ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଜନ୍ମ ଓ ମ୍ରୁତ୍ୟୁ ପ୍ରମାଣପତ୍ର ଏଣିକି ଏନ୍ଏସି ପରିବର୍ତ୍ତେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମିଳିବ ବୋଲି ଓଡ଼ଗାଁ ଦାୟିତ୍ୱରେ ଥିବା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅବିନାଶ ନାୟକ କହିଛନ୍ତି। ପୂର୍ବରୁ ଏହି ପ୍ରମାଣପତ୍ର ପାଇବାପାଇଁ ଏନ୍ଏସି ଅଞ୍ଚଳର ଆବେଦନକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏନ୍ଏସି ଓ ଏନ୍ଏସିରୁ ସ୍ୱାସ୍ଥ୍ୟକେନ୍ଦ୍ର ଧାଇଁଧାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରମାଣପତ୍ର ପାଇପାରୁନଥିଲେ। ଅଯଥା ଖର୍ଚ୍ଚାନ୍ତ କରିବା ପରେ ଯାଇ ପ୍ରମାଣପତ୍ର ମିଳୁଥିଲା। ବର୍ତ୍ତମାନ ଆବଶ୍ଯକ ତଥ୍ଯଦେବା ସହିତ ଅନଲାଇନରେ ଆବେଦନକଲେ କତ୍ତୁର୍ପକ୍ଷ ୧୫ଦିନ ମଧ୍ଯରେ ଜନ୍ମ ହେଉ କିମ୍ବା ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦେବେବୋଲି ଜଣାପଡ଼ିଛି। ଏହି ନିୟମ ଅନୁସାରେ ହିତାଧିକାରୀଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ ବୋଲି ଡ. ଅବିନାଶ ନାୟକ କହିଛନ୍ତି।
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳିବ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର
