ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସେବା ଉତ୍ସବ ଆୟୋଜିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) : ଆଜି ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ଠାରେ ଥିବା ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶପଲ୍ଲା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବା ଉତ୍ସବ – ୨୦୨୫ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୮ ଘଟିକାରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ମଧ୍ୟାହ୍ନରେ ଉତ୍ସର୍ଗ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ମଶାଲ ଶୋଭାଯାତ୍ରାରେ ଅତିଥି ଭାବରେ ଟାକରା ଗ୍ରାମ ପଂଚାୟତ ସରପଞ୍ଚ ମଦନ କୁମାର ଯାନୀ ଯୋଗ ଦେଇଥିବା ବେଳେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଟାକରା ବନପାଳ ରାକେଶ କୁମାର ସାହୁ, ବନରକ୍ଷୀ ଅଜୟ କୁମାର ସାହୁ ଯୋଗଦେଇଥିଲେ।

ଅପରାହ୍ନରେ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଉତ୍ସବ ସେବାଉତ୍ସବ – ୨୦୨୫ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯେଉଁଥିରେ ୧ ହଜାର ରୁ ଉର୍ଧ୍ଵ ଜନସାଧାରଣଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଶତାଧିକ ଭିନ୍ନକ୍ଷମ, ଅସହାୟ, ଗରିବ ଲୋକଙ୍କୁ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ, ବସ୍ତ୍ର, ଛତା, ଚପଲ, କମଳ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଦଶପଲ୍ଲାର ଦୃଢ଼ ସଂଗଠକ ଉପେନ୍ଦ୍ର କୁମାର ସାହୁ, ଗାଳ୍ପିକ ପ୍ରାବନ୍ଧିକ ହାଡ଼ିବନ୍ଧୁ ମହାଖୁଡ଼ଙ୍କ ସମେତ ସମ୍ମାନିତ ଅତିଥି ଭାବେ କୁଜାମେଣ୍ଢୀ ସମିତିସଭ୍ୟ, ସମାଜସେବୀ ସନ୍ତୋଷ କୁମାର ସାହୁ, ଟାକରା ହାଇସ୍କୁଲ ପ୍ରଧାନ ଶିକ୍ଷକ ମୁକେଶ କୁମାର ଦିଗାଲ, ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଧାମୋହନ କର୍ମୀ, ଟାକରା ଗ୍ରାମ ପଂଚାୟତ ସମିତିସଭ୍ୟ ପ୍ରଶାନ୍ତ ଦଳବେହେରା, ବାବା ସିଦ୍ଧେସ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ବାବୁଲା ସାହୁ, ଦି ପଲିଟିକାଲ ସର୍କସର ଅଭିନେତା ଆର୍ତ୍ତତ୍ରାଣ ମିଶ୍ରଙ୍କ ସମେତ ଦଶପଲ୍ଲା ବ୍ଲକର ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଶେଷ ପର୍ଯ୍ୟୟରେ କଳାକୃତି ସହିତ ଜଡ଼ିତ ଥିବା ସ୍ଥାନୀୟ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରା ଟ୍ରଷ୍ଟର ସମସ୍ତ କର୍ମକର୍ତାଙ୍କୁ ସାଧୁବାଦ ଦେବା ସହ ତାଙ୍କର ଚିନ୍ତାଧାରାକୁ ସମର୍ଥନ ଜଣାଇ କହିଥିଲେ ଯଦି ଏଭଳି ଭାବରେ ଯୁବଗୋଷ୍ଠୀ ଅଂଚଳର ବିକାଶ ଦିଗରେ ଆଗେଇ ଚାଲିବେ ମୋ ତରଫରୁ ତାଙ୍କୁ ସଦା ସର୍ବଦା ସହଯୋଗ ରହିବ, ଯାହା ଫଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଆଭ୍ୟନ୍ତରୀଣ ଗ୍ରାମ ଗୁଡିକର ବିକାଶ ହୋଇପାରିବ। ଟ୍ରଷ୍ଟର ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ଟ୍ରଷ୍ଟର ଟ୍ରଷ୍ଟି (ଚେୟାରମ୍ୟାନ) ପ୍ରିୟବ୍ରତ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଦେବା ସହ ପ୍ରିୟବ୍ରତଙ୍କ ଚିନ୍ତାଧାରା ଓ ପରିକଳ୍ପନା ଯୋଗୁଁ ଏଭଳି ଏକ ଅନୁଷ୍ଠାନ ତିଆରି ହୋଇଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲାର ବରିଷ୍ଠ ଗାଳ୍ପିକ ସାହିତ୍ୟିକ ହାଡ଼ିବନ୍ଧୁ ମହାଖୁଡ଼, ଦୈନିକ ସମ୍ବାଦ ଖବର କାଗଜର ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା, ସ୍ଥାନୀୟ ଅଂଚଳର ପ୍ରକାଶ ରଞ୍ଜନ ବିଶ୍ୱାଳଙ୍କୁ ଟ୍ରଷ୍ଟ ତରଫରୁ ସମର୍ଦ୍ଧିତ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ।

ପ୍ରଥମ ଥର ପାଇଁ ଅଂଚଳରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଦୃଢ଼ ସମ୍ମାନିତ ଅତିଥିଗଣ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ। ଖାଲି ସେବାଉତ୍ସବରେ ଟ୍ରଷ୍ଟର କାର୍ଯ୍ୟ ସୀମିତ ରହିବ ନାହିଁ ବରଂ ଆଗାମୀ ଦିନରେ ଦଶପଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ କୁ ଯାଇ ଟ୍ରଷ୍ଟ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟସେବା ଶିବିର ଭଳି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଟ୍ରଷ୍ଟର ଚେୟାରମ୍ୟାନ ଓ ସମ୍ପାଦକ କହିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ସଭ୍ୟ ସନ୍ତୋଷ କୁମାର ସାହୁ,କୁନା ବେହେରା, ମାନସ ପରିଡ଼ା, ଚନ୍ଦ୍ର ଶେଖର ନାଏକ, ସତ୍ୟବ୍ରତ ଆଚାର୍ଯ୍ୟ, ସମ୍ବିତ ଭଟ, ମନ୍ମଥ ସାହୁ, ସନ୍ତୋଷ ମୁଦୁଲି, ଚନ୍ଦନେଶ୍ୱର ଦାଶ, ନାରାୟଣ ସାହୁ, ରବି ନାରାୟଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଚେୟାରମ୍ୟାନ ପ୍ରିୟବ୍ରତ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ

Related posts