ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଆଜି “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ସିଧା ପ୍ରସାରଣ (ଲାଇଭ୍ ଟେଲିକାଷ୍ଟ) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷର ଶାସନକାଳୀନ ସଫଳତା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ରାଜ୍ୟର ଭବିଷ୍ୟତ ବିକାଶ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଭିତ୍ତିଭୂମି ବିକାଶ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ପୌରପରିଷଦର ବହୁ କାଉନସିଲର, ମୁନିସିପାଲିଟି ଅଞ୍ଚଳର ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।…
Read MoreBlog
ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: କେନ୍ଦୁଝର, ନୟାଗଡ଼ ଓ ଯାଜପୁରରେ ଭିଜିଲାନ୍ସର ବ୍ୟାପକ ତଦନ୍ତ
ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲ୍ଲାରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ। ନିର୍ଭରଯୋଗ୍ୟ ସୂଚନା ଆଧାରରେ ଆରମ୍ଭ ହୋଇଥିବା ଏହି ତଦନ୍ତକୁ ତ୍ୱରିତ ଓ ସମନ୍ୱିତ ଭାବେ ସମ୍ପନ୍ନ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ୨୪ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଏହି ଦଳଗୁଡ଼ିକରେ ମୋଟ ୮୧ ଜଣ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ସେଥିରେ ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ରାଜ୍ୟ ଅର୍ଥ କମିଶନ ଡିଭୋଲୁସନ୍ ଅନୁଦାନ (୫ମ ଏସଏଫସି) ଅଧୀନରେ “ପ୍ରତ୍ୟେକ ଗ୍ରାମପଞ୍ଚାୟତର ଗୋଟିଏ ଗ୍ରାମରେ ଟର୍ନକି…
Read Moreପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ୫ଟି ମନ୍ତ୍ରଣାଳୟର ବଜେଟ୍ ସହ ସମାନ : କଂଗ୍ରେସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପର୍ଯ୍ୟବେକ୍ଷକ ପ୍ରକାଶ ମିଶ୍ର ଓ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ସୁଦିପ ସାମଲ ବର୍ତ୍ତମାନର ଶିକ୍ଷା ଓ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଥିଲେ ଯେ, ଗତ ଜୁନ୍ ୧୭ ତାରିଖରେ ରାଜସ୍ଥାନର କୋଟାଠାରେ ଆୟୋଜିତ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହଜାର ହଜାର ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେହି ଅବସରରେ ରାହୁଲ ଗାନ୍ଧୀ ଭାରତର ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ “ଶୋଷଣ କରୁଥିବା ମେସିନ” ବୋଲି ଅଭିହିତ କରିଥିବା ସେମାନେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଦେଶରେ…
Read Moreଚମ୍ପାଗଡ଼ ପୋଖରୀରୁ ପମ୍ପ ଲଗାଇ ପାଣି ନିଷ୍କାସନ ଅଭିଯୋଗ, ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ନେଇ ଅସନ୍ତୋଷ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ଼ ପଞ୍ଚାୟତର ଚମ୍ପାଗଡ଼ ଗାଁର ଏକମାତ୍ର ପୋଖରୀରୁ ତିନୋଟି ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମର ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଗାଧୋଇବା ସମେତ ଚାଷବାସ ପାଇଁ ଏହି ପୋଖରୀ ଉପରେ ନିର୍ଭରଶୀଳ ଥିବାବେଳେ, ଗତ ତିନି ଦିନ ଧରି ପୋଖରୀର ପାଣି ପ୍ରାୟ ସମ୍ପୂର୍ଣ୍ଣ ଶୁଖାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନିଲାମଧାରୀ ଭାସ୍କର ସୁନ୍ଦରାୟଙ୍କ ସମେତ କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ ତିନୋଟି ପମ୍ପ ମାଧ୍ୟମରେ ପୋଖରୀର ପାଣି ନିଷ୍କାସନ କରୁଛନ୍ତି। ଏ ସମ୍ପର୍କରେ ଚମ୍ପାଗଡ଼ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ରଣପୁର ବ୍ଲକର ଜିପିଇଓଙ୍କୁ ପଚାରିବାରୁ ସେମାନେ ଏ ବିଷୟରେ ଅବଗତ ନଥିବା କହିଥିବା ଜଣାପଡ଼ିଛି। ପୋଖରୀରେ…
Read Moreନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ବିଚାରବିମର୍ଶ
ନବନିଯୁକ୍ତ ରାଜ୍ୟ ଓବିସି କଂଗ୍ରେସ ସଭାପତି ସରୋଜ କୁମାର ପ୍ରଧାନଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ବିଭାଗର ନବନିଯୁକ୍ତ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଅବସରରେ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ଜାତିଭିତ୍ତିକ ସଂଗଠନ ଗଠନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ନେଇ ବିଚାରବିମର୍ଶ କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଓବିସି କଂଗ୍ରେସ ସଭାପତି ସରୋଜ କୁମାର ପ୍ରଧାନ କହିଥିଲେ ଯେ, ରାଜ୍ୟରେ ପଛୁଆବର୍ଗର ପ୍ରାୟ ୫୪ ପ୍ରତିଶତ ଜନସଂଖ୍ୟା ସରକାରୀ ନିଯୁକ୍ତି, ଶିକ୍ଷା ବ୍ୟବସ୍ଥା ଓ ବିଭିନ୍ନ…
Read Moreନୟାଗଡ଼ ମୁନିସିପାଲିଟିରେ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଠିକ୍ ଭାବେ ଚାଲିନଥିବା ଅଭିଯୋଗ କଲା କଂଗ୍ରେସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟ ସଠିକ୍ ଭାବେ ପରିଚାଳିତ ହେଉନଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ ଉଠାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ, ନୟାଗଡ଼ ମୁନିସିପାଲିଟିର ୭୭ ନମ୍ବରରୁ ୯୪ ନମ୍ବର ବୁଥ ପର୍ଯ୍ୟନ୍ତ ଅଧିକାଂଶ ବିଏଲଓ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ଘରକୁ ଯାଇନାହାନ୍ତି କିମ୍ବା ପୋଲିଂ ବୁଥରେ ଉପସ୍ଥିତ ରହୁନାହାନ୍ତି। ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ବିଏଲଓମାନେ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବିଏଲଏ-୧ ଓ ବିଏଲଏ-୨ଙ୍କ ସହ ଆଲୋଚନା କରୁନାହାନ୍ତି। ବରଂ ଘରେ ବସି କିଛି ନିର୍ଦ୍ଦିଷ୍ଟ ଦଳର ବିଏଲଏଙ୍କ ପରାମର୍ଶରେ ମନଇଚ୍ଛା ଫର୍ମ ପୂରଣ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ନିଯୁକ୍ତ ବିଏଲଏ-୧…
Read Moreଗରିବ ପରିବାରର ଦୁଇ ଶିଶୁଙ୍କ ଜୀବନରେ ନୂଆ ଆଲୋକ; ସମାଜସେବୀ ପ୍ରଭାସିନୀ ନନ୍ଦଙ୍କ ମାନବିକ ପଦକ୍ଷେପକୁ ପ୍ରଶଂସା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳର ଓଲ୍ଡ ଟାଉନସ୍ଥିତ ଭୋଇ ସାହିର ଆରତୀ ଦେଇ ନାମକ ଜଣେ ଅସହାୟ ମହିଳା ଜରି, ପ୍ଲାଷ୍ଟିକ ଓ ବୋତଲ ଗୋଟାଇ ଜୀବିକା ନିର୍ବାହ କରୁଥିଲେ। ପରିବାରର ଆର୍ଥିକ ଅଭାବ ଯୋଗୁଁ ତାଙ୍କର ଦୁଇ ପୁଅ ଚନ୍ଦନ ଓ ଆୟୁଷ ମଧ୍ୟ ପାଠପଢ଼ା ଛାଡ଼ି ଏହି କାମରେ ମା’ଙ୍କୁ ସହଯୋଗ କରୁଥିଲେ। ଏହି ଦୁଃଖଦ ପରିସ୍ଥିତି ସମ୍ପର୍କରେ ତ୍ରିନାଥ ଛକ, ଯଦୁମଣି ନଗରର ବାସିନ୍ଦା ସୂର୍ଯ୍ୟମଣୀ ପ୍ରଧାନ ସମାଜସେବୀ ପ୍ରଭାସିନୀ ନନ୍ଦଙ୍କୁ ଅବଗତ କରାଇଥିଲେ। ଖବର ପାଇବା ପରେ ସୁଶ୍ରୀ ନନ୍ଦ ତୁରନ୍ତ ଆରତୀ ଦେଇ ଓ ତାଙ୍କ ଦୁଇ ପୁଅଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଥିଲେ। ସେ ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ବୁଝାଇ ପାଠପଢ଼ା ଜାରି ରଖିବାକୁ ପ୍ରେରଣା ଦେଇଥିଲେ। ଏହା ସହ ସେ ପିଲାମାନଙ୍କର ରହିବା, ଖାଇବା, ପଢ଼ିବା…
Read Moreଚାମେଲିଙ୍କ ସମର୍ଥନରେ ନୟାଗଡ଼ ସରପଞ୍ଚ ସଂଘ, ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ବିଡିଓଙ୍କ ଚ୍ୟାମ୍ବରରେ ର୍ଦୁବ୍ୟବହାର, ପୁଲିସ ଲଗାଇ ମିଥ୍ୟା ମାମଲା ରୁଜୁ, ଗିରଫ କରାଯିବାକୁ ବିରୋଧ କରି ଆଜି ନୟାଗଡ଼ ସରପଞ୍ଚ ସଂଘ ବିକ୍ଷୋଭ ପଦର୍ଶନ କରିବା ସହ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଛି । ନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ସଭାପତି ନିରଞ୍ଜନ ବିଧାର, ନୟାଗଡ଼ ବ୍ଲକ ସଂଘ ସଭାପତି ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ଆଜି ଶତାଧିକ ସରପଞ୍ଚ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲେ । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଜନପ୍ରତିନିଧିଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣକୁ ବିରୋଧ କରାଯାଇଥିଲା । ଏହା ସହିତ ରାଜ୍ୟପାଳଙ୍କ…
Read Moreଓଡ଼ଗାଁରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି; ୧୨୫ଟି ଅଭିଯୋଗ ମଧ୍ୟରୁ ୬୨ଟିର ତୁରନ୍ତ ସମାଧାନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଓଡ଼ଗାଁଠାରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ। ଆଜିର ଶିବିରରେ ମୋଟ ୧୨୫ଟି ଅଭିଯୋଗପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ୯ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ, ୧୧୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୧ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସମ୍ପର୍କିତ ଆବେଦନ ରହିଥିଲା। ପ୍ରଶାସନର ତତ୍ପରତା ଫଳରେ ଶିବିରରେ ହିଁ ୬୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି ଜନଅଭିଯୋଗ ଶୁଣାଣି…
Read Moreଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ବ୍ଲକ ଶିକ୍ଷାଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଥିବାରୁ ସୋମବାର ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଥିଲେ। ଶିକ୍ଷକ ପଦବୀ ପୂରଣ ଦାବିରେ ସେମାନେ ଗାତେରି ନିକଟରେ ମହିପୁର–ବାହାଡ଼ାଝୋଲା ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ। ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ସୂଚନା ଅନୁସାରେ, ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଯୋଗଦାନ ପରଠାରୁ ଗତ ତିନି ବର୍ଷ…
Read More