ନୟାଗଡ଼ ଜବାହାର ନାବୋଦୟ ବିଦ୍ୟାଳୟରେ “ଚିତ୍ରକଳା ସନ୍ନିବେଶିତ ଶିକ୍ଷା”ଉପରେ ପ୍ରଶିକ୍ଷଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତିରେ “ଚିତ୍ରକଳା ସନ୍ନିବେଶିତ ଶିକ୍ଷା”କୁ ଗୁରୁତ୍ଵ ଦୃଷ୍ଟିରୁ ,ଏକ ମାସ ବ୍ୟାପି ଚିତ୍ରକଳା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଜବାହାର ନାବୋଦୟ ବିଦ୍ୟାଳୟ ନୟାଗଡ଼ ଠାରେ ଆରମ୍ଭ ହୋଇଅଛି । ସଂଗୀତ ଶିକ୍ଷକ ରଞ୍ଜିତ କୁମାର ମିଶ୍ରଙ୍କ ତତ୍ୱାଧାନରେ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିବା ସହିତ, ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । 

ଅଧ୍ୟକ୍ଷ ଏସ. ଟି. ରହମାନ, ନବୋଦୟ ବିଦ୍ୟାଳୟ ସଂଗଠନ, ଏହିପରି ପ୍ରଶିକ୍ଷଣ ମାଧ୍ୟମରେ, ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ବୃଦ୍ଧି କରିବା ଲକ୍ଷ୍ୟ, ଯୁଗୋପଯୋଗୀ ବୋଲି ଦର୍ଶାଇଥିଲେ । ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମାଲିକ ମନୁଷ୍ୟ ସମାଜ ଏବଂ ସଭ୍ୟତାରେ ଚିତ୍ରକଳାର ଐତିହାସିକ ପୃଷ୍ଠଭୂମି ଏବଂ ବର୍ତ୍ତମାନର ଶିକ୍ଷାପ୍ରଦ୍ଧତିରେ ଚିତ୍ରକଳାର ସନ୍ନିବେଶର ଆବଶ୍ୟକତା ବର୍ଣ୍ଣନା କରିଥିଲେ । ସ୍ବତନ୍ତ୍ର ପ୍ରଶିକ୍ଷକ ପ୍ରକାଶ କୁମାର ମହାପାତ୍ର ଏବଂ ଲକ୍ଷ୍ମୀଧର ବାରିକ ନିଜ ନିଜର ଆଭିମୁଖ୍ୟ ପ୍ରଦାନ କରିଥିଲେ । କଳା ଶିକ୍ଷକ ଦିଗମ୍ବର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ, ବରିଷ୍ଠ ଶିକ୍ଷକ ଡଃ ଦେବେନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related posts