ଦଶପଲ୍ଲା: ଆଜି ଭୋର୍ ସମୟରେ ଦଶପଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଦଶପଲ୍ଲା ଏସ୍ଆର୍ ପେଟ୍ରୋଲ ପମ୍ପ ନିକଟରୁ ୬ ଜଣ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ସୂଚନାନୁସାରେ ଉକ୍ତ ଗଞ୍ଜେଇ ବେପାରୀମାନେ ଚାଲାକ କରି ଗାଡିର ଉପରେ ବାଇଗଣ ଭିତରେ ଗଞ୍ଜେଇ ଚାଲାଣ କରୁଥିଲେ । ଦଶପଲ୍ଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେହି ଗାଡି ଉପରେ ଚଢାଉ କରି ୯୧ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଗୋଟି ଗାଡ଼ିକୁ ଜବତ କରିଛନ୍ତି । ଏଥିରେ ସମ୍ପୃକ୍ତ ଥିବା ୬ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି । ଦଶପଲ୍ଲା ଥାନାରେ ୯୧/୨୧ରେ ଏକ ମାମଲା ରୁଜୁ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି । ଫୁଲବାଣୀରୁ ଭୁବନେଶ୍ୱର ଉକ୍ତ ଗଞ୍ଜେଇ ଚାଲାଣ ହେଉଥିବାର ସନ୍ଦେହ କରାଯାଉଛି। ଦଶପଲ୍ଲା…
Read MoreBlog
ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ଦୁଇ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ
ଇଟାମାଟି: ନୟାଗଡ଼ ବ୍ଲକ ଇଟାମାଟି ଥାନା ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୋର ସମୟରେ ଦୁଇ ଜଣ ନାବାଳିକା ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଜଣେ ଅସମାଜିକ ଯୁବକ ନାବାଳିକା ମାନଙ୍କୁ ଅସଦାଚରଣ କରିବା ସହ ଦୁଃଷ୍କର୍ମ ଉଦ୍ୟମ କରିଥିବା ଇଟାମାଟି ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ହେଉଛନ୍ତି ଇଟାମାଟି ଗ୍ରାମ ଜଗତିପାଟଣାର କାଶିନାଥ ବେହେରାଙ୍କ ପୁଅ କିରଣ କୁମାର ବେହେରା(କିରୁ) । ସେ ଜଣେ ବିବାହିତ ବ୍ୟକ୍ତି ବୋଲି ଜଣାଯାଇଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ୮୦/୨୧ ରେ ମାମଲା ରୁଜୁ ହୋଇଥିବା ଇଟାମାଟି ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। କିରଣ ବର୍ତ୍ତମାନ ଫେରାର ହୋଇଯାଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି…
Read Moreପ୍ରେମିକର ବିବାହ ଭୋଜିରେ ଧାରଣା ଦେଲା ପ୍ରେମିକା, ଗାଁରେ ତୁମୁଳକାଣ୍ଡ
ଇଟାମାଟି: ନୟାଗଡ଼ ବ୍ଲକ ଇଟାମାଟି ଥାନା ଅଞ୍ଚଳର ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଲଭ ସେକ୍ସ ଧୋକା ଅଭିଯୋଗ ଆଣି ପ୍ରେମିକର ବିବାହ ଭୋଜିରେ ପ୍ରେମିକା ଦେଲା ଧାରଣା । ଯାହାକୁ ନେଇ ଗାଁରେ ତୁମୁଳକାଣ୍ଡ ହେଲା ପରେ ମାମଲା ଏବେ ଥାନାରେ ପହଞ୍ଚିଛି l ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହେବା ସହ ପ୍ରେମିକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ ।ସମ୍ପୂର୍ଣ୍ଣ ଘଟଣା କ୍ରମ ଅନୁସାରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁରେ ଘଟିଛି ଏହି ଘଟଣା l ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁ ବାପୁନୀ ନାୟକଙ୍କ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରେମ ସମ୍ପର୍କକୁ ନେଇ ପ୍ରେମିକ ବାପୁନୀ ବିବାହ…
Read Moreଆମ ଭାରତୀୟ ସଂସ୍କୃତି
ଦୁଇ ପକ୍ଷ:- ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷ । ତିନି ଋଣ:- ପିତୃଋଣ, ଦେବଋଣ ଓ ଋଷିଋଣ ।ଚାରିଯୁଗ:- ସତ୍ୟଯୁଗ, ତ୍ରେତୟାଯୁଗ, ଦ୍ୱାପରଯୁଗ ଓ କଳିଯୁଗ ।ଚାରିଧାମ:- ଦ୍ୱାରିକା, ବଦ୍ରିନାଥ, ପୁରୀ ଓ ରାମେଶ୍ୱର ।ଚାରି ପୀଠ:- ଶାରଦା ପୀଠ (ଦ୍ୱାରିକା), ଜ୍ୟୋତିଶ ପୀଠ (ବଦ୍ରିଧାମ), ଗୋବର୍ଦ୍ଧନ ପୀଠ (ଜଗନ୍ନାଥ, ପୁରୀ) ଓ ଶୃଙ୍ଗେରୀ ପୀଠ ।ଚାରି ବେଦ:- ଋକ୍ ବେଦ, ଅଥର୍ବ ବେଦ, ଯର୍ଜୁ ବେଦ ଓ ସାମ୍ ବେଦ ।ଚାରି ଆଶ୍ରମ:- ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନାପ୍ରସ୍ଥ ଓ ସନ୍ୟାସ ।ପଞ୍ଚ ଗବ୍ୟ:- ଗୁଆ ଘିଅ, କ୍ଷୀର, ଦହି, ଗୋ ମୂତ୍ର ଓ ଗୋବର ।ପଞ୍ଚ ଦେବ:- ଗଣେଶ, ବିଷ୍ଣୁ, ଶିବ, ଶକ୍ତି ଓ ସୂର୍ଯ୍ୟ ।ପଞ୍ଚ ତତ୍ତ୍ୱ:- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ।ଛଅଦର୍ଶନ:- ବୈଷିୟିକ, ନ୍ୟାୟ, ସାଂଙ୍ଖ୍ୟ, ଯୋଗ,…
Read Moreଦଶପଲ୍ଲାରେ କାୟା ମେଲୁଛି କଫ୍ ସିରପ୍ ବ୍ୟବସାୟ
ଔଷଧ ବଦଳରେ ନିଶା ଭାବେ ହେଉଛି ବ୍ୟବହାରଦଶପଲ୍ଲା: (ନୟାଗଡ ଦର୍ପଣ) ବେଆଇନ ଭାବରେ ଚାଲିଛି କଫ ସିରପ୍ ବ୍ୟବସାୟ । ଦିନକୁ ଦିନ ଏହି ବ୍ୟବସାୟ ଦଶପଲ୍ଲା ଅଂଚଳରେ କାୟା ମେଲୁଥିବା ବେଳେ ଔଷଧ ବାହାନାରେ ଏହାକୁ ନିଶା ଭାବରେ ବ୍ୟବହାର କରାଯାଉଛି । ଦଶପଲ୍ଲା ଅଂଚଳର କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନୀ ଔଷଧ ବ୍ୟବସାୟ ବାହାନାରେ ଏହି ବ୍ୟବସାୟକୁ ବେଶ୍ ଆପଣେଇ ନେଇଥିବା ଚର୍ଚ୍ଚା ହେଉଛି । ବିଭିନ୍ନ କମ୍ପାନୀର ନକଲି କଫ ସିରପ୍ ନୟାଗଡ ଜିଲ୍ଲା ସମେତ ପଡୋଶୀ ଭୁବନେଶ୍ୱର ଏବଂ କଟକ ଅଂଚଳରୁ ଚାଲାଣ ହେଉଥିବା ଜଣାପଡିଛି । ଏହା ପଛରେ ଏକ ରାକେଟ୍ କାମ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏବେ ବିଭିନ୍ନ ଗ୍ରାମ ସମେତ କିଛି ଔଷଧ ଦୋକାନରେ ଖୋଲାଖୋଲି ଭାବେ ଏହି ବ୍ୟବସାୟ ଚାଲିଥିବା ବେଳେ ସବୁଜାଣି…
Read Moreମୋଟର ସାଇକେଲ ନିରାପତ୍ତା ଟିପ୍ସ
ମୋଟରସାଇକେଲ ନିରାପତ୍ତା ଟିପ୍ସବାଇକ୍ ଚଳାଇବା ସମୟରେ ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ଏପରି କ୍ଷେତ୍ରରେ ଆପଣ ନିଜ ସୁରକ୍ଷା ପାଇଁ କିଛି ଟିପ୍ସ ଆପଣାନ୍ତୁ ଏହା ଆପଣକୁ ସାହାର୍ଯ୍ୟ କରିବ ।୧- ସର୍ବଦା ସାଟିଫାଏଡ୍ ହେଲ୍ମେଟ୍ ପିନ୍ଧନ୍ତୁ । ହେଲ୍ମେଟ୍ କିଣିଲା ବେଳେ ଏହା ମନେ ରଖନ୍ତୁ ଯେ ଏହା ଭଲ ମ୍ୟାଟେରିଆଲରେ ତିଆରି ହୋଇଥିବ ଏବଂ ମୁଣ୍ଡକୁ ଫିଟ୍ ହେଉଥିବା ନିହାତି ଜରୁରୀ ।୨- ଦୁଇଟି ଯାକ ବ୍ରେକ୍ ର ବ୍ୟବହାର ଶିଖନ୍ତୁ । ଯେପରି ଆପଣ ଠିକ୍ ଭାବେ ଉଭୟ ବ୍ରେକ୍ ବ୍ୟବହାର କରି ଗାଡିକୁ ଅଟକାଇପାରିବେ ।୩-ଗାଡିର ବେଗ ଉପରେ ଧ୍ୟାନ ଦିଅନ୍ତୁ । ସଡକର ନିୟମକୁ ଦୃଷ୍ଟିରେ ରଖି ଗାଡିର ବେଗକୁ ସେହି ଅନୁସାରେ ସୀମିତ ରଖନ୍ତୁ ।୪-ସଡକରେ ବାଇକ…
Read Moreଚାନ୍ଦପୁର ଥାନା ପୁଲିସ ଦ୍ଵାରା ପୁଣି ଜଣେ ମହିଳାଙ୍କ ସହ ୪ବ୍ରାଉନ ସୁଗାର ବେପାରୀ ଗିରଫ
ରଣପୁର: ଚାନ୍ଦପୁର ଥାନା ପୁଲିସ ଏକ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରି ଗ୍ୟାଙ୍ଗକୁ ଠାବ କରିଛି । ସେମାନଙ୍କଠାରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳୀ ନୂଆସାହିର ସୁମନ୍ତ ନାୟକ(୨୪), ଖୋର୍ଦ୍ଧା ବାଶେଳୀସାହିର କହ୍ନେଇ ଘଡ଼ୁଆଳ(୪୦), କଟକ ଜିଲ୍ଲା ବାଙ୍କି ଥାନା ନୂଆଗାଁ ପଞ୍ଚାୟତର କୃଷ୍ଣ ଧଳ(୪୦) ଏବ ତାଙ୍କ ପତ୍ନୀ ପ୍ରଭାତୀ ଧଳ । ଚାନ୍ଦପୁର ପୁଲିସ ସୂଚନାନୁସାରେ, ଏମାନେ ବାଲେଶ୍ୱର ଜଳଶ୍ୱେର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଚାନ୍ଦପୁର ଓ ଟାଙ୍ଗି ଅଞ୍ଚଳରେ କାରବାର କରୁଥିଲେ। ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ବ୍ରାଉନ ସୁଗାର କାରବାର ସମୟରେ ପୁଲିସ ଚଢ଼ାଉ କରିଥିଲା । ଏସ.ଆଇ ଅଞ୍ଜଳୀ ସା, ସଞ୍ଜୟ ମଲ୍ଲିକ ରାଇପଡ଼ା ଅଞ୍ଚଳରେ…
Read Moreମୋ ପ୍ରିୟା ହାତେ ଚୁଡ଼ି ବାଜିଲେ
ନୟାଗଡ଼ରୁ ୨୦୦୪ ମସିହାରେ ରେକର୍ଡ଼ିଂ ହୋଇଥିବା ଏହି ଓଡ଼ିଆ ଆଲବମ ଗୀତଟିକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ନୟାଗଡ଼ର ସୁନାମଧନ୍ୟ ଗୀତିକାର ଗୀତିକଳ୍ପ ହରିଶ ପ୍ରଧାନ ଲେଖିଥିବା ବେଳେ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଏହି ଗୀତଟିରେ ଶକ୍ତି ମିଶ୍ର କଣ୍ଠଦାନ କରିଛନ୍ତି।
Read Moreମନଥିଲେ ନିରିମଳ ଗୋବର ଗାଡ଼ିଆ ଗଙ୍ଗା
ନୟାଗଡ଼ରୁ ୨୦୦୩ ମସିହାରେ ରେକର୍ଡ଼ିଂ ହୋଇଥିବା ଏହି ଭଜନଟିକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ନୟାଗଡ଼ର ସୁନାମଧନ୍ୟ ଗୀତିକାର ଗୀତିକଳ୍ପ ହରିଶ ପ୍ରଧାନ ଗୀତ ଓ ସଙ୍ଗୀତରେ ସଜାଇ ଥିବା ବେଳେ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର ଗାନ କରିଛନ୍ତି।
Read More