Blog

ଫାଇନାଲରେ ପ୍ରବେଶ କଲେ ଶ୍ରେଷ୍ଠ ଦଶଜଣ ଯୁବ କଣ୍ଠଶିଳ୍ପୀ

ଭଏସ୍ ଅଫ ନୟାଗଡ଼ ସିଜିନ୍ ୩ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ଭଏସ୍ ଅଫ୍ ନୟାଗଡର ସେମିଫାଇନାଲରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ହୋଇଥିବା ତିରିଶ ଜଣ ଯୁବ କଣ୍ଠଶିଳ୍ପୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଂଗୀତ ପ୍ରତିଯୋଗିତାର ସେମିଫାଇନାଲ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ଼ କ୍ଳବର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମଟି ନୟାଗଡ଼ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବ କଣ୍ଠଶିଳ୍ପୀଙ୍କ ପାଇଁ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ଭଏସ ଅଫ୍ ନୟାଗଡର ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ…

Read More

ଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ରାଧେଶ୍ୟାମ ପ୍ରଧାନଙ୍କର ଅଧ୍ୟକ୍ଷତାରେ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର କର୍ମକର୍ତ୍ତା ନିରଞ୍ଜନ ଦାଶ, ପ୍ରଭାକର ପଲେଇ, କାଞ୍ଚନବାଳା ମହାରଣା, ଚକ୍ରଧର ଛୋଟରାୟ, ରାଜ୍ୟ ସଂଘର କର୍ମକର୍ତ୍ତା ପ୍ରଶନ୍ନ କୁମାର ସାହୁ ଏବଂ ଦୟାନିଧି ଦାଶ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ପରିଦର୍ଶକ ଭାସ୍କର ନାରାୟଣ ମହାରଣା ସଭା ପରିଚାଳନା କରିଥିଲେ । ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଦାବି ଗୁଡ଼ିକ ମଧ୍ୟରେ କ୍ୟାଡ଼ର ପୁନଃର୍ଗଠନ ପ୍ରମୁଖ ଥିଲା । ବର୍ତ୍ତମାନ ସଂଘ ପକ୍ଷରୁ…

Read More

ଜାନୁଆରୀ ୫ରୁ ରଣପୁର ମହୋତ୍ସବ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁରର ଐତିହ୍ୟ, କଳା, ସାହିତ୍ୟ ଓ ସଂସ୍କୃତିର ଝଲକ ଦେଖିବାକୁ ପାଇପାରିବେ ରଣପୁରବାସୀ । ଏ ନେଇ ରଣପୁର ମହୋତ୍ସବ ଆଗାମୀ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହେବ। କାଲି ଅପରାହ୍ନରେ ସ୍ଥାନୀୟ ବି.ସି. ହାଇସ୍କୁଲ ପରିସରରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । କରୋନା କାରଣରୁ ୨ବର୍ଷ ଧରି ଏହି ମହୋତ୍ସବ ବନ୍ଦ ଥିଲା। ଏହି ବୈଠକ ରଘୁଦିବାକର ଆସୋସେସନ ସଭାପତି ସୁରେଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ଏନ୍‌ଏସି ଅଧ୍ୟକ୍ଷା ରଙ୍ଗିନ୍ ମହାନ୍ତି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ ଦଳବହେରା, ସାଂସଦଙ୍କ ପ୍ରତିନିଧି ସ୍ବରାଜ ମହାନ୍ତି, ସ୍ୱର୍ଣ୍ଣ ପ୍ରକାଶ, ନଗର ସଭାପତି ଲିଙ୍ଗରାଜ ନାୟକ…

