ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକର କୁରାଳ ଗ୍ରାମ ପଂଚାୟତ ସୁବୁଦ୍ଧି ସାହି ନିବାସୀ ନିରଞ୍ଜନ ପାଣିଗ୍ରାହୀଙ୍କ ଏକମାତ୍ର କନ୍ଯା ମିନୁ ପାଣିଗ୍ରାହୀଙ୍କ ସଂସ୍କୃତିର ଶ୍ରୀମଦ୍ ଭଗବତ୍ ଗୀତାର ଦ୍ୱିତୀୟ ଅଧ୍ଯାୟ ସାଂଖ୍ୟ ଯୋଗ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସ୍ୱର୍ଣ୍ଣ ପଦକ ହାସଲ କରି ନୟାଗଡ଼ ଜିଲ୍ଲାକୁ ତଥା ଓଡିଶାକୁ ଗୌରବାନ୍ୱିତ କରିଛନ୍ତି। ନୟାଗଡ଼ ମାଟିର ଏହି କୃତି ସନ୍ତାନ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ଖୁସି ଖବର ଜିଲ୍ଲା ତଥା ଓଡ଼ଗାଁ ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିବାରୁ ଆଜି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କୁରାଳସ୍ଥିତ ମିନୁଙ୍କ ଘରକୁ ଆସି ତାଙ୍କ ପିତାମାତାଙ୍କୁ ଶୁଭେଛା ଜଣାଇ ସ୍ୱର୍ଣ୍ଣପଦକ ପ୍ରାପ୍ତ ମିନୁ ପାଣିଗ୍ରାହୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିବା ସହ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ଏଥରେ ଓଡ଼ଗାଁ ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ସୋସିଆଲ ମିଡିଆ ସେଲ୍ ଅଧ୍ଯକ୍ଷ ଦିଲ୍ଲୀପ୍ କୁମାର ବିଶୋଇ, କୁରାଳ ପଂଚାୟତ କଂଗ୍ରେସ ସଭାପତି ଗଣପତି ପଲେଇ ଏବଂ ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ମିନୁଙ୍କ ବାପା ନିରଞ୍ଜନ ପାଣିଗ୍ରାହୀ ଜଣେ ମାନସିକ ବିକଳାଙ୍ଗ ଥିବାରୁ ତାଙ୍କର କାକା ଲିଙ୍ଗରାଜ ପାଣିଗ୍ରାହୀ ମିନୁଙ୍କ ସଫଳତାର ଶ୍ରେୟ ଥିବା ବାଷ୍ପରୁଦ୍ଦ କଣ୍ଠରେ ମିନୁ କହିଛନ୍ତି।
Related posts
-
ରୋଟାରୀ କ୍ଳବ୍ ର ନୂଆ ଆମ୍ବୁଲାନ୍ସ ସେବା ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମାଜ ସେବାରେ ସମର୍ପିତ ହେଲା ଆଉ ଏକ ନୂତନ ରୋଟାରୀ... -
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୮ରେ ରଣପୁର ବ୍ଲକ ଅଡିସନ
ରଣପୁର,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ... -
ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି
December 1, 2024 Jajati Comments Off on ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛିଦଶପଲ୍ଲା, (ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲାସ୍ତରୀୟ ସମାବେଶ ଦଶପଲ୍ଲା ସ୍ଥିତ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି।...