ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ, ନୟାଗଡ଼ ଆନୁକୂଲ୍ୟରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମ ପଞ୍ଚାୟତରେ ଗୁରୁବାର ଅପରାହ୍ନ ୪ଟା ସମୟରେ ‘ସ୍ୱଚ୍ଛତା ପକ୍ଷପାଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବୀର ୟୁଥ୍ କ୍ଲବ, ରାଣୀପଡ଼ା ପକ୍ଷରୁ ଆୟୋଜିତ ଏହି ସ୍ୱଚ୍ଛତା ଅଭିଯାନରେ କ୍ଲବର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ଗ୍ରାମର ମନ୍ଦିର, ସମାଜ ଘର ସମେତ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ସମସ୍ତେ ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିଲେ। ଏହି ଅବସରରେ ଗ୍ରାମବାସୀଙ୍କୁ ନିଜ ଚାରିପାଖର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା, ଏଣେତେଣେ ଅଳିଆ ଆବର୍ଜନା ନ ଫୋପାଡ଼ି ଆବର୍ଜନା କୁଣ୍ଡ ବ୍ୟବହାର କରିବା ଏବଂ ପଲିଥିନ ବ୍ୟବହାର ବନ୍ଦ କରିବା ନେଇ ସଚେତନ କରାଯାଇଥିଲା। ସ୍ୱଚ୍ଛତା…
Read MoreBlog
S.I.R-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ SIR-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାର ସମସ୍ତ ERO, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଏବଂ ନିର୍ବାଚନ ବିଭାଗର ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ SIR-2026 ଅନ୍ତର୍ଗତ ଦାବି ଓ ଆପତ୍ତି ସମ୍ପର୍କିତ ଫର୍ମ-9, 10, 11, 11A ଏବଂ 11B ରେ ପ୍ରାପ୍ତ ଆବେଦନଗୁଡ଼ିକର ସ୍ଥିତି, ଯାଞ୍ଚ ଓ ପ୍ରକ୍ରିୟାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପାରଦର୍ଶିତା ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ନିମନ୍ତେ ଉକ୍ତ ଫର୍ମଗୁଡ଼ିକରେ ପ୍ରାପ୍ତ ଦାବି ଓ ଆପତ୍ତିର ରିପୋର୍ଟ ସମ୍ପୃକ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ହସ୍ତାନ୍ତର…
Read Moreକୁରାଳରେ ଏକଦିବସୀୟ ଯଜ୍ଞ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକର ମନ୍ଦିର ମାଳନୀ ଗ୍ରାମ କୁରାଳ ରେ ଆଜି ମାଆ ରାମଚଣ୍ଡୀ ଙ୍କ ପ୍ରାଙ୍ଗଣରେ ଏକଦିବସୀୟ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।କୁରାଳ ବୈଦିକ ବ୍ରାହ୍ମଣ ସମାଜର ସଭାପତି ସୁଶାନ୍ତ କୁମାର ମିଶ୍ର,ସମ୍ପାଦକ ଜଗନ୍ନାଥ ମିଶ୍ର,କୋଷାଧ୍ୟକ୍ଷ ତପନ କୁମାର ତ୍ରିପାଠୀ ଏବଂ କୁରାଳ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୫ ଟି ଶାସନ ରୁ ମୋଟ ୧୫୭ ଜଣ ବୈଦିକବ୍ରାହ୍ମଣ ଯୋଗଦେଇଥିଲେ।ସମସ୍ତ ବ୍ରାହ୍ମଣ ଙ୍କୁ ଅର୍ଚ୍ଚନା କରାଯାଇ ବସ୍ତ୍ର ଓ ଦକ୍ଷିଣାଦ୍ୱାରା ବରଣ କରାଯାଇଥିଲା।ମୁଖ୍ୟ ଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ଦ୍ୱାରା ପ୍ରଥମେ ସୂର୍ଯ୍ୟ ପୂଜା ଓ ପୀଠ ପୂଜା ସମ୍ପାଦନ କରାଯାଇଥିଲା।ଗ୍ରାମବାସୀ ଙ୍କ ତରଫରୁ ମୃଦଙ୍ଗ, ଘଣ୍ଟ,କାହାଳୀ ଓ ହୁଳହୁଳି ସହିତ ସମସ୍ତ ବ୍ରାହ୍ମଣ ମାନେ କୁରାଳ ଗ୍ରାମ ପରିକ୍ରମା କରିଥିଲେ।ପ୍ରତ୍ୟେକ ସାହିରେ ପୁରୁଷ…
Read Moreସ୍ବାଧୀନତା ଦିବସରେ ଚମ୍ପାଗଡ ଉନ୍ନୀତ ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଜାତୀୟ ପତାକା ପ୍ରତି ଅବହେଳା ଓ ଅସମ୍ମାନ ଅଭିଯୋଗ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ ଉନ୍ନୀତ ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଅଗଷ୍ଟ ମାସ ୧୫ ତାରିଖ ଦିନ ୮୦ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ପ୍ରତି ଅସମ୍ମାନ ଓ ଅବହେଳା କରାଯାଇଥିବା ଅଭିଯୋଗ ଆସିଛି ।ବିଦ୍ୟାଳୟ ପରିସରରେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା । ତେବେ ନିୟମ ଅନୁଯାୟୀ ଉତ୍ସବ ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ପତାକା କୁ ସମ୍ମାନର ସହ ଅବତରଣ କରାଯିବାର ନିୟମ ରହିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ପତାକା ଟି ଉତ୍ତୋଳିତ ଅବସ୍ଥାରେ ରହିଥିବା ଲୋକଲୋଚନକୁ ଆସିଥିଲା । ଏପରିକି ସ୍ଥାନୀୟ ଯୁବକମାନେ ଏହାକୁ କ୍ୟାମେରାରେ କଏଦ କରିଛନ୍ତି, ଯାହା ଜିପିଏସ୍ ଫଟୋ ରୁ ସ୍ପଷ୍ଟ ଭାବରେ ଅଭିଯୋଗର ସତ୍ୟତା ବାରି…
Read Moreସ୍ୱାଧୀନତା ଦିବସରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ତରଫରୁ ସ୍ଥାନୀୟ ରକ୍ତଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ବାସୁଦେବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଏସ୍ପି ଶ୍ରୀ ଶୁଭେନ୍ଦୁ ପାତ୍ର, ସିଡିଏମ୍ଓ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରୋଟାରୀ କ୍ଲବର ସଭାପତି ବାସୁଦେବ ସାହୁ, ସମ୍ପାଦକ ଦିଲ୍ଲୀପ ମିଶ୍ର, ଉପ ସଭାପତି ଜି ରଶ୍ମିରାଜ, ଯୁଗ୍ମ ସଂପାଦକ ଦେବାଶିଷ ପଟ୍ଟନାୟକ,…
Read Moreଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ୱର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ କିରାଣି ସିଦ୍ଧାର୍ଥ ଦେ ଙ୍କୁ ନୟାଗଡ଼ର କବି, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ ଶ୍ରୀଧର ସାହୁ, ସାହିତ୍ୟିକା ବସିରନ୍ ବିବି, କବି ଗୋଦାବରିଶ ମିଶ୍ର, କବି ଓ ଅଭିନେତା ଗୋକୁଳ କୁମାର ଷଡଙ୍ଗୀ, ସମାଜସେବୀ ସନ୍ତୋଷ ନାୟକ, ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମହାପାତ୍ର,ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସରକାରୀ ଚାକିରି ରୁ ଅବସର ଗ୍ରହଣ କରିଥିବା ସିଦ୍ଧାର୍ଥ ଦେ ଙ୍କୁ ଉତ୍ତରୀୟ, ସମ୍ବର୍ଦ୍ଧନା ପତ୍ର, ଉପାଦେୟ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନୟାଗଡ଼ ରେ ଦୀର୍ଘ ବତିଶ ବର୍ଷ କିରାଣି ଭାବେ ଚାକିରି କରିଥିବା…
Read Moreବସ୍ତି ପିଲାଙ୍କ ସହ ସ୍ୱାଧୀନତା ଦିବସ ପାଳିଲେ ସମାଜସେବୀ ନିବେଦିତା ଲେଙ୍କା
ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ଅନ୍ଧାରୁଆ ପଞ୍ଚାୟତ ଅନ୍ତର୍ଗତ ଚୂନକୋଳି ବସ୍ତିରେ ଯଶୋଦା ମା’ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ସହଯୋଗରେ ବସ୍ତିର କୁନି କୁନି ପିଲାମାନେ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ନିବେଦିତା ଲେଙ୍କା ପିଲାମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ, ନ୍ୟାୟ ଓ ନୀତିର ପଥରେ ଚାଲିବାକୁ ପରାମର୍ଶ ଦେଇଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଲବର ସଭାପତି ତନୁଜା ବିଶ୍ୱାଳ ଯୋଗଦେଇ ସ୍ୱାଧୀନତା ଦିବସର ମହତ୍ତ୍ୱ ସମ୍ପର୍କରେ ପିଲାମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଭାରତ କିପରି ଦୀର୍ଘ ସଂଗ୍ରାମ ପରେ ସ୍ୱାଧୀନତା ହାସଲ କଲା ଏବଂ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମୀମାନେ ଦେଇଥିବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ସେ ପିଲାମାନଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ କୁନି…
