ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ଵାଣିଗୋଚ୍ଛା ଥାନା ବିଡାପାଜୁ ଗ୍ରାମରେ ଦେଖା ଦେଇଛି ଏହି ଘଟଣା ଆଜି ସନ୍ଦ୍ୟା ସାଢେ ପାଞ୍ଚଟା ବେଳେ ହରିଶ୍ଚନ୍ଦ୍ର ବାଘଙ୍କ ପୁଅ ଅର୍ଜୁନ ବାଘ (35) ନିଜ ସ୍ତ୍ରୀ ଧରିତ୍ରୀ ବାଘ କୁ ଏକ ଧାରୁଆ ଟାଙ୍ଗିଆ ରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ସ୍ତ୍ରୀ ର ମୁଣ୍ଡକୁ ଏକ ବ୍ୟାଗ ସାହାଯ୍ୟ ରେ ଧରି ଵାଣିଗୋଚ୍ଛା ଥାନାରେ ଆତ୍ମ ସମର୍ପଣ କରିଛି। ପତ୍ନୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିବା ଘଟଣା ପରେ ବାଣୀଗୋଛା ପୋଲିସ୍ ଅର୍ଜ୍ଜୁନକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି। ଅର୍ଜୁନ ଓ ଧରିତ୍ରୀର ଦୁଇ ଗୋଟି ଶିଶୁପୁତ୍ର ଅଟନ୍ତି। ଜଣେ ୪ବର୍ଷର ଏବଂ ଅନ୍ୟ ଜଣେ ୩ମାସର କମଳ ମତି ଶିଶୁ। ନିଷ୍ଠୁର ଭାବେ ସବୁକିଛି ଭୂଲି ନିର୍ମମ ଭାବେ ନିଜ ସ୍ତ୍ରୀ’କୁ ହତ୍ୟା କରିଦେଇଛି। ଯାହାକି ସେହି ଅଂଚଳ ରେ ଏକ ଚର୍ଚାରବିଷୟ ହୋଇ ପଡିଛି । ଅର୍ଜୁନଙ୍କ କହିବା ନୁସାରେ ସ୍ତ୍ରୀ’ର ପରକ୍ରିୟା ପର ପ୍ରୀତିକୁ ସଂନ୍ଦେହକରି ହତ୍ୟା କରିଥିବା ସ୍ୱୀକାର କରିଛି। କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେଥିନେଇ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।
ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ
