ମୋଟର ସାଇକେଲ ନିରାପତ୍ତା ଟିପ୍ସ

ମୋଟରସାଇକେଲ ନିରାପତ୍ତା ଟିପ୍ସ
ବାଇକ୍ ଚଳାଇବା ସମୟରେ ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ଏପରି କ୍ଷେତ୍ରରେ ଆପଣ ନିଜ ସୁରକ୍ଷା ପାଇଁ କିଛି ଟିପ୍ସ ଆପଣାନ୍ତୁ ଏହା ଆପଣକୁ ସାହାର୍ଯ୍ୟ କରିବ ।

୧- ସର୍ବଦା ସାଟିଫାଏଡ୍ ହେଲ୍‌ମେଟ୍ ପିନ୍ଧନ୍ତୁ । ହେଲ୍‌ମେଟ୍ କିଣିଲା ବେଳେ ଏହା ମନେ ରଖନ୍ତୁ ଯେ ଏହା ଭଲ ମ୍ୟାଟେରିଆଲରେ ତିଆରି ହୋଇଥିବ ଏବଂ ମୁଣ୍ଡକୁ ଫିଟ୍ ହେଉଥିବା ନିହାତି ଜରୁରୀ ।
୨- ଦୁଇଟି ଯାକ ବ୍ରେକ୍ ର ବ୍ୟବହାର ଶିଖନ୍ତୁ । ଯେପରି ଆପଣ ଠିକ୍ ଭାବେ ଉଭୟ ବ୍ରେକ୍ ବ୍ୟବହାର କରି ଗାଡିକୁ ଅଟକାଇପାରିବେ ।
୩-ଗାଡିର ବେଗ ଉପରେ ଧ୍ୟାନ ଦିଅନ୍ତୁ । ସଡକର ନିୟମକୁ ଦୃଷ୍ଟିରେ ରଖି ଗାଡିର ବେଗକୁ ସେହି ଅନୁସାରେ ସୀମିତ ରଖନ୍ତୁ ।
୪-ସଡକରେ ବାଇକ ଚଳାଇବା ସମୟରେ ହଡବଡିଆ କିମ୍ବା ଯୋଶ୍ ରେ ଆସି ଗାଡି ଚଳାନ୍ତୁ ନାହିଁ । ସ୍ପିଡୋମିଟର ର କଣ୍ଟା କୁ ସେଫ୍ ଜୋନ୍ ରେ ରଖି ଚଳାନ୍ତୁ ।
୫-ଆପଣଙ୍କ ସମ୍ମୁଖରେ,ପଛରେ ଓ ପାଶ୍ୱରେଯାତାୟତ କରୁଥିବା ଗାଡି ଗୁଡିକଠାରୁ ଆବଶ୍ୟକ ବ୍ୟବଧାନ ରଖନ୍ତୁ । କୌଣସି ଯାନର ଅଧିକ ପାଖକୁ ଯାଆନ୍ତୁ ନାହିଁ ।
୬-ସିଗ୍‌ନାଲର ଠିକ୍ ଭାବେ ଉପଯୋଗ କରନ୍ତୁ ।ଯଦି କୌଣସି ସ୍ଥାନରେ ଆପଣଙ୍କୁ ଟର୍ନ ନେବାର ଥାଏ କିମ୍ବା ବାମ, ଡାହାଣକୁ ମୋଡିବାର ଥାଏ ତା ହେଲେ ପୂର୍ବରୁ ପଛ ଗାଡିଗୁଡିକୁ ସୂଚନା ଦିଅନ୍ତୁ । ହଠାତ୍ ମୋଡ ବଦଳାଇବା ଭଲ ଅଭ୍ୟାସ ନୁହେଁ ।
୭-ଆଗରେ ବଡ ଗାଡି ଥିଲେ ଏହାକୁ ଓଭର ଟେକ୍ କରି ଯାଆନ୍ତୁ ନାହିଁ ।
୮-ଏପରି ବାଇକ୍ କିଣନ୍ତୁ ଯାହାକୁ ଆପଣ ସମ୍ଭାଳିପାରିବେ । ବିଶେଷକରି ଆପଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋଟରସାଇକେଲ କିଣନ୍ତୁ । ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତି ୭୫୦ ସିସି ବାଇକ୍ ଚଳାଇପାରିବେ ।ଏଣୁ ଆପଣଙ୍କ ଆବଶ୍ୟକତା ଏବଂ କୁଶଳତାକୁ ଦୃଷ୍ଟିରେ ରଖି ବାଇକ୍ କିଣନ୍ତୁ ।
୯-ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ଭିନ୍ନ ସ୍ପିଡ୍ ରେ ଆରାମ ଅନୁଭବ କରନ୍ତି । ଏଣୁ ଆରାମଦାୟକ ସ୍ପିଡ୍ ରେ ଗାଡି ଚଳାନ୍ତୁ । ଫୋନ୍ ରେ କଥାବାର୍ତ୍ତା ହୁଅନ୍ତୁ ନାହିଁ କିମ୍ବା ଅନ୍ୟମନସ୍କ ହୁଅନ୍ତୁ ନାହିଁ ।

Related posts