ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଲେ ନୟାଗଡ଼ବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଆଜି “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ସିଧା ପ୍ରସାରଣ (ଲାଇଭ୍ ଟେଲିକାଷ୍ଟ) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷର ଶାସନକାଳୀନ ସଫଳତା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ରାଜ୍ୟର ଭବିଷ୍ୟତ ବିକାଶ ଦିଗ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଭିତ୍ତିଭୂମି ବିକାଶ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ପୌରପରିଷଦର ବହୁ କାଉନସିଲର, ମୁନିସିପାଲିଟି ଅଞ୍ଚଳର ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

ସିଧା ପ୍ରସାରଣ ମାଧ୍ୟମରେ ଉପସ୍ଥିତ ଅତିଥି ଓ ସାଧାରଣ ଲୋକମାନେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ଓ ବିକାଶମୂଳକ ଅଭିଯାନ ସମ୍ପର୍କରେ ଅବଗତ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ବ୍ୟକ୍ତିବିଶେଷମାନେ ରାଜ୍ୟର ବିକାଶ ଧାରାକୁ ଆହୁରି ସୁଦୃଢ଼ କରିବା ଦିଗରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।

Related posts