ରଣପୁର,(ନୟାଗଡ଼ ଦର୍ପଣ): ରଣପୁରର ଐତିହ୍ୟ, କଳା, ସାହିତ୍ୟ ଓ ସଂସ୍କୃତିର ଝଲକ ଦେଖିବାକୁ ପାଇପାରିବେ ରଣପୁରବାସୀ । ଏ ନେଇ ରଣପୁର ମହୋତ୍ସବ ଆଗାମୀ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହେବ। କାଲି ଅପରାହ୍ନରେ ସ୍ଥାନୀୟ ବି.ସି. ହାଇସ୍କୁଲ ପରିସରରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । କରୋନା କାରଣରୁ ୨ବର୍ଷ ଧରି ଏହି ମହୋତ୍ସବ ବନ୍ଦ ଥିଲା। ଏହି ବୈଠକ ରଘୁଦିବାକର ଆସୋସେସନ ସଭାପତି ସୁରେଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ଏନ୍ଏସି ଅଧ୍ୟକ୍ଷା ରଙ୍ଗିନ୍ ମହାନ୍ତି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ ଦଳବହେରା, ସାଂସଦଙ୍କ ପ୍ରତିନିଧି ସ୍ବରାଜ ମହାନ୍ତି, ସ୍ୱର୍ଣ୍ଣ ପ୍ରକାଶ, ନଗର ସଭାପତି ଲିଙ୍ଗରାଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଜାନୁଆରୀ ୫ରୁ ରଣପୁର ମହୋତ୍ସବ
