନା କରାଯାଇଥିଲା। ଉକ୍ତ ଦିନ ସକାଳ ୬ ଘଟିକାରୁ ୭ଘଟିକା ମଧ୍ୟରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ଦେଶାତ୍ମବୋଧକ ସଂଗୀତର ପ୍ରଚାର ପ୍ରସାର କରାଯିବ। ଏହା ପରେ ସକାଳ ୮ ଘଟିକାରେ ପୌରପରିଷଦ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରାଯିବାକୁ ସ୍ଥିର କରାଗଲା। ଜିଲ୍ଲାସ୍ତରୀୟ ଓଡ଼ିଆ ବକୃତା ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା କରାଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦିଆଗଲା। ଦିବା ୧୧ ଘଟିକା ସମୟରେ ନୟାଗଡ଼ ଜିଲ୍ଲାର ଉତ୍କଳ ସମ୍ମିଳନୀ…
Read Moreପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ସଚେତନତା ବାର୍ତ୍ତା ଦେଇ ସମ୍ମାନିତ ହେଲେ ଶିକ୍ଷକ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଜଙ୍ଗଲ, ପରିବେଶ ଶିକ୍ଷା ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ବଜେନ୍ଦ୍ର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ” ପ୍ଲାଷ୍ଟିକ ପରିବର୍ତ୍ତେ ବ୍ୟବହାରୀ ଜିନିଷ ” ଉପରେ ସାମର୍ଥ୍ୟ ତାଲିମ କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ଯୋଗଦେଇ ସମ୍ମାନିତ ହେଲେ ପନ୍ତିଖାରିଶାସନ ନିବାସୀ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ । ପ୍ଲାଷ୍ଟିକର ଭୟାବହତା ଉପରେ ସମସ୍ତେ ଜାଣିଥିଲେ ମଧ୍ଯ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ବହିଦୋକନରୁ ବହି ଆଣିବା ବେଳେ ଏକକ ପଲିଥିନରେ ଘରକୁ ବହି ଆଣିବା ଏ ମଣିଷ ପାଇଁ ଏକ ଅପରିହାର୍ଯ୍ୟ ବସ୍ଥୁ ହୋଇସାରିଲାଣି। ଏ ପଲିଥିନ୍ ଏପରି ଭାବେ ସହର ଓ ଗ୍ରାମାଞ୍ଚଳରେ ଗଦା ହେଲାଣି…
Read Moreନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା: ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତାନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ ଏବଂ ମାନସିକତା ଉପରେ ପର୍ଯ୍ୟବେସିତ। ନିଜ ଝିଅ ବିଦାୟ ବେଳେ ପରିବାର ଯେଉଁ କଷ୍ଟ ଅନୁଭବ କରେ, ସେହି ସମାନ ସ୍ନେହ ଓ ସମ୍ମାନ କାହିଁକି ଜଣେ ବୋହୂକୁ ମିଳେ ନାହିଁ—ଏହି ପ୍ରଶ୍ନକୁ ନାଟକ ମାଧ୍ୟମରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଛି। ରକ୍ତର ସମ୍ପର୍କ ନଥାଇ…
Read Moreରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’: ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର
ନୟାଗଡ଼,(ନୟାଗଡ଼ ଦର୍ପଣ):ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ପ୍ରତିଭା’ ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ‘ଏକ ନାୟକର ମୃତ୍ୟୁ’। ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ଦ୍ୱାରା ରଚିତ ଏହି ନାଟକକୁ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ନାଟକଟି ସମାଜର ଜ୍ୱଳନ୍ତ ସମସ୍ୟା, ବେକାରୀ ଏବଂ ପ୍ରଶାସନିକ ଦୁର୍ନୀତିର ଏକ ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ବେଶ ଭାବ ବିହ୍ଵଳ ହୋଇ ପଡ଼ିଥିଲେ । ନାଟକର ମୁଖ୍ୟ ଚରିତ୍ର ବିଶ୍ୱନାଥ ଛୋଟରାୟ, ଜଣେ ଉଚ୍ଚଶିକ୍ଷିତ କିନ୍ତୁ ବେକାର ଯୁବକ। ଅଭାବ ଅନଟନ ଭିତରେ ଗତି କରୁଥିବା ବିଶ୍ୱନାଥଙ୍କ ପାଖରେ ରୋଗଶଯ୍ୟାରେ ପଡ଼ିଥିବା ବାପାଙ୍କ ପାଇଁ ଔଷଧ କିଣିବାକୁ ମଧ୍ୟ ଅର୍ଥ ନାହିଁ। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ…
Read Moreରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ ପିଏମଶ୍ରୀ ବିସି ହାଇସ୍କୁଲରେ କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଳକ ଅନ୍ତର୍ଗତ ପିଏମଶ୍ରୀ ବି.ସି. ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକ ଡ. ଗିରିଜା ଶଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ “ପ୍ଲାଷ୍ଟିକର ବିକଳ୍ପ ଭାବେ ଉପଯୋଗୀ ବସ୍ତୁ ତିଆରି” ବିଷୟରେ ଶିକ୍ଷକମାନଙ୍କ ପାଇଁ ଏକ କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଓ ପଲିଥିନ ଦ୍ୱାରା ସୃଷ୍ଟି ପ୍ରଦୂଷଣ ଏବଂ ଏହା ମନୁଷ୍ୟ, ପଶୁ ଓ ପରିବେଶ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ସଚେତନତା କରାଇ ଥିଲେ।ପ୍ରଶିକ୍ଷକମାନେ ପ୍ଲାଷ୍ଟିକର ବିକଳ୍ପ ଭାବେ କପାସ ବ୍ୟାଗ, ଝୋଟ ବ୍ୟାଗ ଓ କାଗଜ ବ୍ୟାଗ ବ୍ୟବହାର କରିବାକୁ ପ୍ରେରଣା ଦେଇଥିଲେ। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରାୟୋଗିକ ଭାବରେ ବ୍ୟାଗ ତିଆରି କରିବାର ଶିକ୍ଷା ମଧ୍ୟ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବି.ସି. ହାଇ ସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇଥିଲେ।…
Read More‘କୁହୁଡ଼ି’ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ ବିଜୟ କୁମାର ଚୌଧୁରୀ, ନାଟ୍ୟକାର ଗୋପୀନାଥ ବାରିକ ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ନାଟକ ସପ୍ତାହର ପ୍ରଥମ ଦିବସରେ ଭୁବନେଶ୍ୱର ବିଦ୍ୟାକନକ ସୃଜାନାନୁଷ୍ଠାନ ପକ୍ଷରୁ ନାଟକ ‘କୁହୁଡ଼ି’ ମଞ୍ଚସ୍ଥ ହୋଇଥିଲା। ନାଟକଟି ମୁଖ୍ୟତଃ ସାମାଜିକ ଅବକ୍ଷୟ ଏବଂ ମୂଲ୍ୟବୋଧର ସଂଘର୍ଷ ଉପରେ ଆଧାରିତ। ନାଟ୍ୟକାର ଗୋପୀନାଥ ବାରିକ ଏଥିରେ ଦର୍ଶାଇଛନ୍ତି ଯେ କିପରି ସ୍ୱାର୍ଥପରତା, ଲୋଭ ଏବଂ ମିଥ୍ୟାର ଏକ “କୁହୁଡ଼ି” ମଣିଷର ବିବେକକୁ…
Read Moreକୁସୁମାଞ୍ଜଳିର ୫ମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ହେଉଥିବା କୁସୁମାଞ୍ଜଳୀର ୫ମ ସ୍ଵନକ୍ଷତ୍ର ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଜି ନୟାଗଡର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପତ୍ରିକାର ସଭାପତି ଗୋଲକ ବିହାରୀ ନାୟକ ସଭାପତିତ୍ବ କରିଥିଲାବେଳେ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ସୁବକ୍ତା ଗୋଦାବରୀ ବସନ୍ତିଆ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଯୁଦ୍ଧ ବିଭୀଷିକା ସମୟରେ ଅଶାନ୍ତ ପରିବେଶ ମଧ୍ୟରେ କବିମାନେ ସେମାନଙ୍କର କବିତାର ଲାଳିତ୍ୟରେ ସମାଜକୁ କିଛି ଦିଗ୍ ଦର୍ଶନ ଦେବା ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋକପାତ କରିଛନ୍ତି। ଏହା ଦେଶ…
Read More