ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?
ଗାଁ ମୁଣ୍ଡ ବରଗଛ ତଳ ଚାନ୍ଦିନୀରେ ଶୋଇବାକୁ ଖରାଦିନ ଚାରିମାସ ବହୁତ ଭିଡ । ଘରେ କାହାର ରହିବାକୁ ଇଚ୍ଛା ହୁଏନି । ଛୁଆଠାରୁ ବୁଢ।।ଏ ସମସ୍ତେ ଦଶଟାରୁ ଅଖା କି ଶପ ଖଣ୍ଡେଖଣ୍ଡେ କାଖରେ ଯାକି ସେଠି ହାଜର । ଘଂଚ ବରଗଛର ବହଳ ଅନ୍ଧାରୁଆ ଛାଇକୁ ନଦୀପଠାରୁ ପାଣିଉପର ଦେଇ ଆସୁଥିବା ସୁଲୁସୁଲିଆ ଥଣ୍ଡା ପବନ ନିଦମାଉସୀକୁ ଡାକିଆଣେ । ଯିବା ଆସିବା ଲୋକ ଘଡିଏ ବସିଗଲେ ଢୁଳାଇବାକୁ ଆରମ୍ଭ କରନ୍ତି । ମଫସଲଲୋକଙ୍କର ଗାଁ ଗଣ୍ଡାରେ ଆଉ ଆଜିକାଲି ବିଶେଷକିଛି କାମନାହିଁ । ଟଙ୍କିକିଆ ଚାଉଳର ବାସିପଖାଳ ଅମୃତପରିକା ଲାଗୁଛି । ସାଙ୍ଗରେ କୋଳିଖଟ୍ଟା କି ଆମ୍ବୁଲ ଫାଳକୁ ଧାନୁଆ କଂଚାଲଙ୍କା ଲୁଣଦେଇ ଦଳିଦେଲେ ବେଲାଏ ଦେଢବେଲା ଉଠିବାକୁ ଭାରି ସହଜ । “ବାହ୍ୟ ମଳମୁକ୍ତ ଗାଁ” ବୋଲି ଗାଁ ବାହାରେ ଫଳକ ଲାଗିଛି, ହେଲେ ସଞ୍ଜସକାଳେ ଯଦି କେହି ସେହି ଚାନ୍ଦିନୀ ଉରେ ବସି ଢାଳଧରି ପଠା ତଳକୁ ଶୌଚପାଇଁ ଗଡୁଥିବା ସ୍ତ୍ରୀ ପୁରୁଷଙ୍କୁ ଗଣିବ ତେବେ ତାକୁ ଗାଁ ଜନସଂଖ୍ୟାର ସଠିକ୍ ହିସାବ ମିଳିଯିବ । ସରକାରୀ ନଥିପତ୍ରରେ ସବୁଘରେ ଶୌଚାଳୟ ଅଛି ତ ସେଥିାଇଁ ସରପଂଚ ସେପରି ବୋର୍ଡ ଲଗେଇ ତା’ ଅଧିନରେ ଥିବା ସତରଟି ଗାଁରୁ ବାରଟି ଗାଁ ବାହ୍ୟ ମଳମୁକ୍ତ ବୋଲି ଡେଙ୍ଗୁରାପିଟି ପାଳଗଦାରେ ଚଢି ଉଚ୍ଚାହେଉଛି । କିଛିକିଛି ଶୌଚାଳୟରେ ତଳେ ଟାଙ୍କି ବି ଗଢାଯାଇନି । କେବଳ ଫଟୋ ଉଠାଯାଇ ବ୍ଲକ୍‌ରୁ ପଇସା ଆଣିବାପାଇଁ ଯେତିକି କାନ୍ଥ ଦରକାର ସେତିକି ତିଆରି ହୋଇ ପଲସ୍ତରା ଉପରେ ରଙ୍ଗ ମରାଯାଇଛି । ଯାହାହେଉ ଗୋଟେ ଖୁସି ଆଉ ।
ମହିଆନା ବରଗଛ ତଳ ଶନିମନ୍ଦିର ପୂଜାକରେ । ନଅଟାବେଳକୁ ଖାଇି ଢାଳେ ପାଣିନେଇ ଆସି ଶନିଦେବଙ୍କ ପାଖରେ ଫୁଲାପାଣି ଟିକେ ଛିଂଚି ବରଗଛ ଖୋଲରେ ଗେଂଜିଥିବା ଜରି ଚାନ୍ଦିନୀରେ ବିଛେଇ ଫ୍ରଥମ ଘୁଂଗୁଡି ମାରେ । ତାକୁ ଘଡିଏ ନିଦହୋଇ ଭାଙ୍ଗିଲାପରେ ବେପ ଫୁଲନା ଗଜି ବିଜୟ ତାସମୁଠା ଆଣି ଏଗାର ସାଢେ ଟଏଗାରଟାରେ ସେଠି ପହଁଚନ୍ତି । ଆଜି କିନ୍ତୁ ସିଏ ଦେଖୁଛି ତାର ଦୈନିଦିନ ଶୋଇବା କ’ଣ ଜାଗାରେ ଜଣେ ବାଆଜି ବସି ଥକା ମେଂଟାଉଛି । ଲାଗୁଛି ବହୁତ ଦୂରରୁ ଚାଲିଚାଲି ଆସିଛି । ମୁହଁରେ ଦାଢି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି ବହୁତଦିନ ଧରି ଅକଟା ଅଛି । ଛାତି ପଞ୍ଜରାହାଡ ଗଣି ହେଉଛି । ଅନୁମାନ ହେଉଛି କେତେଦିନରୁ କିଛି ଖାଇନି, ବୋଧହୁଏ ତାକୁ ଶୋଷ ହେଉଛି । କରୋନା କାଳରେ କାହାପାଖକୁ ଯାଇ ଭଲମନ୍ଦ ପଚାରିବାକୁ କାହାର ସାହସ କୁଳଉନି । ତଥାପି ମହିଆନା ମଣିଷପଣିଆ ଦେଖେଇଲା । ଶନି ମହାରାଜଙ୍କ ପୂଜାଛାଡି ସେ ବୁଢା ବାଆଜି ପାଖକୁ ଯାଇ ନିଜମୁହଁରେ ଗାମୁଛାକୁ ତୁଣ୍ଡିଭିଡି ପଚାରିଲା, ପାଣି ପିଇବ?’

  • ନା ।
  • ଦାଣ୍ଡକୁଅ ଥଣ୍ଡା ପାଣି, ପଇଡ ପାଣି ପରି ସୁଆଦ । ଆଞ୍ଜୁଳା କର, ମୁଁ ଢାଳୁଛି । ପାଣିକୁ ମନା କରନ୍ତିନି ।
  • ଓଃ.. ଓଃ.. ସତରେ ପଇଡପାଣି ଲାଗୁଛି । ତମଘର ଏଇ ଗାଁରେ?
  • ହଁ ।
  • ଏଠି କେତେଦିନ ହେଲା ରହୁଛ?
  • ବାପଅଜା ଚଉଦ ପୁରୁଷରୁ । କାହିଁକି ? କ’ଣ ପାଇଁ ଏମିତି ପଚାରୁଛ?
  • ନାଇଁ ମ ! ସେମିତି କିଛି ନାହିଁ । ମୁଁ ଦି’ଜଣଙ୍କୁ ଛଅସାତ ବର୍ଷହେଲା ଖୋଜୁଛି । ଏବେଯାଏ ସେମାନଙ୍କର କିଛି ଖବରଅନ୍ତର ପାଇନି ।
  • କ’ଣ ତାଙ୍କ ନାଁ?
  • ଅଚ୍ଛେଦିନ୍ ଓ ବିକାଶ ।
  • ସେମାନେ କ’ଣ ଦୁଇ ଭାଇ!
  • ଭାଇ ନୁହଁନ୍ତି, କିନ୍ତୁ ଦୁହିଁଙ୍କ ଭିତରେ ବହୁତ ନିବିଡ ସମ୍ପର୍କ । ଜଣକୁ ଛାଡି ଅନ୍ୟଜଣେ ଗୋଟିଏ ମୁହୂର୍ତ ବି ରହିପାରେନା ।
  • ସେମାନେ କୋଉଠିକାର?
