ରଣପୁର, (ନୟାଗଡ଼ ଦର୍ପଣ): ଅପରେସନ SINDOOR ର ସଫଳତା ପରେ ରଣପୁରରେ ବିଜେପି କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବନ୍ଦେ ମାତରମ, ମୋଦି ଜି ଆଗେ ବଢ଼ୋ ଦେଶ୍ ଆପକେ ସାଥ ହେ ସ୍ଲୋଗାନରେ କମ୍ପିଲା ରଣପୁର ଦାଣ୍ଡ । ଶତାଧିକ ବିଜେପି କର୍ମୀ ରଣପୁର ଜଗନ୍ନାଥ ମନ୍ଦିର ଠାରୁ ବାହାରି ସ୍ଲୋଗାନ ଦେଇ ଶହୀଦ ରଘୁ ଦିବାକରଙ୍କ ମଣ୍ଡପ ଠାରେ ପହଞ୍ଚିଥିଲେ। ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଉପସ୍ଥିତ ରହି “ZERO TOLERANCE TO TERRORISM” ର ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ପରେଶ ମିଶ୍ର, ନିର୍ମଳ ମତ୍ତଗଜସିଂହ, ଗଣେଶ୍ୱର ମାନ୍ଧାତା, ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ରାଜସୁନାଖଳା ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ, ରଣପୁର ନଗର ମଣ୍ଡଳ ସଭାପତି ସୋନାଲି ପ୍ରଧାନ, ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚିତ ସଦସ୍ୟ ଏବଂ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ଥିଲେ ।
