ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଅଗ୍ରଣୀ ସଂଗଠନ ମହାବୀର ବଣିକ ମହାସଂଘ ମଙ୍ଗଳବାର ଦିନ ଅନୁଷ୍ଠାନର ୧୪ତମ ବାର୍ଷିକ ସାରସ୍ୱତ ଉତ୍ସବ ପାଳନ କରିଛି। ସମସ୍ତ ୧୪ ଗୋଟି ବଜାର ସମ୍ପୂର୍ଣ ବନ୍ଦ କରି ସ୍ଥାନୀୟ ବିଶ୍ୱ କର୍ମା ବାଜ଼ାର ଠାରୁ ପ୍ରଭୁ ମହାବୀରଙ୍କ ପୂଜା ପରେ ନାମ ସଂକୀର୍ତନ ଦ୍ୱରା ମହାସଂଘକୁ ଉତ୍ସସିତ ସ୍ୱାଗତ କରି ଥିଲେ। ଅନୁରୂପ ଭାବେ ବିଭିନ୍ନ ବଜାର ସଂଘ ପକ୍ଷରୁ ଶୋଭାଯାତ୍ରାକୁ ସ୍ଵାଗତ କରିବା ଶହ ଅଭିବାଦନ ଜଣାଇ ଥିଲେ। ପଟୁଆର ଯିବାବେଳେ ସହର ମଧ୍ୟରେ ଥିବା ବିଭିନ୍ନ ମହାପୁରୁଷ, ସାରସ୍ୱତ ସାଧକମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା। ପରେ ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୁ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିରରେ ପୂଜାର୍ଚନା କରି ସଭା ମଞ୍ଚ ମହାବୀର ମହାସଂଘର ନିଜସ୍ୱ କାର୍ଯ୍ୟାଳୟକୁ ଶୋଭାଯାତ୍ରା ଆସିଥିଲା।

ଏଠାରେ ସଭାପତି ଅଲେଖ ସାହୁ ବଣିକମାନଙ୍କ ପ୍ରତୀକ ଏକତା ପତାକାକୁ ଉତୋଳନ କରିଥିଲେ। ପଞ୍ଚମୁଖୀ ମହାବୀରଙ୍କ ଫୋଟଚିତ୍ରରେ ଦୀପ ଅର୍ଘ୍ୟ ଦେଇ ସମୂହ ହନୁମାନ ଚାଳିଶା ପାଠ କରି ଅଧିବେଶନ ଆରମ୍ଭ ହୋଇଥିଲା। ମୁଖ୍ୟଅତିଥିଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲାର ପ୍ରତେକ ବିକାଶ ମୂଳକ କାର୍ଯ୍ୟରେ ମହାସଂଘର ସହଯୋଗ ପାଇଁ ଅଞ୍ଚଳର ଉର୍ନ୍ନତି ଆଶାତୀତ ଭାବେ ହେଉଛି। ଏହା ଏକ ଶୁଭ ସଂକେତ ବୋଲି ମତ ପ୍ରକାଶ କରିଥିଲେ। ସୁସଂଗଠିତ ଯୋଗୁଁ ନିଜର ସୁରକ୍ଷା, ନିରାପତ୍ତା ହୋଇ ପାରୁଛି। ମହାସଂଘର ସାମାଜିକ ସ୍ଥରରେ ପାତିଆରା ବୃଦ୍ଧି ଘଟିଛି। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ସୁନଦା ସାହୁ ଓ ଏନଏସି ଅଧକ୍ଷା ଇଂ. ପୁନମ ପ୍ରିୟଦର୍ଶନୀ ଯୋଗଦେଇ ଅନୁଷ୍ଠାନର ଉତ୍ତରତୋର କାମନା କରିଥିଲେ। ସଂଗଠନର ଉପ ସଭାପତି ଉମାକାନ୍ତ ସାହୁ ଅତିଥି ପରିଚୟ କରିଥିଲେ। ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏ ଅବସରରେ ବର୍ଷିଆନ ବ୍ୟବସାୟୀ ବିଜୟ କୁମାର ଆଗ୍ରୱାଲା ଓ ରବୀନ୍ଦ୍ର ନାଥ ସାହୁଙ୍କ ଉତ୍ସଚାର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁର୍ଗା ବଜାର ବଣିକ ସଂଘକୁ ଶୃଙ୍ଖଳିତ ବଜାରଭାବେ ସଭାପତି ସନଜ କୁମାର ସାହୁ ଓ ସାଥିଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ସଂଗଠନକୁ ସୁଦୃଢ କରିବା ପାଇଁ ବରିଷ୍ଠ ଉପଦେଷ୍ଠା ସଜନ କୁମାର ରାୟ, ଦଣ୍ଡପାଣି ସାହୁ, ତାରାକାନ୍ତ ସାହୁ, ନାରାୟଣ ମହାନ୍ତି ମାର୍ଗ ଦର୍ଶନ କରିଥିଲେ। ଅନୁରୂପ ଭାବେ ପୀତବାସ ପାତ୍ର, କୋଷାଧକ୍ଷ ସଜନ କୁମାର ଆଗ୍ରୱାଲା, ସନ୍ତୋଷ କୁମାର ମିଶ୍ର, ସଂଯୁକ୍ତା ଦାଶଗୁପ୍ତା, ସନ୍ତୋଷ ପଣ୍ଡା ଉଦବୋଧନ ଦେଇଥିଲେ। ନବ ନିର୍ବାଚିତ ମହାସଂଘର କର୍ମକର୍ତ୍ତାଙ୍କୁ କିଶୋର ଚନ୍ଦ୍ର ସାହୁ ଓ ମାଧବ ଚନ୍ଦ୍ର ପୃଷ୍ଟି ଶପଥ ପାଠ କରିଥିଲେ।