
ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡିଓ ଭାବେ ଖଗେଶ୍ବର ପାତ୍ର ଯୋଗଦାନ କରିଛନ୍ତି । ସୂଚନା ଥାଉକି ଗଣିଆ ବ୍ଲକରେ ବିଡିଓ ଭାବେ ସିରିୟାଲ ଶୁଭ୍ର ପଟେଲ କାର୍ଯ୍ୟଭାର ତୁଲାଉଥିବାବେଳେ ତାଙ୍କୁ ପରଜଙ୍ଗ ବିଡିଓ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ପରଜଙ୍ଗ ତହସିଲଦାର ଖଗେଶ୍ଵର ପାତ୍ରଙ୍କୁ ଅବସ୍ଥାପିତ କରାଯାଇଛି। ସୋମବାର ନୂତନ ବିଡିଓ ପୂର୍ବତନ ବିଡିଓଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂତନ ବିଡିଓ କାର୍ଯ୍ୟଭାର ଗ୍ରହଣ କରିବା ପରେ ବ୍ଲକସ୍ତରୀୟ କର୍ମଚାରୀମାନଙ୍କ ସହିତ ସୌଜନ୍ୟମୂଳକ ପରିଚୟ ଆଦାନ ପ୍ରଦାନ କରାଯିବା ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉନ୍ନୟନ ବିଭାଗ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ନୂତନ ବିଡିଓଙ୍କୁ ଫୁଲ ତୋଡ଼ା ଦେଇ ସ୍ବାଗତ କରିଥିଲେ ।