Read More

ଓଡ଼ଗାଁ ପୁଲିସକୁ ସଫଳତା, ଡକାୟତିର ମାଷ୍ଟରମାଇଣ୍ଡ ମହିଳା ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ବନ୍ଧସାହି ହରିଜନ ସାହିର ରଘୁନାଥ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ଟଙ୍କା ଆଣିବା ପାଇଁ ବୈଠକ ବସାଇଥିଲେ। ସେହି ବୈଠକରେ ଜଗନ୍ନାଥ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ସଦସ୍ୟ ଥିଲେ। ସେ ଭୁବନେଶ୍ବରରେ ରହୁଥିବାରୁ ତାଙ୍କୁ ଖବର ଦିଆଯାଇଥିଲା ଏବଂ ତାରିଖ ଅନୁଯାୟୀ ନିର୍ମଳା ଆସି ବୈଠକରେ ଯୋଗ ଦେଉଥିଲେ । ବୈଠକ ସରିବା ପରେ ନିର୍ମଳା ପୁଣି ଭୁବନେଶ୍ବର ଚାଲି ଯାଉଥିଲେ । କିନ୍ତୁ ସ୍ବୟଂ ସହାୟକ ଗ୍ରୁପ୍ କେବେ ଟଙ୍କା ଉଠାଇବେ ତା’ଉପରେ ନିର୍ମଳା ନଜର ରଖିଥିଲେ। ଗ୍ରୁପର କିଛି ମହିଳାଙ୍କ ସହ ସଂପର୍କ ରଖି କେଉଁଦିନ ଟଙ୍କା ବ୍ୟାଙ୍କରୁ ଉଠିବ ପଚରାଉଚୁରା କରି ଜାଣିବା ପରେ ଗତ ଅକ୍ଟୋବର ୨୮ତାରିଖ ଦିନ ଓଡ଼ଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଗରେ ଆସି ଜଗି ବସିଥିଲେ। ସେହି ସମୟରେ…

Read More

ଜନ ପ୍ରତିନିଧି ହେବତ ଏମିତି, ସରକାରୀ ସୁବିଧାରୁ ବଞ୍ଚିତ ହେବେନି ବ୍ଲକର କୌଣସି ଭିନ୍ନକ୍ଷମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର ଅଧିକାଂଶ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମମାନେ ସେମାନଙ୍କ ପରିଚୟ ପତ୍ର ଧରି ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ । ତେବେ ଉକ୍ତ ଭିନ୍ନକ୍ଷମ ପ୍ରଣାମପତ୍ର ସଠିକ ଅଛି କି ନାହିଁ ତାହା ଜାଣିବା ପାଇଁ ନୟାଗଡ଼ ବ୍ଲକ ପକ୍ଷରୁ ସିଡ଼ିଏମଙ୍କୁ ମାସେ ହେଲା ଚିଠି କରିଥିଲେ । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରିଥିଲେ ମଧ୍ୟ ଏହା ସଠିକ ସମୟରେ ମିଳୁନାହିଁ । ଯେଉଁଥି ପାଇଁକି ଭିନ୍ନକ୍ଷମ ମାନେ ସରକାରୀ ସୁବିଧା ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ସେମାନେ ବାରମ୍ବାର ବ୍ଲକର ଦ୍ୱାରସ୍ଥ ହେଉଛନ୍ତି । ସିଡିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ ସଠିକ ସମୟରେ ଯାଞ୍ଚ କରାଯାଉନଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ଏଥିସହିତ ଇଟାମାଟି ଜିଲ୍ଲା ପରିଷଦ ଯୋନର ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ରରେ ଷ୍ଟାଫନର୍ସ ଅଭାବ ରହିଥିବାରୁ ଏହା…