Read More୮୦ତମ ସ୍ବାଧିନତା ଦିବସ ଅବସରରେ ଆୟୋଜିତ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ, କ୍ଳଷ୍ଟରରୁ ଜିଲ୍ଲାସ୍ତର:ପ୍ରତି ପର୍ଯ୍ୟାୟରେ ପ୍ରଥମ
ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ଗ୍ରାଉଣ୍ଡରେ ଚମକିଲେ ଦୁଇ ପ୍ରତିଭା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଦୁଇ କୁନି ପ୍ରତିଭା ଦେବସ୍ମିତା ଓ ବିଶ୍ୱବିଜିତାଙ୍କ ଅଦ୍ଭୂତପୂର୍ବ କୃତିତ୍ୱ ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଓ ସୁନାମ ଅର୍ଜନ କରିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପୁଣିଥରେ ନିଜର ପ୍ରତିଭାର ପରାକାଷ୍ଠା ପ୍ରମାଣିତ କରିଛି। ଆଜି ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି। ଏହି ଉତ୍ସବରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ଯୋଗଦେଇ ବିଦ୍ଯାଳୟ ପ୍ରାଙ୍ଗଣରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମିଳିତ ପ୍ଯାରେଡରେ ପତାକା ଉତ୍ତୋଳନ କରିବା ସହିତ ସ୍ବାଧୀନତା ପାଇଁ ବଳିଦାନ କରିଥିବା ମହାପୁରୁଷ ମାନଙ୍କ ଅମରଗାଥା ବର୍ଣ୍ଣନା କରି ସ୍ବାର୍ଥ ତ୍ଯାଗ…
Read Moreନୟାଗଡ଼ରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପୋଲିସ୍ ଟ୍ରେନିଂ ସ୍କୁଲ୍ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସର ପ୍ରାରମ୍ଭରେ ପ୍ରାତଃ ଘ.୦୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ରଯୋଗେ ରାମଧୂନ୍ ରେକର୍ଡ଼ିଂ ବଜାଯାଇ ସହର ପରିକ୍ରମା କରାଯାଇଥିଲା । ସକାଳ ଘ.୦୬.୩୦ମି. ସମୟରେ ପ୍ରଭାତଫେରୀ କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା କରାଯାଇଥିଲା ଏବଂ ସକାଳ ଘ.୦୭.୩୦ମି. ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସକାଳ ୮ଘଟିକା ସମୟରେ ତ୍ରିନାଥ ଛକ ଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ମଧୁମିତା ରଥ, ଅଧ୍ୟକ୍ଷ ଜିଲ୍ଲା…
Read Moreରାଷ୍ଟ୍ରପତି ପୁରସ୍କାର ପାଇବେ ନୟାଗଡ଼ ପିଟିଏସ୍ ପ୍ରିନ୍ସିପାଲ ଭବେଶ କୁମାର ନାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ୍ (ପିଟିଏସ୍)ର ପ୍ରିନ୍ସିପାଲ ଭବେଶ କୁମାର ନାୟକଙ୍କୁ ତାଙ୍କର ଉଲ୍ଲେଖନୀୟ ପୋଲିସ୍ ସେବା ଓ ଦକ୍ଷ ପ୍ରଶାସନିକ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ନୟାଗଡ଼ ପୋଲିସ୍ ମହଲ ଓ ବୁଦ୍ଧିଜୀବୀ ମହଲରେ ଖୁସି ପ୍ରକାଶ ପାଇଛି। ଶ୍ରୀ ନାୟକ ଜଣେ ଦକ୍ଷ ଉପ ଦୁର୍ଗପତି ଭାବେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ନୟାଗଡ଼ ପିଟିଏସ୍ର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା, ଶୃଙ୍ଖଳା ଓ ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଛନ୍ତି। ପୋଲିସ୍ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଶୃଙ୍ଖଳିତ କାର୍ଯ୍ୟପ୍ରଣାଳୀକୁ ଗୁରୁତ୍ୱ ଦେଇ ସେ ପିଟିଏସ୍ର ସୁନାମ ବୃଦ୍ଧିରେ ଅବଦାନ ରଖିଛନ୍ତି। ତାଙ୍କର ଉତ୍କୃଷ୍ଟ ସେବା ଓ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେଇ ରାଷ୍ଟ୍ରପତି…
Read More