ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ କଲ୍ୟାଣ ମଣ୍ଡପ ନିକଟରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠଠାରେ ପୂଜ୍ୟପୂଜା ସମିତି, ମଧ୍ୟଖଣ୍ଡର କର୍ମକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଆଗାମୀ ଜାନୁୟାରୀ ୧୦ତାରିଖ ମଧ୍ୟଖଣ୍ଡ ହାଇ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ତିରୋଧାନ ଦିବସ, ଜାନୁୟାରୀ ୨୬ସାଧାରଣତନ୍ତ୍ର ଦିବସ ଓ ଜାନୁୟାରୀ ୩୦ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ ତଥା ସ୍ଵାଧିନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ ଉତ୍ସବ ପାଳନ ନିମନ୍ତେ ସ୍ଥିର କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାଧର ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ସ୍ଥିର କରାଯାଇଛି। ଏହି ବୈଠକରେ ପୂଜ୍ୟପୂଜା ସମିତିର ସଭାପତି ଶରତ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ଆଦେୟିତ ପ୍ରସାଦ ଦାସ, ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ସରୋଜ କୁମାର ପଣ୍ଡା, ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନ, ପ୍ରସନ୍ନ ମହାରଣା, ଉପେନ୍ଦ୍ର ବାରିକ, ଅବସରପ୍ରାପ୍ତ ଶିକ୍ଷକ ନବକିଶୋର ସାହୁ, ଦାଶରଥି ସାହୁ, ବରିଷ୍ଠ ନାଗରିକ ରବୀନ୍ଦ୍ର ମହାରଣା, ଗୁରୁବାରି ପ୍ରଧାନ, ବୈଷ୍ଣବ ପ୍ରଧାନ, ଜଗତ ପାଳ, ଯୁବକର୍ମୀ ବିଶ୍ବରଂଜନ ରଣା ଓ ଆନନ୍ଦ ଘଡେ଼ଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିବା ନିମନ୍ତେ ବିଭିନ୍ନ ଦାୟିତ୍ଵ ନେଇ ସଫଳ କରିବା ନିମନ୍ତେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା
ମଧ୍ୟଖଣ୍ଡ ପୂଜ୍ୟପୂଜା ସମିତିର ପ୍ରସ୍ତୁତି ବୈଠକ
