ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ ଜିଲ୍ଲାରେ ନିଶା କାରବାରକୁ ରୋକିବା ପାଇଁ ଏସ୍ପି ସିଦ୍ଧାର୍ଥ କଟାରିଆ ସମସ୍ତ ଥାନାକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯାନରେ ଆଜି ନୟାଗଡ଼ ଟାଉନ୍ ପୁଲିସ୍ ସିନ୍ଦୁରିଆ ନିକଟରେ ଜଣେ ଚୋରା ବ୍ୟବସାୟୀ କୋରେକ୍ସ ବିକ୍ରି କରୁଥିବା ବେଳେ ଚଢଉ କରିଥିଲା । ଚଢଉ ସମୟରେ ଉକ୍ତ ବ୍ୟବସାୟୀ ଠାରୁ ୧୫୦ ବୋତଲ କୋରେକ୍ସ ଜବତ କରିବା ସହ ବ୍ୟବସାୟୀକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଥାନାରେ କେସ୍ ନଂ-୨୪୨/୨୦୨୧ରେ ମାମଲା ରୁଜୁକରି ଦେଉଳପଲ୍ଲୀ ଗ୍ରାମର କୋରେକ୍ସ ବ୍ୟବସାୟୀ ମନୋରଂଜନ ପ୍ରଧାନ(୫୦)କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।
ନୟାଗଡ ଟାଉନ ପୁଲିସ ଦ୍ଵାରା ୧୫୦ ବୋତଲ କୋରେକ୍ସ ଜବତ: ଜଣେ ଗିରଫ
