ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି କେଶବଚନ୍ଦ୍ର ରାଉତରାୟ ଉପସ୍ଥିତ ରହି ରକ୍ଷା ବନ୍ଧନର ମହତ୍ତ୍ଵ ବର୍ଣ୍ଣନା କରିଥିଲେ ଏବଂ ବର୍ତ୍ତମାନ ସମାଜରେ ସଂସ୍କୃତିର ଉତ୍ଥାନ କରି କଳୁଷିତ ସମାଜକୁ ଶୃଙ୍ଖଳିତ କରିବାର ଦାଇତ୍ୱ ଶିଶୁଙ୍କ ଉପରେ ନ୍ୟସ୍ତ ବୋଲି ମାର୍ଗଦର୍ଶନ ଦେଇଥିଲେ। ସଂପାଦକ ଭାସ୍କର ଚନ୍ଦ୍ର ସାହୁ, ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁନ୍ଦର କରିଥିଲେ। ପରେପରେ ଲେଖନପୁର ଗ୍ରାମରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା।

Related posts