ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବ୍ଲକ ନିକଟସ୍ଥ ଇନଡୋର ଷ୍ଟାଡିୟମ ପରିସରରେ ଦୀନଦୟାଲ ଉପାଧ୍ୟାୟ କୌଶଲ ଯୋଜନା ମାଧ୍ୟମରେ ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ ବେରୋଜଗାର ଯୁବକ/ଯୁବତୀ କିପରି ନିଜେ ସ୍ୱାବଲମ୍ବନଶୀଳ ହୋଇ ପାରିବେ ସେ ନେଇ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ ଅତିରିକ୍ତ ବିଡ଼ିଓ କବିତା ମହାପାତ୍ରଙ୍କ ସମେତ ଓଡିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ଅବିନାଶ ଜେନା ଓ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଆରତୀ ମହାପାତ୍ର ମଞ୍ଚାସୀନ ଥିଲେ। ଏହି ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୫୭ ଜଣ ପଞ୍ଜିକରଣ କରିଥିଲେ।ଶିବିରରେ ବିଭିନ୍ନ ବର୍ଗର କର୍ମନିଯୁକ୍ତି ଓ ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସଂସ୍ଥା ଅଂଶଗ୍ରହଣ କରିଥିଲେ।ଦକ୍ଷତା ଅନୁଯାୟୀ ୮୬ ଜଣ ଯୁବକ ଯୁବତୀ ଏସଏମଓ,ଇଲେକ୍ଟ୍ରିସିଆନ, ଜିଡିଏ ଓ ପ୍ଲମ୍ବର ଭଳି ବିଭିନ୍ନ ବର୍ଗରେ ଚୟନ କରାଯାଇଥିଲା। ପରିଶେଷରେ ଗୋଷ୍ଠୀ ଜୀବିକା ସଂଯୋଜକ ସମୀର ରଞ୍ଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।
ଓରମାସ ପକ୍ଷରୁ ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ
