ରଣପୁର, (୨୪/୦୯): ନୟାଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଜଳ ଜୀବନ ମିଶନର ଏକ ମଣ୍ଡଳ ସ୍ତରୀୟ କର୍ମଶାଳା ରଣପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ତଥା ଓଡିଶା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାନ, ସି.ଇ.ଡି ଏବଂ ସହଭାଗୀ ଏନ.ଜି.ଓ ସି.ଇ.ଇ.ଆର୍.ଏ ଙ୍କ ମିଳିତ ସହଯୋଗରେ ରେ ଅନୁଷ୍ଠିତ ହୋଇଯାଇଅଛି । ରଣପୁର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀମତୀ ଋତୁପର୍ଣ୍ଣା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସି.ଇ.ଇ ଆର୍.ଏ ତରଫରୁ ସଦସ୍ୟ ଶ୍ରୀ ସତ୍ୟଜ୍ୟୋତି ମହାନ୍ତି ସ୍ୱାଗତ ଭାଷଣ ଦେବା ସହ କର୍ମଶାଳା ର ଉଦ୍ଦେଶ୍ୟ ବିଷୟ ରେ ଆଲୋଚନା କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିରଞ୍ଚୀ ନାରାୟଣ ତ୍ରିପାଠୀ ଜଳ ଜୀବନ ମିଶନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ସିଇଇଆରଏର ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ୍ ପଣ୍ଡା ସବୁ ଘରକୁ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମବାସୀମାନଙ୍କ ମଧ୍ୟରେ କିପରି ଜାଗରଣ, ଉତ୍ସାହ, ସଚେତନତା ସୃଷ୍ଟି କରିବ ସେ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ଦିନ ମାନଙ୍କରେ ରଣପୁର ମଣ୍ଡଳରେ ପ୍ରତି ପରିବାରକୁ କିପରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ମଣ୍ଡଳ ଉନ୍ନୟନ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ର ଭବିଷ୍ୟତରେ ଜଳାଭାବ ଜନିତ ସମସ୍ୟା, ଜଳ ସରଂକ୍ଷଣ ଓ ଏହାର ସଦୁପଯୋଗ ବିଷୟରେ କହିଥିଲେ ଏବଂ ଜଳ ଜୀବନ ମିଶନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର ଓ ଶ୍ରୀ ପ୍ରକାଶ କୁମାର ମହାନ୍ତି, ପ୍ରଶାସନିକ ଅଧିକାରୀଗଣ , ରଣପୁର ମଣ୍ଡଳ ଅନ୍ତର୍ଗତ ପଞ୍ଚାୟତ ରାଜ୍ ପ୍ରତିନିଧିଗଣ ,ସି.ଇ ଡି ର ପ୍ରତିନିଧି ଏବଂ ସି.ଇ.ଇ.ଆର.ଏର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ରଣପୁରରେ ଜଳ ଜୀବନ ମିଶନର ଏକ ମଣ୍ଡଳ ସ୍ତରୀୟ କର୍ମଶାଳା
