ନୟାଗଡ଼ରେ SIR-2026 କାର୍ଯ୍ୟର ସମୀକ୍ଷା କଲେ ଏମଏସଏମଇ ବିଭାଗର କମିଶନର-କମ୍-ସଚିବ ରଶ୍ମିତା ପଣ୍ଡା

ରାଜନୈତିକ ଦଳ, ପ୍ରଶାସନିକ ଅଧିକାରୀ ଓ BLOମାନଙ୍କ ସହ ଆଲୋଚନା; ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭାବେ କାର୍ଯ୍ୟ ସମ୍ପନ୍ନ ପାଇଁ ନିର୍ଦ୍ଦେଶ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର କମିଶନର-କମ୍-ସଚିବ ରଶ୍ମିତା ପଣ୍ଡା (IAS) ସୋମବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି Special Intensive Revision (SIR)-2026 କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ସେ ପ୍ରଥମେ ଜିଲ୍ଲାର ସ୍ୱୀକୃତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରି SIR-2026 କାର୍ଯ୍ୟକ୍ରମକୁ ସ୍ୱଚ୍ଛ, ନିରପେକ୍ଷ ଓ ସଫଳ ଭାବେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସମସ୍ତ Electoral Registration Officer (ERO), Deputy Collector ଓ ସମ୍ପୃକ୍ତ ଅଧିକାରୀମାନଙ୍କ ସହ SIR-2026ର ଅଗ୍ରଗତି, ନୋଟିସ୍ ଜାରି, ଶୁଣାଣି ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ।

ଏହାପରେ ସେ ନୟାଗଡ଼ ପୌରାଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରି Booth Level Officer (BLO)ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। କ୍ଷେତ୍ରସ୍ତରରେ କାର୍ଯ୍ୟର ଅଗ୍ରଗତି, BLOମାନଙ୍କ ଅଭିଜ୍ଞତା ଓ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ, ସମ୍ପୃକ୍ତ ERO, AERO ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, SIR-2026 କାର୍ଯ୍ୟକ୍ରମକୁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭାବେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଓ କାର୍ଯ୍ୟ ସୁଚାରୁ ଭାବେ ଜାରି ରହିଛି।

Related posts