ଆଦିବାସୀ ଅଧ୍ୟୁଷିତ ଗ୍ରାମ ତୁଲୁବିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁଲୁବି ଗାଁରେ ପହଂଚିଛି ସ୍ବାସ୍ଥ୍ୟ ବିଭାଗ। ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ସହିତ କୋଭିଡ଼ ଟୀକା ଏବଂ ଡେଙ୍ଗୁ ଉପରେ ଗୁରୁତ୍ବ ଦେଇଛନ୍ତି। କିଛିଦିନ ଧରି ମହାମାରୀ କରୋନା ଏବଂ ଡେଙ୍ଗୁ ଲୋକଙ୍କ ନିଦ ହଜେଇ ଦେଇଛି। କରୋନାର ଚତୁର୍ଥ ଲହର ଚାଲିଥିବା ବେଳେ ଏଥିରେ ଲୋକମାନେ ସଂକ୍ରମିତ ହେଉଛନ୍ତି। ଏହା ସହିତ ଡେଙ୍ଗୁ ରୋଗରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ତୁଲୁବି ଗ୍ରାମରେ ପହଂଚିଥିଲେ। ଲୋକମାନେ ଥଣ୍ତା, ଜ୍ବର,କାଶ ଆଦି ରୋଗରେ ପିଡିତ ଅଛନ୍ତି କି ନାହିଁ ତାହା ଘର ଘର ବୁଲି ପଚାରି ବୁଝିଥିଲେ। ଥଣ୍ତା ଜ୍ବର ହେଲେ କିମ୍ବା ଜ୍ବର ଛାଡୁନଥିଲେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା କିମ୍ବା ରୋଗିକୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପହଂଚାଇବାକୁ କହିଥିଲେ। ପାଖରେ ଅର୍ଥ ନଥିଲେ ବିନା ଖର୍ଚ୍ଚରେ ୧୦୮ର ସୁବିଧା ନେଇ ପାରିବେ ବୋଲି ପରାମର୍ଶ ଦେଇଥିଲେ। କୈୖାଣସି ପରିସ୍ଥିତିରେ ରୋଗୀକୁ ଦେଶୀ ଚିକିତ୍ସା କିମ୍ବା ଗୁଣିଗାରେଡ଼ି କରି ବିପଦରେ ନ ପକାଇବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶରଣକୁଳ ସ୍ବାସ୍ଥ୍ୟ ଅଧିକାରୀ ଡଃ ଅବିନାଶ ନାୟକ, ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଇପ୍ପିତା ଦାଶ, ସୁପରଭାଇଚର ସୁରେନ୍ଦ୍ର କୁମାର ନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ଧରିତ୍ରୀ ପଣ୍ତା ଏବଂ ଆଶାକର୍ମୀ ଆଦି ଉପସ୍ଥିତ ଥିଲେ।

Related posts