ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଲଡୁକେଶ ଆଥେଲଟିକ ଅସୋସିଏସନ ଆନୁକୂଲ୍ୟରେ ସାତଦିନ ବ୍ୟାପି ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣ।ମେଣ୍ଟର ଆଜି ଶେଷ ଦିନର ଫାଇନାଲ ମ୍ୟାଚ ଜଗା ଇଉନ।ଇଟେଡ଼ କ୍ଲବ ଭୁବନେଶ୍ୱର ସହିତ ଏଜି ରିକରେସନ କ୍ଲବ ଭୁବନେଶ୍ୱର ସହିତ ହୋଇଥିଲା । ଆଜି ର ଚିତାକର୍ଷକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ ପ୍ରଥମ।ର୍ଦ୍ଧାରେ ଜଗା ଇଉନ।ଇଟେଡ଼ ଦଳ ତିନୋଟି ସ୍କୋର ମାରିଥିବା ବେଳେ ଏଜି ରିକରେସନ ଦଳ କୌଣସି ଗୋଲ ଦେଇପାରିନଥିଲେ ।ଖେଳର ଦ୍ୱିତୀୟ।ର୍ଦ୍ଧାରେ ଅତି ଚମତ୍କାର ଭାବରେ ଏଜି ରିକରେସନ ଦଳ ତିନୋଟି ଗୋଲ କୁ ସୁଝାଇ ଦେଇ ଉଭୟ ଦଳ ତିନି ତିନି ସ୍ଥିତିରେ ରହିଥିଲେ ।କିନ୍ତୁ ଖେଳର ଶେଷ ମୁହୂର୍ତ୍ତରେ ଜଗା ଇଉନ।ଇଟେଡ଼ ଦଳ ଲାଗ ଲାଗ ଆଉ ଦୁଇଟି ଗୋଲ ସ୍କୋର କରିଥିଲେ ।ଏହି ଉତ୍କଣ୍ଠା ପୂର୍ଣ୍ଣ ଖେଳରେ ଏଜି ରିକରେସନ ଦଳ ତିନୋଟି ଗୋଲ ସ୍କୋର କରିଥିବା ବେଳେ ଜଗା ଇଉନ।ଇଟେଡ଼ ଦଳ ପାଞ୍ଚଟି ଗୋଲ ସ୍କୋର କରି ଦୁଇ ଗୋଲରେ ଆଗୁଆ ରହି ବିଜୟ ଲାଭ କରି ବିଜେତା ଟ୍ରଫି ହାସଲ କରିଥିବା ବେଳେ ଏଜି ରିକରେସନ ଦଳ ରନର୍ସ କପ ହାସଲ କରିଛନ୍ତି ।ଆଜିର ଖେଳକୁ ରାଜୁ ମହାନ୍ତି ରେଫରି ଖେଳ ପରିଚାଳନା କରୁଥିବା ବେଳେ ଲାଇନିରେ ପ୍ରସନ୍ନ କୁମାର ନାୟକ,ସଚିକାନ୍ତ ଦାସିଆ ଓ ଅଶୋକ କଂହର ସହଯୋଗ କରିଥିଲେ । ଆଜିକାର ଖେଳରେ ସ୍ଥାୟୀ ସଭାପତି ମାନ୍ୟବର ବିଧାୟକ ରଣପୁର ସତ୍ୟନାରାୟଣ ପ୍ରଧାନ ଅଧକ୍ଷତାରେ ଅୟୋଜିତ ସଭାରେ ମାନ୍ୟବର ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ମୁଖ୍ୟ ଅତିଥି ଓ ଡ଼ଃ ଅରୁଣ କୁମାର ସାହୂ ବିଧାୟକ ନୟାଗଡ଼, ରମେଶ ଚନ୍ଦ୍ର ବେହେରା ବିଧାୟକ ଦଶପଲ୍ଲା ,ଇଂ ଦେବାଶିଷ ମହାନ୍ତି ଜିଲାପରିଷଦ ଅଧକ୍ଷ ନୟାଗଡ଼ ଜିଲ୍ଲା, ପ୍ରଭାତ କୁମାର ଦଳବେହେରା ଭାଇସି ଚେୟାରମ୍ୟାନ ରଣପୁର ବ୍ଲକ ପ୍ରଭୁତି ସଂମାନିତ ଅତିଥିଭାବରେ ଯୋଗ ଦେଇ ଖେଳାଳି ମାନକୁ ଉତ୍ସାହିତ କରିଥିଲେ । ଲଡୁକେଶ ଆଥେଲଟିକ ଅସୋସିଏସନ ର କର୍ମକର୍ତ୍ତା ଓ ସଦସ୍ୟ ମିନାକ୍ଷୀ ପ୍ରସାଦ ସାହୂ ସରପଞ୍ଚ ସରଣକୁଳ, ବୈକୁଣ୍ଠ ନାଥ ସିଠ, କୃଷ୍ଣଚନ୍ଦ୍ର ମହାପାତ୍ର, ଜଗବନ୍ଧୁ ସାହୂ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ପ୍ରଶାନ୍ତ କୁମାର ଦାଶ, ମନୋରଞ୍ଜନ ଦାଶ, ଶିଵ ପୁଷ୍ପାଳକ ପ୍ରଭୁତି ଖେଳକୁ ପରିଚାଳନା କରୁଥିବା ବେଳେ ଯୁବ ସ୍ବେଚ୍ଛାସେବୀ ଉମାପ୍ରସ।ଦ ସାହୂ, ସଚ୍ଚିଦାନନ୍ଦ ମହାପାତ୍ର, ପ୍ରତାପ ମହାପାତ୍ର, ଅଖିଳ ମହାପାତ୍ର ପ୍ରଭୁତି ସାତ ଦିନଧରି ସମ୍ପୂର୍ଣ ସହଯୋଗ କରିଥିଲେ ।ପ୍ରତିଦିନ ଖେଳର ଶ୍ରେଷ୍ଠ ଖେଳାଳିଙ୍କୁ ଜନସଂଗ୍ରାମ ପ୍ରେସ ଶରଣକୁଳ ଦ୍ୱାରା ୧୧୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। ବିଜେତା ଦଳକୁ ଟ୍ରଫି ସହିତ ୩୦’୦୦୦ ଟଙ୍କା ଓ ରନର୍ସ ଦକକୁ ଟ୍ରଫି ସହିତ ୨୦’୦୦୦ ଟଙ୍କା ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଗଲା । ଆଜିର ଖେଳରେ ଜଗା ଇଉନ।ଇଟେଡ଼ ଦଳର ଛଅ ନମ୍ବର ଜର୍ସି ଖେଳାଳି ଶ୍ରେଷ୍ଠ ଖେଳାଳି ଭାବରେ ୧୧୦୦ ଟଙ୍କା ଓ ଟ୍ରଫି ଲାଭ କରିଛନ୍ତି ।ଆଜିର ଫାଇନ।ଲ ମ୍ୟାଚ ଦେଖିବା ପାଇଁ ପ୍ରାୟ ୫୦,୦୦୦ ଦର୍ଶକଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା ।ବିଶେଷ ଖବର ହେଲା ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ମହିଳା ଦର୍ଶକ ଖେଳ ଦେଖିବାକୁ ଉପସ୍ଥିତ ଥିଲେ । ଆଜିର ସଂଘର୍ଷ ପୂର୍ଣ୍ଣ ଚିତାକର୍ଷକ ଖେଳକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।
