ରଣପୁର: ଚାନ୍ଦପୁର ଥାନା ପୁଲିସ ଏକ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରି ଗ୍ୟାଙ୍ଗକୁ ଠାବ କରିଛି । ସେମାନଙ୍କଠାରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳୀ ନୂଆସାହିର ସୁମନ୍ତ ନାୟକ(୨୪), ଖୋର୍ଦ୍ଧା ବାଶେଳୀସାହିର କହ୍ନେଇ ଘଡ଼ୁଆଳ(୪୦), କଟକ ଜିଲ୍ଲା ବାଙ୍କି ଥାନା ନୂଆଗାଁ ପଞ୍ଚାୟତର କୃଷ୍ଣ ଧଳ(୪୦) ଏବ ତାଙ୍କ ପତ୍ନୀ ପ୍ରଭାତୀ ଧଳ । ଚାନ୍ଦପୁର ପୁଲିସ ସୂଚନାନୁସାରେ, ଏମାନେ ବାଲେଶ୍ୱର ଜଳଶ୍ୱେର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଚାନ୍ଦପୁର ଓ ଟାଙ୍ଗି ଅଞ୍ଚଳରେ କାରବାର କରୁଥିଲେ। ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ବ୍ରାଉନ ସୁଗାର କାରବାର ସମୟରେ ପୁଲିସ ଚଢ଼ାଉ କରିଥିଲା । ଏସ.ଆଇ ଅଞ୍ଜଳୀ ସା, ସଞ୍ଜୟ ମଲ୍ଲିକ ରାଇପଡ଼ା ଅଞ୍ଚଳରେ ଚଢ଼ାଉ କରି ଏହି ଗ୍ୟାଙ୍ଗକୁ ଠାବ କରିଥିଲେ । ସେମାନଙ୍କଠାରୁ ୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୭୮/୨୧ରେ ଏକ ମାମଲା ରୁଜୁ ହୋଇଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
Related posts
-
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ... -
ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ
January 8, 2025 Jajati Comments Off on ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟରଣପୁର, (ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ଅର୍ଜୁନ-୨୦୨୫ ଆନୁକୂଲ୍ୟରେ “ବୈଷ୍ଣବ କବି ଭକ୍ତଚରଣ ଦିବସ” ପାଳନ ଅବସରରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି...