ନୟାଗଡ଼,(ନୟାଗଡ଼ ଦର୍ପଣ): ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଗବେଷଣା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ପ୍ରଥମେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଇଣ୍ଟରଭ୍ୟୁ ପାଇଁ ମନୋନୀତ ହୋଇଥିଲେ l ଉଭୟ ପରୀକ୍ଷାରେ ଭଲ ମାର୍କ ହାସଲ କରିଥିବାରୁ ଶେଷରେ ଗବେଷଣା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ତେବେ ରାଜନୀତି ବିଜ୍ଞାନ ଏବଂ ଗଣମାଧ୍ୟମ ସମ୍ପର୍କିତ ବିଷୟବସ୍ତୁ ଉପରେ ଗବେଷଣା କରିବା ପାଇଁ ମନୋନିବେଶ କରିଥିବା ଜଣାପଡିଛି l ଏପରିକି ସାକ୍ଷାତକାର ସମୟରେ ମଧ୍ୟ ଗଣମାଧ୍ୟମ ଏବଂ ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ପ୍ରସ୍ତାବ ଉପସ୍ଥାପନା କରିଥିଲେ l ଯାହା ବିଭାଗର ବିଚାରକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା l ରଣପୁର ବ୍ଲକ ରାଜସୁନାଖଳା ନିକଟସ୍ଥ…
Read MoreBlog
ଅନନ୍ୟା ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନରେ ଆଜି ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଚି। ବାହାନଗା ଭୟାବହ ରେଳ ଦୁର୍ଘଟଣା ପାଇଁ ନିରାଡ଼ାମ୍ୱର ଢଙ୍ଗରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସାମ୍ବାଦିକ ରଜତ କୁମାର ପଟ୍ଟନାୟକ, ଭାଜପା ନେତା ସନ୍ତୋଷ ପ୍ରଧାନ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମାଜର ଭଲ ପାଇଁ ଚିନ୍ତା କରୁଥିବା ଅନୁଷ୍ଠାନ ସହ ସବୁବେଳେ ରହିଛି ଓ ରହିବି। ପରେ ଭାଜପା ନେତା…
Read Moreଓଡ଼ିଆ ଭାଷା- ସାହିତ୍ୟ ପ୍ରତି ଛାତ୍ର ଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ପ୍ରୟାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଛାତ୍ର ଛାତ୍ରୀମାନଙ୍କ ମନରେଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ତଥା ସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖାର ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ସମ୍ମିଳନୀର ସଭାପତି ବସିରନ୍ ବିବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ବୈଠକରେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ।ଏହି ବୈଠକରେ ବରିଷ୍ଠ ସଦସ୍ୟ ଅରୁଣ କୁମାର ମହାନ୍ତି, ମହମ୍ମଦ ଓମାର ମଲ୍ଲିକ, ପ୍ରଦୀପ ସାହୁ, ପ୍ରଫୁଲ୍ଲ,ଗୋକୁଳ କୁମାର ଷଡଙ୍ଗୀ,ପ୍ରତାପ ସାହୁ, ଲକ୍ଷ୍ମୀଧର ମହାପାତ୍ର, ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଇବା,…
Read Moreକଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ, ସମଗ୍ର ଜିଲ୍ଲାରେ ଖୁସିର ଲହରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବାଣପୁର, କଣ୍ଟିଲୋ, ପଦ୍ମାବତୀ, ଓ ଆଖପାଖ ଅଞ୍ଚଳରେ ଅମଳ ହେଉଥିବା ଏହି ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ ବାଇଗଣକୁ ମିଳିଲା ଭୌଗୋଳିକ ପରିଚୟ। ଏହି ବାଇଗଣଟି ଅନ୍ୟ ବାଇଗଣ ଠାରୁ ସ୍ବତନ୍ତ୍ର । ଏହି ବାଇଗଣ ଗଛର ଫଳ, କାଣ୍ଡ ଏବଂ ପତ୍ରରେ କଣ୍ଟା ଭରି ରହିଥାଏ। ପ୍ରତ୍ୟେକ ବାଇଗଣର ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ ।ଏହାର ସ୍ବାଦ ସ୍ବତନ୍ତ୍ରତା ରହିଛି । ଏହି ବାଇଗଣର ରୋଗ…
