ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମୈତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କସ ବାଦୀ)ର ଦଶପଲ୍ଲା ଲୋକାଲ କମିଟି ପକ୍ଷରୁ କର୍ମୀମାନଙ୍କର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ପାର୍ଟିର ବରିଷ୍ଠ ନେତା କମ୍ରେଡ୍ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ଦୁଷ୍ମନ୍ତ କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମଦୁରାଇ ଠାରେ ଅନୁଷ୍ଠିତ ହୋଇଯାଇଥିବା ପାର୍ଟିର ସର୍ବଭାରତୀୟ ସମ୍ମିଳନୀ ବା ପାର୍ଟି କଂଗ୍ରେସରେ ଗ୍ରହଣ କରାଯାଇଥିବା ନିର୍ଧାରଣ ଗୁଡ଼ିକୁ ବିଶଦ ଭାବରେ ବ୍ୟାଖ୍ୟା କରିଥିଲେ । ପାର୍ଟିର ନେତା ଶରତ ଚନ୍ଦ୍ର ବେହେରା ପାର୍ଟିକୁ ଗୁଣାତ୍ମକ ଭାବେ ସଂଗଠିତ କରିବା ପାଇଁ ଆହ୍ବାନ ଦେବା ସହିତ କର୍ମୀ ମାନେ ନିଃସ୍ଵାର୍ଥପର ଭାବେ ଗଢି ତୋଳିବାକୁ ଆହ୍ବାନ ଦେଇଥିଲେ। ଶେଷରେ ଲୋକାଲ କମିଟି ସମ୍ପାଦକ ବିପିନ୍ କୁମାର ବାଜୁ ଧନ୍ୟବାଦ୍ ଦେଇଥିଲେ। ଏହି ସଭାରେ ଦଶପଲ୍ଲାର ବିଭିନ୍ନ ଅଞ୍ଚଳକୁ କର୍ମୀମାନେ ଯୋଗ ଦେଇଥିଲେ।
ସିପିଆଇ(ଏମ)ର ସାଧାରଣ ବୈଠକ
