ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ତାଲୁକା ଦେଓ୍ଵାନି ଓ ଫୌଜଦାରୀ ଅଦାଲତ ପରିସରରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏଥିରେ ଗ୍ରାମ ନ୍ୟାୟାଳୟ ନ୍ୟାୟାଧୀଶ ସୁଧାବାଈ ଅଗ୍ରୱାଲ ସଭା ମଣ୍ଡନ କରିଥିଲେ। ସିନିଅର ସିଭିଲ ଜଜ୍ କମ୍ ଆସିଷ୍ଟାଣ୍ଡ ସେସନ ଜଜ୍ ନ୍ୟାୟାଧୀଶ ଶୁଭାଶିଷ ଗିରି ଏଡ୍ସ ସଚେତନତା ବିଷୟରେ ତଥା ଆଇନଗତ କାର୍ଯ୍ୟଧାରା ଏବଂ ବିଶ୍ୱ ଏଡ୍ସ ଦିବସ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସାମାଜିକ କର୍ମୀ ତଥା ପରିବେଶ ସାଥି ସୁକାନ୍ତ ଚନ୍ଦ୍ର ଚୌଧୁରୀ ଓଡ଼ିଶାର ପ୍ରଥମ HIV ଚିହ୍ନଟ ବ୍ୟକ୍ତି ଉପରେ ଟିପ୍ପଣୀ ରଖି ସେମାନଙ୍କୁ ଘୃଣା ନକରିବା ପାଇଁ କହିଥିଲେ। ଆମ ଅଞ୍ଚଳର ଏଡ୍ସ ପ୍ରପୀଡ଼ିତ ପରିବାରର ଅନାଥ ଛୁଆଙ୍କୁ ସେ କିଭଳି ସହାୟତାର ହାତ ବଢ଼ାଇ ଅଛନ୍ତି ତାହା ନିଜ ଅଭିଭାଷଣରେ ରଖିଥିଲେ। ବାର ଆସୋସିଏସନର ସଭାପତି ଓକିଲ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ, ସରକାରୀ ଓକିଲ ଶ୍ରୀଯୁକ୍ତ ପ୍ରମୋଦ ବିଶ୍ବାଳ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଅଦାଲତ ପରିସରରେ ବିଶ୍ୱ ଏଡ୍ସ ଦିବସ ପାଳିତ