Read Moreନୟାଗଡ଼ ଜବାହାର ନାବୋଦୟ ବିଦ୍ୟାଳୟରେ “ଚିତ୍ରକଳା ସନ୍ନିବେଶିତ ଶିକ୍ଷା”ଉପରେ ପ୍ରଶିକ୍ଷଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତିରେ “ଚିତ୍ରକଳା ସନ୍ନିବେଶିତ ଶିକ୍ଷା”କୁ ଗୁରୁତ୍ଵ ଦୃଷ୍ଟିରୁ ,ଏକ ମାସ ବ୍ୟାପି ଚିତ୍ରକଳା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଜବାହାର ନାବୋଦୟ ବିଦ୍ୟାଳୟ ନୟାଗଡ଼ ଠାରେ ଆରମ୍ଭ ହୋଇଅଛି । ସଂଗୀତ ଶିକ୍ଷକ ରଞ୍ଜିତ କୁମାର ମିଶ୍ରଙ୍କ ତତ୍ୱାଧାନରେ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିବା ସହିତ, ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଏସ. ଟି. ରହମାନ, ନବୋଦୟ ବିଦ୍ୟାଳୟ ସଂଗଠନ, ଏହିପରି ପ୍ରଶିକ୍ଷଣ ମାଧ୍ୟମରେ, ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ବୃଦ୍ଧି କରିବା ଲକ୍ଷ୍ୟ, ଯୁଗୋପଯୋଗୀ ବୋଲି ଦର୍ଶାଇଥିଲେ । ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମାଲିକ ମନୁଷ୍ୟ ସମାଜ ଏବଂ ସଭ୍ୟତାରେ ଚିତ୍ରକଳାର ଐତିହାସିକ ପୃଷ୍ଠଭୂମି ଏବଂ ବର୍ତ୍ତମାନର ଶିକ୍ଷାପ୍ରଦ୍ଧତିରେ ଚିତ୍ରକଳାର…
Read Moreଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କର ଥଇଥାନ
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଦୈନିକ ସମ୍ବାଦପତ୍ର “ସମାଜ”ର ୦୧.୦୯.୨୩ ତାରିଖରେ ପ୍ରକାଶିତ ଶୀର୍ଷକ “ବୃଦ୍ଧ ଦମ୍ପତିଙ୍କ ଠିକଣା ପାଲଟିଛି ବିଦ୍ୟାଳୟ ବାରଣ୍ଡା” ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ, ନୟାଗଡ଼ ଆନନ୍ଦ ନାରାୟଣ ମହାରଣାଙ୍କ ଦୃଷ୍ଟି ଗୋଚର ହୋଇଥିଲା । ପରିଣତ ବୟସରେ ପୁଅ-ବୋହୁ ନ ପଚାରିବାରୁ ଖଣ୍ଡପଡ଼ା ବ୍ଲକ କୀଆଝର ପଞ୍ଚାୟତ ସାତ ଗୋଛିଅ ଗ୍ରାମର ମୂଳିଆ ନାୟକ(୨୦) ଓ ପତ୍ନୀ ସୁବର୍ଣ୍ଣ(80) ଅସହାୟ ଅବସ୍ଥାରେ ବିଦ୍ୟାଳୟ ବାରଣ୍ଡାରେ ପଡିରହିଥିଲେ । ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ, ନୟାଗଡ଼ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ଖଣ୍ଡପଡ଼ା ତାଲୁକ ଆଇନ ସେବା କମିଟିର ଗ୍ରାମୀଣ ସ୍ୱେଛାସେବି ଜୟନ୍ତୀ ବେହେରାଙ୍କୁ ବୃଦ୍ଧ ଦମ୍ପତିଙ୍କ ସହିତ ସାକ୍ଷାତ…
Read Moreସ୍ବେଛାସେବୀ ଅନୁଷ୍ଠାନ ‘ସୋହମ’ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ‘ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ସହଯୋଗରେ ଏହାର ରକ୍ତ ଭଣ୍ଡାରରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ହସ୍ପିଟାଲର ରକ୍ତ ଭଣ୍ଡାର ଅଫିସର ଡ଼ା. ବେଣୁଧର ଶତପଥୀ , ସୋହମ ଅନୁଷ୍ଠାନ ର ସଭାନେତ୍ରୀ ଡ. କବିତା ମିଶ୍ର, ସଦସ୍ୟ ଶୁଭକାନ୍ତ ରଣସିଂହ, ପ୍ରହଲ୍ଲାଦ କୁମାର ସାହୁ, ଦେବାଶିଷ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଉତ୍କଳ ହସ୍ପିଟାଲ ର ଚୌଧୁରୀ ସୁବାଷ ଚନ୍ଦ୍ର ଦାସ, ସନାତନ ସାହୁ, କାଜଲ ମହାନ୍ତି, ଦମୟନ୍ତୀ ହାଁସଦା, ହେମନ୍ତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
Read Moreପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ଇଟାମାଟି ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ଇଟାମାଟି, (ନୟାଗଡ଼ ଦର୍ପଣ): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ ଇଟାମାଟି ଶାଖର ବରଦାନୀ ଭବନ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଥିଲା ଆଶ୍ରମ ର ସଞ୍ଚାଳିକା ରାଜ ଯୋଗିନୀ ସସ୍ମିତା ଭଉଣୀ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ତଥା ଗ୍ରାମର ବରିଷ୍ଠ ନାଗରିକ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଉତ୍ସବ ପ୍ରାରମ୍ଭ ରେ ରକ୍ଷା ବନ୍ଧନ ଉପରେ ଆଲୋକପାତ କରି ସସ୍ମିତା ଭଉଣୀ ସମସ୍ତଙ୍କୁ ଅଭିଭୂତ କରିଥିଲେ, ଡଃ ରାଜ କିଶୋର ବରାଡ, ଜଗନ୍ନାଥ ଦାସ, ଡ଼ ରଙ୍ଗନାଥ ବେହେରା, ଭାଗିରଥିବାଇ, ଉମେଶ ଚନ୍ଦ୍ର ପଟ୍ଟନାୟକ, କିଶୋର ଚନ୍ଦ୍ର ନାୟକ, ରାଜ କିଶୋର ନାୟକ, କିଶୋର ଚନ୍ଦ୍ର ସାହୁ ଏବଂ ନରେଶ କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ। ଉତ୍ସବ ଶେଷରେ ଆଶ୍ରମର ନିରଞ୍ଜନ ଭାଇ…
Read More୫ସୁଦ୍ଧା ଦାବି ପୂରଣ ନହେଲେ ୮ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବି ଗୁଡ଼ିକ ପ୍ରତି ସରକାର ବାରମ୍ବାର ଏଡ଼ାଇ ଚାଲିଥିବା ପ୍ରତିବାଦରେ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସରକାରଙ୍କୁ ଚରମବାଣୀ ଦିଆଯାଇଛି । ଆସନ୍ତା ୫ତାରିଖ ଶିକ୍ଷକ ଦିବସ ଅବ୍ୟବହିତ ପୂର୍ବରୁ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲେ ୮ ତାରିଖରୁ ସମସ୍ତ ବର୍ଗର ଶିକ୍ଷକ ସମୂହ ଛୁଟିରେ ରହିବେ ଶିକ୍ଷକ । ଫଳରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାଲା ଝୁଲିବା ସହିତ ପିଲାମାନଙ୍କ ପାଠପଢ଼ା ଠପ୍ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁଙ୍କୁ ଭେଟି ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଠିକାପ୍ରଥା ଉଚ୍ଛେଦକରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା…
Read Moreଦଶପଲ୍ଲା ଥାନାକୁ ବଡ଼ ସଫଳତା, ଜଣକୁ ଗିରଫ କରିବା ସହ ବିଭିନ୍ନ ନିଶା ଦ୍ରବ୍ୟ ଏବଂ ଗାଡି ଜବତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାକୁ ମିଳିଛି ସଫଳତା । ଗାଡି ସହ କଫ ସିରଫ, ମଦ ଓ କିଛି ନିଶା ଦ୍ରବ୍ୟ ଦଶପଲ୍ଲା ପୁଲିସ ଜବତ କରିବା ସହିତ ଜଣକୁ ଗିରଫ କରିଛି । ଗତ କାଲି ଦଶପଲ୍ଲା ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଘୋଳାହାଣ୍ଡି ଓସ୍ତ ଛକଠାରେ ଶଙ୍କର ପ୍ରଧାନ ଓରଫ ଭାଲୁଙ୍କ ଦୋକାନରେ ଚଢ଼ଉ କରିଥିଲେ । ତାଙ୍କ ଠାରୁ ୨୩ ଗୋଟି କଫ ସିରଫ ବୋଟଲ ଜବତ କରିବା ସହ ୬ ଗୋଟି କିଙ୍ଗଫିସର ବିୟର, ୯ ଗୋଟି ବାକାଡି ବ୍ଲାକ ମଦ, ୬ ଗୋଟି ମାକଡ୍ରଲ ଓ କିଛି ନିଶା ଔଷଧ ଜବତ କରିଥିଲେ । ଏଥି ସହିତ ଓଡି୨୫ଏଚ୦୪୯୪ ଗ୍ଲାମର ମଟର ସାଇକେଲ ଗାଡିକୁ ଜବତ କରାଯାଇଛି । ଦଶପଲ୍ଲା…
Read More