ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡିପଡା ଠାରେ ପ୍ରତିଷ୍ଠିତ +୨ କଳା ଓ ବିଜ୍ଞାନ ଶିକ୍ଷାନୁଷ୍ଠାନ ଚାଣ୍ୟକ ଏକାଡେମୀର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାବିତ ଦୀନବନ୍ଧୁ ମହାପାତ୍ର ଙ୍କ ପୌରହିତରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପକ ସରୋଜ କୁମାର ରଥ ବଉଳିସାହି କଲେଜ ମୁଖ୍ୟଅତିଥି, ସମାଜସେବୀ ଶିକ୍ଷାବିତ ପରମାନନ୍ଦ ସ୍ୱାଇଁ,ଶିକ୍ଷାବିତ ବିଭୁପ୍ରସାଦ ସାହୂ ,ସୁନାମଧନ୍ୟ ଶିକ୍ଷକ ପ୍ରିୟରଞ୍ଜନ ସାମନ୍ତ ସିଂହାର ସଂମାନିତ ଅତିଥିଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନକୁ ଉତ୍ତମ ଶିକ୍ଷାଲାଭ କରି ସମାଜ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ ।ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରାଯାଇଥିଲା ।ଅନୁଷ୍ଠାନର ଉପଦେଷ୍ଟା ରାଜେଶ କୁମାର ଷଡଙ୍ଗୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉତରୀୟ ଓ ମାନପତ୍ର ଦେଇ ସ୍ୱାଗତ କରାଯାଇଥିଲା ।ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ପରେ ସମ୍ପାଦକ ପ୍ରଶାନ୍ତ କୁମାର ସାହୂ ବିବରଣୀ ପାଠ କରିଥିଲେ ।ଅନୁଷ୍ଠାନର ଗୁରୁଜୀ ଗୁରୁମା ମାନକୁ ଉତରୀୟ ଓ ମାନପାତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଭାଗରେ କୃତୀ ଲାଭ କରିଥିବା ଛାତ୍ରଛାତ୍ରୀ ମ।ନଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା । ଚ।ଣ୍ୟକ ଏକାଡେମୀ ର ଶୁଭ ଚିନ୍ତକ ତଥା ସୁ ପରାମର୍ଶ ଦାତାଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ବିଜୟ କୁମାର ସାହୂ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ଏକ ବର୍ଣ।ଢ଼ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ନୁର୍ତ୍ୟ ପ୍ରଦର୍ଶନ କରିଥିଲେ ।ଶହଶହ ଦର୍ଶକ ଏହାକୁ ଉପଭୋଗ କରିଥିଲେ ।ଏହାକୁ ଅନୁଷ୍ଠାନର ଗୁରୁଜୀ ଗୁରୁମା ମାନେ ପରିଚାଳନା କରିଥିଲେ ।
Related posts
-
ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ...