ଡାକ କ୍ଷେତ୍ରୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ନ କରିବା ପାଇଁ ସ୍ମାରକପତ୍ର

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାରେ ଡାକ ବିଭାଗର ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଗତ ୬ବର୍ଷ ହେଲା କାର୍ଯ୍ୟ କରୁଥିବାବେଳେ ଉକ୍ତ କାର୍ଯ୍ୟାଳାୟ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ରହିଛି । କିନ୍ତୁ ମୁଖ୍ୟ ଡାକପାଳ ନୟାଗଡ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ରଖିବାପାଇଁ ମସୁଧା ଚଳାଇଛନ୍ତି । ତେଣୁ ଶୁକ୍ରବାର ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୂଆ ଦିଲ୍ଳୀ ବିଭାଗୀୟ କେନ୍ଦ୍ର ସଚିବଙ୍କ ପାଖକୁ ଏକ ସ୍ମାରକପତ୍ର ନୟାଗଡ ଡାକ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରାଯାଇଛି । ସ୍ମାରକପତ୍ର ଦେବା ସମୟରେ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ, ସାମ୍ବାଦିକ ପ୍ରଭାସିନୀ ନନ୍ଦ, ସାମ୍ବାଦିକ ଲୋକନାଥ ମିଶ୍ର, ବିଭୂତି ପଟ୍ଟନାୟକ, ବିକ୍ରମ ସ୍ୱାଇଁ, ସତ୍ୟନାରାୟଣ ମିଶ୍ର, ଗୋକୁଳ ଷଡଙ୍ଗୀ, ପୁରୁଷୋତ୍ତମ ମହାପାତ୍ର, ରଂଜନ ନାୟକ, ପ୍ରମୋଦ ନନ୍ଦ, ସୁଧାକର ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ସ୍ମାରକପତ୍ର ବଣ୍ଟାଯିବା ସହିତ କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ଅଧୀନରେ ନୟାଗଡ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରହିବା ପାଇଁ ଦାବି କରିଥିଲେ । ବ୍ରହ୍ମପୁର ଡାକ କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧନରେ ନୟାଗଡ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରହିଲେ ଜିଲ୍ଲାବାସୀ, ଡାକ କର୍ମଚାରୀ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଯାତାୟାତ କରିବା ସମ୍ଭବପର ନୁହେଁ । ନୟାଗଡରୁ ବ୍ରହ୍ମପୁର ଯିବାପାଇଁ ସେଭଳି ଗମନାଗମନର ସୁବିଧା ସୁଯୋଗ ନାହିଁ । ଯଦି କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର କରାଯାଏ ତାହାହେଲେ ଜିଲ୍ଲାର ଲକ୍ଷାଧିକ ଜନସାଧାରଣ ତଥା ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏହି ସ୍ମାରକପତ୍ର ମାଧ୍ୟମରେ ଯେଉଁଭଳି ଭାବରେ ନୟାଗଡ ଜିଲ୍ଲା ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧିନରେ ରଖିବାକୁ ଦାବି କରାଯାଇଛି । ଯଦି ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧିନରେ ନୟାଗଡ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରଖାଯାଏ ତେବେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କୁହାଯାଇଛି । ଏ ସମ୍ପର୍କରେ ମହାଡାକପାଳ ଭୁବନେଶ୍ୱର ଓଡ଼ିଶାକୁ ଅବଗତ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ, ଡାକ ଅଧିକ୍ଷକ ନୟାଗଡ, ଜିଲ୍ଲାପାଳ ନୟାଗଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନୟାଗଡ, ବିଧାୟକ ନୟାଗଡ, ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ବିଧାୟକ ଖଣ୍ଡପଡା, ବିଧାୟକ ଦଶପଲ୍ଲା, କନ୍ଧମାଳ ସାଂସଦ, ପୁରୀ ସାଂସଦ, କଟକ ସାଂସଦଙ୍କୁ ଅବଗତ କରାଯାଇଛି । ତେଣୁ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସମସ୍ତ ଡାକ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଅବଗତ କରାଇବା ସହିତ ନୟାଗଡ ଡାକ ଅଧିକ୍ଷକ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଡାକ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ ବି କରାଯାଇଛି ।

Related posts