ନୂଆଗାଁ, (ନୟାଗଡ଼ ଦର୍ପଣ): ଭାରତୀୟ ସେନାର ‘ଅପରେସନ ସିନ୍ଦୁର’କୁ ସମର୍ଥନ କରି ନୂଆଗାଁ ମଣ୍ଡଳ ବିଜେପି କାର୍ଯ୍ୟକର୍ତାମାନେ ମହୀପୁର ଛକରେ ବୀର ଭାରତୀୟ ସେନାଙ୍କ ଗୁଣଗାନ କରିବା ସହ ତିନି ସେନାର ସୈନିକଙ୍କ ମନ ବଳ ବୃଦ୍ଧି ନିମିତ୍ତ ଏକ ସାଧାରଣ ନାରାବାଜି କରି ବୀର ଯବାନଙ୍କୁ ସମର୍ଥନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୂଆଗାଁ ମଣ୍ଡଳ ସାଧାରଣ ସମ୍ପାଦକ ରତ୍ନାକର ପ୍ରଧାନ, ଉପ ସଭାପତି ବିଜୟ କୁମାର ପାତ୍ର, ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ଦେଶପ୍ରେମୀ ପରମେଶ୍ୱର ସାହୁ, ଜୋତି ରଞ୍ଜନ ସାହୁ ଓ ସମାଜ ସେବୀ ରାଜ କିଶୋର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
‘ଅପରେସନ ସିନ୍ଦୁର’କୁ ନେଇ ଭାରତୀୟ ସେନାଙ୍କ ଗୁଣଗାନ
