ନୟାଗଡ଼,(ନୟାଗଡ଼ ଦର୍ପଣ): ଣ୍ଡିଆନ ମ୍ୟୁଜିକ କ୍ରିଏସନ ପକ୍ଷରୁ ଓଡ଼ଗାଁ ଶ୍ରୀ ରଘୁନାଥଙ୍କ ଉପରେ ଆଧାରିତ ଭଜନ “ରାମ ନାମ କର ଭଜନ” ଶ୍ରୀ ରଘୁନାଥଙ୍କ ମନ୍ଦିର ବେଢାରେ ୟୁଟୁବ ଚାନେଲରେ ଲୋକାର୍ପିତ ହୋଇଯାଇଛି । ଗୀତଟିକୁ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ସ୍ୱର ସଂଯୋଜନା ଓ କଣ୍ଠଦାନ କରିଥିବା ବେଳେ ଓଡ଼ଗାଁ ମାଟିର ବରିଷ୍ଠ କବି ଭରଦ୍ୱାଜ ଲୋକନାଥ ମିଶ୍ର ଗୀତ ରଚନା କରିଛନ୍ତି । ସଙ୍ଗୀତ ପରିଚାଳନା କରିଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଶୋକ କୁମାର ସାହୁ । ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଗୀତିକାର ଲୋକନାଥ ମିଶ୍ର, ଶ୍ରୀଶ୍ରୀ ରଘୁନାଥ ସାହିତ୍ୟ ସଂସଦର ସଭାପତି ପଞ୍ଚାନନ ପଣ୍ଡା, ବ୍ୟଙ୍ଗ କବି ଭାବଗ୍ରାହୀ ମହାପାତ୍ର, କବି ଶରତ ଚନ୍ଦ୍ର ଶଢଙ୍ଗୀ, କବି ଯଶୋବନ୍ତ ପଟ୍ଟନାୟକ, ଅରୁଣ କୁମାର ସାହୁ, ଯୁବ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ, ସମାଜସେବୀ ଅଚ୍ୟୁତ ପଣ୍ଡା, କବି ପରମାନନ୍ଦ ସ୍ୱାଇଁ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଗୀତଟି ଶୁଣିବା ପରେ ଏହା ଶ୍ରୋତା ମାନଙ୍କ ହୃଦୟକୁ ଛୁଇଁ ପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