  • ଗୁଜୁରାଟ ରାଜ୍ୟର । ପ୍ରଥମେ ଗୁଜୁରାଟ ଗାନ୍ଧୀନଗରରେ ଜନ୍ମହୋଇ କଲେଜଯାଏ, ମାନେ କୋଡିଏ ପଚିଶବର୍ଷ ପର୍ଯ୍ୟନ୍ତ ସେଠି ବଢିଥିଲେ ବୋଲି ଅନେକ କୁହାକୁହି ହୁଅନ୍ତି । ୨୦୧୪ରୁ ଗୁଜୁରାଟ ଛାଡି ଦିଲ୍ଲୀ ଆସିଲେ । ଦୁଇବର୍ଷ ଫୁନ୍‌ଫାନ୍ କରୁଥିଲେ, ଭଲରେ ଚଳୁଥିଲେ । ତାପରେ ଗାୟେବ । ମୁଁ ଦୁଇହଜାର ଅଠର ମସିହା ଯାଏ ଅପେକ୍ଷା କରି ତାଙ୍କୁ ଖୋଜିବାକୁ ବାହାରି ପ୍ରଥମେ ଦିଲ୍ଲୀ, ତାପରେ ହିମାଚଳ ଉତର ପ୍ରଦେଶ, ମଧ୍ୟପ୍ରଦେଶ କେତେ କୁଆଡେ ଖୋଜିଲିଣି । କୋଉଠି ପାଉନି । ଜଣେ କହିଲା ପୂର୍ବୋତ୍ତପର ରାଜ୍ୟମାନଙ୍କରେ ଥିବେ । ସିଆଡେ ପାହାଡପର୍ବତ ଚାଲିଚାଲି ମୋ ପାଦରେ ଛାଲ ପଡିଗଲା, ହେଲେ ତାଙ୍କୁ କୋଉଠି ପାଇଲିନି । ତାପରେ ପଶ୍ଚିମବଙ୍ଗ ଦେଇ ଓଡିଶାରେ ପଶି ବହୁତ ଦିନ ହେଲା ଖୋଜୁଛି । ଜଣେ କହିଲା ପୁରୀ ପଳା । ପୁରୀ ଯାଇ ଦେଖିଲି ମନ୍ଦିର ବେଢାରେ ଜଣେ ନନା କାନ୍ଦୁଛି । ସେ ଦିଜଣ ତାକୁ ଠକି ମାସେତଳେ କୁଆଡେ କୋଣାର୍କ ପଳେଇଛନ୍ତି । ମୁଁ କୋଣାର୍କ ପହଁଚିଲା ପରେ ଜାଣିଲି ପନ୍ଦରଦିନ ତଳେ ତୁମ ରାଜ୍ୟର ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଆଡକୁ ଆସିଥିଲେ । ତାପରେ ଏମିତି ଚାଲିଛି । ହେଲେ ଏବେ ଯାହାସବୁ ରାସ୍ତାରେ ଦେଖିଲି ମୋତେ ଲାଗୁଛି ସିଏ ଏପଟ ଦେଇ ଆସିନଥିବେ । ମୁଁ ବୋଧହୁଏ ବାଟବଣା ହୋଇସାରିଛି, ତା’ଙ୍କୁ ଆଉ ପାଇବିନି ।
  • ନିରାଶ ହେଉଛନ୍ତି କାହିଁକି! ଜଗନ୍ନାଥ ଚାହିଁଲେ ସେମାନେ ତୁମକୁ ନିଶ୍ଚିତ ମିଳିବେ ।
  • ହଁ ପୁଅ । ଏତେବେଳେ ଲକ୍ଷେ ଟଙ୍କାର କଥାଟିଏ କହିଲ । ଜଗନ୍ନାଥ ଚାହିଁଲେ ସେମାନେ ମୋତେ ମିଳିବେ, ନହେଲେ ନାହିଁ । ମୋଦୀ ନବିନା କି ଭାଇ ଦାଦା ଚାହିଁଲେ କିଛି ହେବାର ନାହିଁ । ଜଗନ୍ନାଥ ଚାହିଁବା ଦରକାର । ହେଲେ ସିଏ କାହିଁକି ଚାହିଁବ? ତାକୁ ଆମେ ଓପାସ ରଖୁଛେ, ତା ନୀତିକ୍ରାନ୍ତିରେ ବିଳମ୍ବ କରୁଛେ । ତା ମନ୍ଦିରରେ ମାଡଗୋଳ ଲାଗି କାଠପାଳିଆରେ ମୁଣ୍ଡ ଫଟାଫଟି ହେଉଛେ । ଏତେ ପରେ ବି ଆମେ କହୁଛେ ସିଏ ଚାହୁଁ । ଆମ ପାଖକୁ ଅଚ୍ଛେଦିନ୍ ଓ ବିକାଶ ଫେରନ୍ତୁ । କେହି ତ ଭାବୁନ ସିଏ କାହିଁକି କ’ଣ ପାଇଁ ଚାହିଁବ?
  • ତୁମେ ବି କ’ଣ ମଉସା ସେ ଆଡର! ମାନେ ଗୁଜୁରାଟ ରାଜ୍ୟର ବାସିନ୍ଦା?
  • ହଁ ପୁଅ । ବାଆଜି ଲୋକଙ୍କର ଘରଘାଟ ତ ନଥାଏ । ତଥାପି ମୋର ଆଶ୍ରମଟିଏ ଅଛି । ୧୯୪୭ରେ ଜନ୍ମ ହୋଇ ୧୯୫୦ରେ ଖଡି ଛୁଇଁଥିଲି । ଭାବିଥିଲି ପଚାଶ ଷାଠିଏ ବୟସ ହେଲାବେଳକୁ ବିଶ୍ୱପ୍ରସିଦ୍ଧ ହୋଇ ନାଁକରା ତିସ୍‌ମାର୍କା ହୋଇ ଚମିକିବି ବୋଲି, କିନ୍ତୁ ଆଜି ଚଉସ୍ତରି ବର୍ଷରେ ମୋର କି ଦୁର୍ଦ୍ଦଶା ଦେଖ୍ । ଅଚ୍ଛେଦିନ୍ ଓ ବିକାଶକୁ ଖୋଜିଖୋଜି ନୟାନ୍ତ ।
  • ମଉସା! ତୁମ ନିଜର ଅସୁବିଧା କ’ଣ?
  • ଆରେ ପୁଅ! ଗୋଟାଏ ହେଲେ ସିନା କହିବି, ଅସଂଖ୍ୟ ଅସୁବିଧାଗୁଡା ଖଜୁରୀଗଛର ପାହାଚ ପରି ତଳୁ ଉପରଯାଏ ଲମ୍ବିଛି । ତା’ ଭିତରେ ଦୁଇବର୍ଷ ହେଲା ଯେଉଁ କରୋନା ଭୂତାଣୁ ଗ୍ରାସିଲା, ଆଉ ଥଳକୂଳ ମିଳୁନି । ବେଳେବେଳେ ମୋତେ ଲାଗୁଛି ସେ ଦିଜଣଙ୍କର କାଳ ହୋଇଗଲାଣି ବୋଧେ । ସେଗୁଡା ଭୀମଅର୍ଜୁନ ପରି ବଳୁଆ ଷଣ୍ଢଗୁଡା । ବହୁତଦିନ ଅଜ୍ଞାତବାସରେ ରହି ପାରିବେନି । ବଂଚିଥିଲେ ନିହାତି ତାଙ୍କର ଖବର ଦୂରଦର୍ଶନରେ ଦେଖିବାକୁ ମିଳନ୍ତା କି କାଗଜରେ ଛପନ୍ତା । କରୋନାର ପ୍ରଥମ ଢେଉରେ ତାଙ୍କୁ କରୋନା ଯଦି ଗ୍ରାସିଥିବ ବଂଚି ଯାଇଥିବେ, ହେଲେ ଏ ଦ୍ୱିତୀୟ ଢେଉରୁ ରକ୍ଷାପାଇବା ମୋଟେ ସମ୍ଭବ ନୁହେଁ । ବଡ ବଡିଆଙ୍କୁ ଅକ୍ସିଜେନ୍ ମିଳୁନି, ତାଙ୍କୁ କିଏ ଦେବ?
  • ନକାରତ୍ମକ ଭାବନାକୁ ଦୂରେଇ ଆପଣ ଖୋଜାଖୋଜି ଜାରି ରଖନ୍ତୁ, ନିଶ୍ଚୟ ଦିନେ ନା ଦିନେ ସେମାନେ ମିଳିବେ ।
  • ମନକୁ ବୁଝେଇବା କଥା । ସତ୍ୟଯୁଗରେ ଆୟୁଷ ଶହେ କୋଡିଏ ଥିଲା, ଏବେ ତ ଷାଠିଏ । ଅଧା କମିଲାଣି, କିନ୍ତୁ ତିରିଶ ବର୍ଷିଆ ଭେଣ୍ଡିଆ ଗୁଡା ଅକ୍ସିଜେନ୍ ଅଭାବରୁ ଠକ୍ ଠାକ୍ ମରିଯାଉଛନ୍ତି । ସମସ୍ତେ ଭାରତର ନେତୃବୃନ୍ଦଙ୍କୁ ଏତେ ପ୍ରଶଂସା କରୁଥିଲେ, ହେଲେ ଶେଷରେ ଆମକୁ ନିଶ୍ୱାସ ନେବାପାଇଁ ଅକ୍ସିଜେନ୍ ପାଇଁ ଭିକ୍ଷା କରିବାକୁ ପଡୁଛି । ଏପାଇଁ ଜଣଙ୍କର ବି କାହାର ଦୂରଦୃଷ୍ଟି ସେ ଯାଏ ପହଁଚିଲାନି । ପବନ ପାଣି ଅଭାବରୁ ଯେଉଁଠି ଲୋକଗୁଡା ପୋକମାଛି ପରି ମରିଯିବେ, ସେଠି ଆମେ ସେ ଅକାଳକୁଷ୍ମାଣ୍ଡ ଅଚ୍ଛେଦିନ୍ ଓ ବିକାଶକୁ ଖୋଜିବାରେ ସମୟନଷ୍ଟ କରିବା ଆଦୌ ବୁଦ୍ଧିମାନର ପରିଚାୟକ ନୁହେଁ । ଅବଶ୍ୟ ବାହାଘର ବେଳେ ବାଇଗଣ ଋଆ ଚାଲିଛି, ଗୁଡିଏ କଳକାରଖାନା ଅକ୍ସିଜେନ୍ ତିଆରି ପାଇଁ ଏବେ ବସିଲାଣି । ହେଲେ ରାଜଧାନୀ ଦିଲ୍ଲୀକୁ ଅଧାକୋଟା ମିଳିଲା ବେଳେ ଓଡିଶାପରି ରାଜ୍ୟ ଯଦି ଅଭାବରେ ପଡିବ, ଏକଚୌଥା ମିଳିବା ବି କଷ୍ଟ । କିନ୍ତୁ ଏଥିରେ ଓଡିଶା ଆଠଟି ରାଜ୍ୟିବେ, ସେଠି ଆମେ ସେ ଅକାଳକୁଷ୍ମାଣ୍ଡ ଅଚ୍ଛେଦିନ୍ ଓ ବିକାଶକୁ ଖୋଜିବାରେ ସମୟନଷ୍ଟ କରିବା ଆଦୌ ବୁଦ୍ଧିମାନର ପରିଚାୟକ ନୁହେଁ । ଅବଶ୍ୟ ବାହାଘର ବେଳେ ବାଇଗଣ ଋଆ ଚାଲିଛି, ଗୁଡିଏ କଳକାରଖାନା ଅକ୍ସିଜେନ୍ ତିଆରି ପାଇଁ ଏବେ ବସିଲାଣି । ହେଲେ ରାଜଧାନୀ ଦିଲ୍ଲ୍‌ୀକୁ ଅଧାକୋଟା ମିଳିଲା ବେଳେ ଓଡିଶାପରି ରାଜ୍ୟ ଯଦି ଅଭାବରେ ପଡିବ, ଏକଚୌଥା ମିଳିବା ବି କଷ୍ଟ । କିନ୍ତୁ ଏଥିରେ ଓଡିଶା ଆଠଟି ରାଜ୍ୟପାଇଁ ସଙ୍କଟମୋଚକ ସାଜି ମାନବିକତାର ପରିଚୟ ଦେଇଛି ସତ ହେଲେ ଓଡିଶାବାସୀ ବଦଳରେ କିଛିଟା ଆଶାରଖିବା କଣ ଭୁଲ୍ କଥା! ଯେଉଁ ରାଜ୍ୟରେ ଯଦି ସେ ଦିଜଣ, ମାନେ ଅଚ୍ଛେଦିନ୍ ଓ ବିକାଶ ଲୁଚିଥାଆନ୍ତି ତେବେ ଓଡିଶାକୁ ପଠାଇବାରେ ସାହାଯ୍ୟ କରନ୍ତୁ । ଦେଶକୁ ସିନା ଚଉସ୍ତରି, ହେଲେ ଏ ରାଜ୍ୟକୁ ତ ପଂଚାଅଶି ବର୍ଷ ପୁରି ଗଲାଣି । ସେ ଦୁହିଁଙ୍କୁ ଓଡିଶାବାସୀ କେତେଦିନ ଆଉରି ଅପେକ୍ଷା କରିବେ?
  • ଆଉ ବେଶୀଦିନ ଲାଗି କାହାପାଖରେ ସମୟ ଅଛି? ଲାଗୁଛି କ୍ରମେକ୍ରମେ ଏମିତି ସତ୍ୟଯୁଗ ଚାଲିଆସିବ । ତାରେ ସେମାନେ ଯେଉଁଠି ବି ଥିବେ ବଳେବଳେ ଆସିବେ ।
    ଠିକ୍ ଅଛି ପୁଅ । ମୁଁ ବି ସେୟା ଭାବୁଛି, ସତ୍ୟଯୁଗ ଆସିଲେ ସେମାନେ ବଳେ ଆସିବେ । ଭାରତର କଥା ଏବେ ନକହିବା ଭଲ । ସବୁକ୍ଷେତ୍ରରେ ଅବସ୍ଥା ହାରାହାରି କିମ୍ବା ପଛୁଆ, ଶିକ୍ଷାକ୍ଷେତ୍ରରେ ତ ଶୋଚନୀୟ । ହାତଗଣତି ନେତା କେଇଟାଙ୍କୁ ବିଶ୍ୱାସ କରି ଜନତା ସିନା ଭୋଟଦେଲେ, ହେଲେ କିଛି ଟୁଡୁ, କିଛି ଫାଡୁ ପରିକା କେଇଟା ଭିକମଙ୍ଗା ଦୁର୍ନୀତିଖୋର ନେତା ଶାସନ କ୍ଷମତାରେ ରହିଲେ ଭାରତର ଭାଗ୍ୟାକାଶରେ ସୂର୍ଯ୍ୟ ଉଇଁବାକୁ ବିଳମ୍ବ ହେବାଟା ସ୍ୱାଭାବିକ୍ କଥା । ତେଣୁ ଯୋଉଗୁଡା ଅଛନ୍ତି, ସେମାନେ ନିଜ ନିଜ ଖମାର ଭରି ଦେଲେଣି । ଆଉ ରଖିବାକୁ ତାଙ୍କ ନିଜ ଖମାରରେ ଜାଗା ନାହିଁ । କଳିକାଳରେ ପରକୁ ବିଶ୍ୱାସ ନାହିଁ । ତେଣୁ ତାଙ୍କୁ ହିଁ ଦେଲେ ଦୁର୍ନୀତି କମ୍ କରିବେ । ଆମେ ପରିବର୍ତନ ନାଁରେ ଯୋଉଗୁଡାଙ୍କୁ ନୂଆରେ ନେତା ବାଛୁଛେ, ସେଗୁଡା ନିଆଁଗିଳି ବଡବଡ ଖାଲି ଅମାର ଭରିଲାବେଳକୁ ଅଚ୍ଛେଦିନ୍ ଓ ବିକାଶ ଆମଠାରୁ ଦୂରେଇ ଯାଉଛନ୍ତି । ମଣିଷ କ’ଣ ଯେ କରିବ କିଛି ଭାବିପାରୁନି । ପଶ୍ଚିମବଙ୍ଗର ଲୋକମାନେ ବୁଦ୍ଧିଆ, ବୁଦ୍ଧି ଶିଖେଇଲେ । ଆର୍‌ଏସ୍‌ଏସ୍ କାନ୍ଧରେ ନାଉହୋଇ କେତେ ରାସ୍ତା ମାପିବେ, ବିଜେପିକୁ ନିଜଘର ସଜାଡିବାକୁ ହେବ । ଫାଡୁଟୁଡୁ ପରି ଅଳିଆମାନଙ୍କୁ କାଢି ସଫା ନକଲେ ନୂଆଜାଗାରେ ଚେର କେମିତି ଗଳିବ? ବିନା ହିଂସାରେ ନିର୍ବାଚନ ସମ୍ଭବ ହେଉନି । ପ୍ରତି ନିର୍ବାଚନରେ ସାଧାରଣଜନତାଙ୍କ ଭିତରୁ ଦଶକୋଡିଏ ଜଣଙ୍କ ମୃତ୍ୟୁ ଅନିବାର୍ଯ୍ୟ ହେଲାଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସବୁଠାରୁ ଶିକ୍ଷିତ । ଆଇଆଇଟିୟାନ୍ ହେଲେ ବି ଅକ୍ସିଜେନ୍ ପାଇଁ ଗୁହାରଲଗେଇ ହଲ୍ଲା କରୁଛନ୍ତି, ଏଥିରୁ ସିଏ କେତେ ଦୂରଦୃଷ୍ଟି ସମ୍ପର୍ଣ୍ଣ କ’ଣ ଜଣାପଡୁନି! ଏବେ ତ ବଦଳି ଯାଇଛନ୍ତି, ନହେଲେ ମଫଲର୍ ଭିଡିକି ଜନ୍ତରମନ୍ତର ମୈଦାନରେ ମଂଚାଲଗେଇ ଆମରଣ ଅନସନ କରିଦେଇଥାନ୍ତେ । ଛାଡନ୍ତୁ ମଞ୍ଜକଥା ହେଲା ଜଗନ୍ନାଥ ଚାହିଁଲେ ହେବ, ଅନ୍ୟକାହାକୁ ଆଶାକରି କୁହୁଡି ପହଁରିଲେ ଆଣ୍ଠୁଗଣ୍ଠି ଛିଣ୍ଡି ଖଣ୍ଡିଆଖାବରା ହେବାଟି ସାର ସିନା ଅଚ୍ଛେଦିନ୍ କି ବିକାଶକୁ ଭେଟି ପାରିବାନି । ପୁଅ! ମୋ ଥକା ମେଂଟିଗଲା ମୁଁ ତା’ଙ୍କୁ ଖୋଜିବାକୁ ଚାଲିଲି । ହେଲେ କୁଆଡେ ଯିବି!
    ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?

ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍‌. ସିଭିଲ୍‌, ଏମ୍‌.ଟେକ୍‌.(ପରିବେଶ), ଏଲ୍‌ଏଲ୍‌ବି
ଏଲ୍‌-୧୭/୧୫, ପଂଚଶଖା ନଗର, ଡ଼ୁମୁଡ଼ୁମା, ଖଣ୍ଡଗିରି, ଭୁବନେଶ୍ୱର-୭୫୧୦୧୯,
ମୋ- ୯୪୩୯୧୨୮୦୫୦ / ୭୯୭୮୦୧୯୦୮୧

Related posts