Read More

ନୟାଗଡ଼ ଜିଲ୍ଲାରେ ଅଲିଭା ରେଜିଷ୍ଟର ଅନନ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଜାନୁୟାରୀ ମାସରେ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ଭାବେ ପ୍ରଣୟନ କରାଯାଇଥିବା ଅଲିଭା ରେଜିଷ୍ଟରକୁ ରାଜ୍ୟ ସରକାର ଖୁବ ପସନ୍ଦ ଓ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ଦ୍ଵାରା ଜିଲ୍ଲାରେ ଅପ୍ରାପ୍ତ ବୟସ ଝିଅମାନଙ୍କର ବିବାହ ବହୁ ପରିମାଣରେ କମିଯାଇଛି । ଏକଶତ ପୃଷ୍ଠା ବିଶିଷ୍ଟ ଏହି ରେଜିଷ୍ଟରରେ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କ ଦ୍ବାରା କେନ୍ଦ୍ର ଅନ୍ତର୍ଭୁକ୍ତ ୧୦ରୁ ୧୯ବର୍ଷ ବୟସର ସମସ୍ତ ଝିଅମାନଙ୍କର ନାମ, ବୟସ, ଦୂରଭାଷ ନମ୍ବର, ଆଧାର ନମ୍ବର, ବାପା ଓ ମାଆଙ୍କର ନାମ ଠିକଣା ଆଦି ଲିପିବଦ୍ଧ କରାଯାଇଥାଏ । ପାଠ ପଢ଼ୁଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଅଭିଭାବକ ସମସ୍ତଙ୍କ ମିଳିତ ସହଯୋଗରେ ଝିଅ ଉପରେ ଧ୍ୟାନ ଦିଆଯାଏ । ପାଠପଢ଼ା ଛାଡୁଥିବା ଝିଅମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି…

Read More

ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ମରଣିକା ଓ ସାଂସ୍କୃତିକ ସବ୍-କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆର.ଏମ୍.ସି. ସଭାଗୃହରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍କରଣୀକା ଏବଂ ସାଂସ୍କୃତିକ ସବ୍-କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ, ୨୦୨୨ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ‘ଆରଣ୍ୟକ’ ପ୍ରକାଶ ପାଇଁ ନୟାଗଡ଼ ଜିଲ୍ଲାର ସଂସ୍କୃତି, ଐତିହ, ଜନଜୀବନ, ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ବିକାଶ ମୂଳକ ଓ ଫିଚର ଧର୍ମୀଲେଖା ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ ଆବଶ୍ୟକ । ଇଚ୍ଛୁକ ଲେଖକ, କବି, ପ୍ରାବନ୍ଧିକ, ଶିକ୍ଷାବିତ୍, ଗବେଷକମାନଙ୍କ ଠାରୁ ଲେଖା ଓ ତତ୍‌ସଂପର୍କୀୟ ଫଟୋ ଆମନ୍ତ୍ରଣ କରାଯାଉଛି । ଲେଖାଗୁଡ଼ିକ ଉଚ୍ଚକୋଟୀର ଓ ସଂକ୍ଷିପ୍ତ ହେବା ଆବଶ୍ୟକ । ଲେଖକମାନେ ଲେଖାଗୁଡ଼ିକୁ ତା.୦୫.୧୨.୨୦୨୨ରିଖସୁଦ୍ଧା ଉପଜିଲ୍ଲାପାଳ, ନୟାଗଡ଼ଙ୍କ ନିକଟକୁ ପଠାଇ ପାରିବେ । ଲେଖାଗୁଡ଼ିକ ଆକୃତି ଲିପିରେ ଉଭୟ ସଫ୍ଟକପି ଓ କଠିନ ନକଲ ସହ…

Read More

ପ୍ରୋଜେକ୍ଟ ସକ୍ଷମ-୨୦୨୨ ଉଦଯାପିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଉଁଶିଆ ଗ୍ରାମରେ ପ୍ରତିଷ୍ଠିତ ଅସହାୟ ଓ ଦିବ୍ୟାଙ୍ଗମାନଙ୍କ ଆଶ୍ରୟ ସେବାଗ୍ରାମଠାରେ ତିନିଦିନ ବ୍ୟାପୀ ଚାଲିଥିବା ପ୍ରୋଜେକ୍ଟ ସକ୍ଷମ-୨୦୨୨ କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ସାହିତ୍ୟ ସଭା, ଦ୍ୱିତୀୟ ଦିନ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ତୃତୀୟ ଦିନ ଦିବ୍ୟାଙ୍ଗମାନକୁ ହୁଇଲ ଚେୟାର, ବ୍ଲାଇଣ୍ଡ ଷ୍ଟିକ, ସିଲାଇ ମେସିନ, ଛାତ୍ରବୃତ୍ତି, କମ୍ବଳ ଓ ବସ୍ତ୍ର ଇତ୍ୟାଦି ସହାୟତା ପ୍ରଦାନ କରାଯାଇଥିଲା। ଆଶ୍ରୟର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନ ଉତ୍ସବରେ ସମାଜସେବୀ ବ୍ରଜକିଶୋର ମହାପାତ୍ର, କବି ପାଣ୍ଡବ ନାୟକ, ଭିକାରୀ ସ୍ୱାଇଁ ପ୍ରଭୁତି ଅତିଥି ଭାବରେ ମଞ୍ଚାସିନ ହୋଇଥିବା ବେଳେ ଆଶ୍ରୟର ସଦସ୍ୟ ନିରଞ୍ଜନ ଜେନା, ଭାଗିରଥି ସ୍ୱାଇଁ, ଅନୀଲ ପ୍ରଧାନ, ପ୍ରଫୁଲ ନାହାକ ଓ ରାମଚନ୍ଦ୍ର ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଉତ୍ତମ ସମ୍ବାଦ ପରିବେଷଣ…

Read More

ସିଆଇଟିୟୁର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସିଆଇଟିୟୁ ନୟାଗଡ଼ ଶାଖାର ଜିଲ୍ଲା ତୃତୀୟ ସମ୍ମିଳନୀ ନୟାଗଡ଼ ସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ସଙ୍ଗଠନ ର ଲାଲଝଣ୍ଡାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ।ସମସ୍ତ ସାଥୀ ସହିଦୀ ବେଦିରେ ମାଲ୍ୟାର୍ପଣ ପରେ ସହିଦଙ୍କ ପ୍ରତି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇ ଥିଲା।ସାଥୀ ବିଶ୍ୱନାଥ ମହାପାତ୍ର, ଏସ ଏ କରିମି ଓ ନଳିନୀ ଦାସ ଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ତୃତୀୟ ସମ୍ମିଳନୀକୁ ରାଜ୍ୟ ର ଶ୍ରମିକ ନେତା ଦୁଷ୍ମନ୍ତ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ତୀବ୍ର ସମାଲୋଚନା କରି ଥିଲେ ଏବଂ ୨୭ ନଭେମ୍ବର ରାଜ୍ୟ ସ୍ତରୀୟ ଶ୍ରମିକ ସମାବେଶକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।ତା ପରେ…

Read More

ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ସାହିତ୍ୟ ମହାକୁମ୍ଭ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ୨ ଦିନ ବ୍ୟାପି ଅନୁଷ୍ଠିତ ନୟାଗଡ଼ ସାହିତ୍ୟ ମହାକୁମ୍ଭ ଆଜି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅତିଥିଭାବେ ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ଗାଳ୍ପିକ ସୁରେଶ ଛୋଟରାୟ, କଥାକାର ତପନ ମହାପାତ୍ର, ଯୁବ କଥାକାର/ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା, ହାଡ଼ିବନ୍ଧୁ ମହାକୁଢ଼, ଡ.ଅଶୁତୋଷ ମିଶ୍ର, ଅଧ୍ୟାପକ ରବି ଶତପଥୀ, ଅଶୋକ ମଲ୍ଲ, ଗୋଦାବରିଶ ମିଶ୍ର, ପ୍ରଭାତ ମିଶ୍ର ପ୍ରମୁଖ ଯୋଗଦାନ କରି ଗଳ୍ପ ଓ କବିତା କାହିଁକି ଓ କିପରି ଲେଖା ଯାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ ଦରବାର କାର୍ଯକ୍ରମରେ ଅତିଥିଭାବେ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ, ବ୍ରଜ ସୁବୁଦ୍ଧି, ରବିନ୍ଦ୍ର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।…

Read More