ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ବୀମା କମ୍ପାନୀର ନୟାଗଡ଼ ଶାଖାକୁ ଉଠାଇ ନେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତିର ପ୍ରତିବାଦରେ ଆଜି ସି.ଆଇ.ଟି.ୟୁ.ର ଆହ୍ୱାନରେ ନୟାଗଡ଼ଠାରେ ଧାରଣା ଓ ବିକ୍ଷୋଭ ଜରିଆରେ ଚେତାବନୀ ଦିଆଯାଇଛି। ସି.ଆଇ.ଟି.ୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମ୍ପାନୀର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସଭା ଅନୁଷ୍ଠିତ ହୋଇଥିଲା। ଏହି ଧାରଣାରେ ଶତାଧିକ ବୀମା କର୍ମଚାରୀ, ବୀମା ଏଜେଣ୍ଟ ଓ ବୀମାଧାରୀ ଯୋଗ ଦେଇଥିବା ବେଳେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ବଦ୍ଧପରିକର ହୋଇଥିଲେ। ୧୯୮୭ମସିହାରୁ ଲାଭଦାୟକ ଭାବେ ବ୍ୟବସାୟ କରି ଆସୁଥିବା ଶାଖା ଏହି ତିନି ବର୍ଷ ହେଲା କରୋନାମାଡରେ କ୍ଷତି ସହିଥାଇପାରେ, ମାତ୍ର ଆନ୍ତର୍ଜାତୀୟ ବିଭୀଷିକାରେ ତମାମ ପୃଥିବୀ କ୍ଷତିଗ୍ରସ୍ତ ହୋଇଥିଲା ବେଳେ କ୍ଷତିର ଆଳ ଦେଖାଇ ଜାତୀୟ ସସ୍ଥାମାନଙ୍କୁ କର୍ପୋରେଟ ପୁଞ୍ଜିର ବଶତା ସ୍ବୀକାର କରାଉଥିବା କେନ୍ଦ୍ର ସରକାରଙ୍କ…
Read MoreBlog
ଦଶପଲ୍ଲାରେ ବୃଦ୍ଧି ପାଉଛି ଚମଡା ନିର୍ମିତ ଜୋତା ଓ ଚପଲର ଚାହିଦା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାରେ ଚମଡା ନିର୍ମିତ ଜୋତା ଓ ଚପଲର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଅଧିକ। ଏଠାରେ ରହୁଥିବା ମୋଚି ସାହିର ବାସିନ୍ଦା ମାନେ ହାତରେ ଏପରି ଚପଲ ଓ ଜୋତା ଆଦି ତିଆରି କରନ୍ତି ଯେଉଁଠାରେ କି ବଡ଼ବଡ଼ କମ୍ପାନୀମାନେ ଫେଲ ମାରିବେ। କମ୍ପାନୀରେ ବହୁ ପରୀକ୍ଷା ନିରୀକ୍ଷା କରି ଉଚ୍ଚା ଦରରେ ବିକ୍ରୀ କରୁଥିଲେ ମଧ୍ୟ ଏହାର କୈାଣସି ଓ୍ବାରେଣ୍ଟି, ଗ୍ୟାରେଣ୍ଟି ଦେଉ ନଥିବା ବେଳେ ଦଶପଲ୍ଲାର ଏହି କାରୀଗରମାନେ ନିଜ ହାତରେ ଅତି ସୁନ୍ଦର ଚପଲ ଜୋତା ତିଆରି କରି ଗ୍ୟାରେଣ୍ଟି ସହ ଖୁବ କମ ଦରରେ ବିକ୍ରି କରିଥାନ୍ତି। ଏହି କୁଶଳୀ କାରିଗରମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଦଶପଲ୍ଲା ଏନଏସି ଅନ୍ତର୍ଗତ ମୋଚି ସାହି କୋଠଘରେ ଜୋତା ତିଆରି କାରଖାନା ନିର୍ମାଣ କରିବା ନିମନ୍ତେ…
Read More୨୨୦କୋଟି ଟଙ୍କା ହେରଫେର ଘଟଣାରେ ଦଶପଲ୍ଲାରେ ହରିଆଣା ପୋଲିସ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ହରିଆନାର କ୍ରାଇମବ୍ରାଞ୍ଚର ଗୋଟିଏ ଦଳ ସୁଦୂର ଦଶପଲ୍ଲାକୁ ଆସି ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି । ସୂଚନାଅନୁଯାୟୀ, ଦଶପଲ୍ଲା ଏନ୍ଏସି ଅଞ୍ଚଳର ଖଣ୍ଡପଡା ଗ୍ରାମର ବିଦେଶୀ ଦାସ ନାମକ ଜନୈକ ବ୍ୟକ୍ତି ଯିଏକି ଠେଲାଗାଡିରେ ଗୁପ୍ ଚୁପ୍ ବ୍ୟବସାୟ କରନ୍ତି। ସେ ପ୍ରାୟ ଏକ ବର୍ଷ ତଳେ ତାଙ୍କ ମୋବାଇଲର ଏୟାରଟେଲ ନମ୍ବର ଟିକୁପୋର୍ଟାବିଲିଟି କରି ଜିଓ କରିଦେବାକୁ କଂପାନି ସହ ଯୋଗାଯୋଗ କରିଥିଲେ। କଂପାନି ମଧ୍ୟ ନିୟମ ଅନୁଯାୟୀ ତାଙ୍କୁ ଆଧାର କାର୍ଡ, ଭୋଟର କାର୍ଡ, ସିମ୍ ନମ୍ବର ମଧ୍ୟ ମାଗିଥିଲେ । ତଦନୁଯାୟୀ ବିଦେଶୀ ତାଙ୍କୁ ସବୁ ଜେରକ୍ସ ଦେଲାପରେ ତାଙ୍କ ନମ୍ବରଟି ଜିଓକୁ ପୋର୍ଟାବିଲିଟି ହୋଇଗଲା। କିନ୍ତୁ ପୂର୍ବରୁ ଥିବା ଏୟାରଟେଲ ନମ୍ବର ଟିକୁ କେହି ଦୁର୍ବୃତ୍ତ ଅନ୍ୟ ଏକ ସିମକୁଟ୍ରାନ୍ସ୍ମିଟ୍ ତଥା ଇନଷ୍ଟଲ କରି ତା ମାଧ୍ୟମରେ…
Read Moreଲୋକଙ୍କ ସୁଖ ଦୁଃଖର ସାଥି ରମେଶ ଭାଇ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତରେ ସରପଞ୍ଚ ସସ୍ମିତା ସାହାଣୀଙ୍କ ତତ୍ତ୍ଵାବଧାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଲୋକ ମାନଙ୍କ ସମସ୍ୟା ବୁଝିଥିଲେ।ବିଧାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ସରପଞ୍ଚ ସସ୍ମିତା ସାହାଣୀ, ସମିତି ସଭ୍ୟା ହରପ୍ରିୟା ଦାସ, ନାଏବ ସରପଞ୍ଚ ପ୍ରଶାନ୍ତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ପଞ୍ଚାୟତ ତରଫରୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ଗାତେରୀ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢିତୋଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା କହିଥିଲେ ସରପଞ୍ଚ ସସ୍ମିତା ସାହାଣୀ। ଗାତେରୀ ପଞ୍ଚାୟତରେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା…
Read Moreପାରାଢିପି ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନୟାଗଡ ଭୂମିକା ଚକ୍ଷୁ ଚିକିତ୍ସାଳୟ, ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଯୁବ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରଚେଷ୍ଟା ଯୋଗୁଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଭୂମିକା ଚକ୍ଷୁ ଚିକିତ୍ସାଳୟର ଟେକ୍ନିକାଲ ଆସିଷ୍ଟାଣ୍ଡ ପଦ୍ମିନୀ ପତି, ପାରାମେଡିକ କର୍ମଚାରୀ ଧରିତ୍ରୀ ପ୍ରଧାନ, ବନ୍ଦିତା ଦଳାଇ, ବର୍ଷାରାଣୀ ସାହୁ ପ୍ରମୁଖ ଶିବିରରେ ଯୋଗ ଦେଇଥିବା ଲୋକମାନଙ୍କ ଚକ୍ଷୁ ଚିକିତ୍ସା…
Read Moreଟାକେରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଡା. ପୋମା ଟୁଡୁ ଆଜି ଦଶପଲ୍ଲା ଗସ୍ତରେ ଯାଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଟାକେରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ଏଥି ସହିତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଅତିରିକ୍ତ ଛାତ୍ରାବାସ ସହ ଏକ ଭୋଜନ ଗୃହ ନିର୍ମାଣ ନିମନ୍ତେ କନିଷ୍ଠ ଯନ୍ତ୍ରୀଙ୍କୁ ଏହାର ବ୍ୟୟ ଅଟକଳ କରି ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷଚନ୍ଦ୍ର ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ, ଦଶପଲ୍ଲା ଉନ୍ନୟନ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
Read Moreଦଶପଲ୍ଲାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପଞ୍ଚାୟତ ସମିତି ସେବା ଗୃହରେ ଆଜି ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ଆଜି ସମୁଦାୟ ୮୦ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୬୮ ଗୋଟି ଅଭିଯୋଗ ଆସିଥିବା ବେଳେ ଗ୍ରାମ୍ୟ ବିବାଦକୁ ନେଇ ୩ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସମୁଦାୟ ୪୮ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୭ଜଣ ଦରଖାସ୍ତକାରୀଙ୍କୁ ମୋଟ ୬୮ହଜାର ଟଙ୍କା ଏବଂ ଜିଲ୍ଲାରେଡକ୍ରସରୁ ୨ଜଣ ଦରଖାସ୍ତ କାରୀଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ଅନୁଦାନକରାଯାଇଥିଲା । ୨ ଜଣ ଭିନ୍ନକ୍ଷମ ମହିଳାଙ୍କୁ ହ୍ବିଲଚେୟାର ପ୍ରଦାନକରାଯାଇଥିଲା…
Read Moreକେସି କ୍ଳବର ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଗାମୀ ୨୦ ତାରିଖରେ ହେବାକୁ ଥିବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କୃଷ୍ଣଚନ୍ଦ୍ର କ୍ଳବର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆଜି ପୂର୍ବାହ୍ନରେ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସହରରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରୁ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ବକ୍ତୃତା, ସଙ୍ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଧର୍ମେଶ ରାୱଲ ବକ୍ତୃତାରେ ପ୍ରଥମ ସ୍ଥାନ ଅଧକାର କରିଥିବା ବେଳେ ଶ୍ରେୟାଶ୍ରୀ ମିଶ୍ର ଦ୍ୱିତୀୟ ଏବଂ ସୁପ୍ରିୟା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସଙ୍ଗୀତ ପ୍ରତିଯୋଗୀତାରେ ରୁଦ୍ରାଶିଂ ଆଚାର୍ଯ୍ୟ ପ୍ରଥମ,ଦିପ୍ତୀମୟୀ ନାୟକ ଦ୍ୱିତୀୟ ଏବଂ ସ୍ୱୟଂ ଶ୍ରୀୟା,ପାୟଲ ପ୍ରିୟଦର୍ଶିନୀ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗୀତାରେ…
Read Moreସରପଞ୍ଚମାନଙ୍କୁ ନେଇ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ପଞ୍ଚାୟତିରାଜ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସରପଞ୍ଚମାନଙ୍କୁ ନେଇ ଏକ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ.ଦେବାଶୀଷ ପଟ୍ଟନାୟକ ଓ ଜିଲ୍ଲାପାଳ ଡଃ. ପୋମା ଟୁଡୁଙ୍କ ଦ୍ବାରା ଆଜି ନୟାଗଡ଼ ବ୍ଲକ ଏବଂ ଖଣ୍ଡପଡ଼ା ବ୍ଲକର ସମସ୍ତ ସରପଞ୍ଚମାନଙ୍କୁ ନେଇ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ଡଃ. ଟୁଡୁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଆପଣ ମାନେ ପ୍ରଶିକ୍ଷିତ ହୋଇ ସଶକ୍ତ ହେବାସହ ନିଜ ନିଜର ଗ୍ରାମ ପଞ୍ଚାୟତମାନଙ୍କୁ ମଧ୍ଯ ସଶକ୍ତି କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ…
Read Moreଶରଣକୁଳ ଲଡୁବାବା ପୀଠରେ କାଉଡ଼ିଆଙ୍କ ଭିଡ଼
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇ ବର୍ଷ କାଳ କରୋନା ପାଇଁ ଶ୍ରାବଣ ମାସରେ କାଉଡିଆ ମାନେ ପାଣିଭାର ଆଣିବା ଉପରେ ରୋକ ଲାଗିଥିବା ବେଳେ ଏଇ ବର୍ଷ କଟକଣା ନ ଥିବାରୁ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ବିଜେ ପ୍ରତକ୍ଷ୍ୟ ଓ ପାତାଳ ଗର୍ଭୁତ। ଛତ୍ରାକାର ଲିଙ୍ଗ ପ୍ରଭୁ ଲଡୁବାବଙ୍କ ପୀଠରେ ଏଇ ବର୍ଷ ଶ୍ରାବଣମାସ ପ୍ରଥମ ସୋମବାର ଦିନ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ବ ବୋଲବମ ଭକ୍ତ ଆସି ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରଭୁ ଲଡୁବାବଙ୍କ ମସ୍ତକରେ ପାଣି ଢାଳି ଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ମାନସିକ କରିଥିବା କାଉଡ଼ିଆମାନେ କଣ୍ଟିଲୋ ନୀଳମାଧଵ ପୀଠ ମହାନଦୀରୁ ପାଣି ଉଠାଇ ସେଠାରେ ହୋମଯଜ୍ଞ ପରେ ପାଣି ଭାର ଧରି ପ୍ରାୟ ୬୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସିଥିଲେ । ଶରଣକୁଳ ମନ୍ଦିର ପ୍ରଶାସନ…
Read More